Posted inଖେଳ

ସୂର୍ଯ୍ୟଙ୍କ ଫର୍ମକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ,୨୪ା୩ (ପି.ଟି.):ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ପରାଜିତ ହୋଇଛି ଭାରତ। ଅକ୍ଟୋବର-ନଭେମ୍ବରରେ ଦିନିକିଆ କ୍ରିକେଟ ବିଶ୍ୱକପ ରହିଥିବା ବେଳେ ଭାରତର ଏଭଳି ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ଉପରେ ଆସିଛି ସବୁଠୁ ଅଧିକ ପ୍ରଶ୍ନବାଚୀ। ସୂର୍ଯ୍ୟକୁମାର ଯାଦବ ୩ଟି ଯାକ ମ୍ୟାଚରେ ଗୋଲ୍ଡେନ୍‌ ଡକ୍‌ରେ ଆଉଟ ହେବା ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରଥମ ଦୁଇ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ବଲ ରିଭର୍ସ ସୁଇଁ ହୋଇଥିଲା। ତେବେ ଚେନ୍ନାଇର ଚେପକ୍‌ରେ ଖେଳା ଯାଇଥିବା ଅନ୍ତିମ ଦିନିକିଆରେ ଏକ ସାଧାରଣ ବଲରେ ସେ ଆଉଟ ହୋଇଥିଲେ। ଫ୍ରଣ୍ଟଫୁଟ୍‌ରେ ଖେଳିବା ବଲ୍‌କୁ ସେ ବ୍ୟାକ୍‌ଫୁଟ୍‌ରେ ଖେଳିବାକୁ ପ୍ରୟାସ କରି ବୋଲ୍ଡ ହୋଇଥିଲେ। ଏହି ଆଉଟକୁ ଦେଖିଲେ ସେ କେତେ ଚାପରେ ବ୍ୟାଟିଂ କରୁଛନ୍ତି ତାହା ସ୍ପଷ୍ଟ ହୋଇଛି। ଆଇପିଏଲ୍‌ ସମୟରେ ନିଜର ଏହି ଦୁର୍ବଳତା ଉପରେ କାମ କରି ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବେ ସୂର୍ଯ୍ୟକୁମାର। ଅନ୍ୟପକ୍ଷରେ ଭାରତର ନିୟମିତ ୪ ନମ୍ବର ଖେଳାଳି ରହିଥିବା ଶ୍ରେୟସ୍‌ ଆୟାରଙ୍କ ଫିଟ୍‌ନେସ୍‌ ବଡ ସମସ୍ୟା ରହିଥିବା ବେଳେ ସର୍ଟ ପିଚ୍‌ ବୋଲିଂ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନୁହେଁ। ତେବେ ଆୟାରଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ନିୟମିତ ସୁଯୋଗ ଦେଇଥିଲା। ସମାନ ଢଙ୍ଗରେ ସୂର୍ଯ୍ୟକୁମାରଙ୍କୁ ମଧ୍ୟ ସୁଯୋଗ ମିଳିବା ଉଚିତ୍‌।
ଲୋକେଶ ରାହୁଲ ଓ ସଞ୍ଜୁ ସାମସନ୍‌: ଅନ୍ୟତମ ପ୍ରତିଭାବାନ ଉଇକେଟ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିବା ସମଗ୍ର ଦେଶରେ ଦାବି ଉଠୁଛି। ଅନ୍ୟ ପକ୍ଷରେ ଭାରତୀୟ ମ୍ୟାନେଜମେଣ୍ଟ ଲୋକେଶ ରାହୁଲଙ୍କୁ ସୁଯୋଗ ପରେ ସୁଯୋଗ ପ୍ରଦାନ କରି ଚାଲିଛି। ଚଳିତ ସିରିଜରେ ରାହୁଲ ଭାରତର ଟପ୍‌ ସ୍କୋରର ରହିଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଆପ୍ରୋଚ୍‌ ଅତ୍ୟନ୍ତ ଧୀମା ରହୁଛି। ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୭୫ ରନ୍‌ କରିଥିବା ବେଳେ ଏହା ଏକ ଲୋ ସ୍କୋରିଂ ମ୍ୟାଚ୍‌ ରହିଥିଲା। ତୃତୀୟ ମ୍ୟାଚରେ ୨୭୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ବେଳେ ରାହୁଲ ୫୦ ବଲ୍‌ ଖେଳି ୩୨ ରନ୍‌ କରିଥିଲେ। ୪୪ ବଲ ପର୍ଯ୍ୟନ୍ତ ରାହୁଲଙ୍କ ବ୍ୟାଟରୁ ଗୋଟିଏ ବି ବାଉଣ୍ଡାରୀ ଆସି ନଥିଲା ଯାହା ପରୋକ୍ଷରେ ଦଳ ଉପରେ ଚାପ ସୃଷ୍ଟି କରିଥିଲା। ୩୦୦ରୁ ଅଧିକ ରନ୍‌ର ପିଛା କରୁଥିବା ସମୟରେ ରାହୁଲଙ୍କ ଆଭରେଜ୍‌ ଖରାପ ରହିଥିବା ବେଳେ ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ସାମସନ୍‌ଙ୍କୁ ସୁଯୋଗ ମିଳିବା ଉଚିତ୍‌। ରଜତ ପଟିଦାରଙ୍କ ରୂପରେ ମ୍ୟାନେଜମେଣ୍ଟ ନିକଟରେ ଆଉ ଏକ ବିକଳ୍ପ ମଧ୍ୟ ରହିଛି। ଆସନ୍ତା ବିଶ୍ୱକପରେ ପିଚ୍‌ ଗୁଡିକ କିଭଳି ରହିବ ତାହାକୁ ନେଇ ଆଶଙ୍କା ରହିଛି। ଏହି ପିଚ୍‌ ଗୁଡିକ ଅକ୍ଟୋବର ମାସରେ କିଭଳି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?