Posted inଖେଳ

କୋହଲି ଥିଲେ ହାଇଦ୍ରାବାଦ୍‌ ଟେଷ୍ଟ ହାରି ନ ଥାନ୍ତା ଭାରତ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଯଦି ବିରାଟ କୋହଲି ଭାରତର ଅଧିନାୟକ ହୋଇଥାନ୍ତେ ତେବେ ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଆୟୋଜକ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ି ନ ଥାନ୍ତା ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ କହିଛନ୍ତି। ହାଇଦ୍ରାବାଦ୍‌ ଟେଷ୍ଟରେ ରୋହିତ ପଡିଆରେ ସମ୍ପୂର୍ଣ୍ଣ ସାଧାରଣ ନଜର ଆସିଥିଲେ।
ହାଇଦ୍ରାବାଦ୍‌ ଟେଷ୍ଟର ପ୍ରଥମ ଇନିଂସରେ ୧୯୦ ରନ୍‌ର ଦୃଢ଼ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ କୋହଲି ବିନା ଖେଳୁଥିବା ଭାରତ ସ୍ପିନ ଅନୁକୂଳ ପରିସ୍ଥିତିରେ ୨୮ ରନ ପରାଜୟର ସମ୍ମୁଖୀନ ହୋଇଥିଲା। ଫଳରେ ଇଂଲଣ୍ଡକୁ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ କରାଇଲା।
ହାଇଦ୍ରାବାଦରେ ଏହା ଭାରତର ପ୍ରଥମ ଟେଷ୍ଟ ପରାଜୟ। ବ୍ୟକ୍ତିଗତ କାରଣରୁ କୋହଲି ଓପନିଂ ମ୍ୟାଚ ଖେଳିପାରି ନ ଥିଲେ ଏବଂ ବିଶାଖାପାଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଖେଳିବେ ନାହିଁ।
ଭନ କହିଛନ୍ତି, ରୋହିତ ଜଣେ କିମ୍ବଦନ୍ତୀ ଏବଂ ଜଣେ ମହାନ ଖେଳାଳି କିନ୍ତୁ ମୁଁ ଅନୁଭବ କଲି ଯେ ସେ ସମ୍ପୂର୍ଣ୍ଣ ହଜିଯାଇଛନ୍ତି। ମୁଁ ଭାବିଲି ରୋହିତଙ୍କ ଅଧିନାୟକତ୍ୱ ବହୁତ ସମାନ୍ୟ। ମୁଁ ଭାବୁନାହିଁ ଯେ ସେ ଫିଲ୍ଡିଂରେ ସ୍ମାର୍ଟ ପରିବର୍ତ୍ତନ କରିଛନ୍ତି କିମ୍ବା ବୋଲିଂରେ ପରିବର୍ତ୍ତନ ଆଣିବାରେ ସକ୍ରିୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?