Posted inଖେଳ

୨୦୦ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତି ୫ ବଡ଼ ରେକର୍ଡ କଲା ଭାରତ

ଜୋହାନ୍ସବର୍ଗ,୧୮।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ଟି-୨୦ ସିରିଜ ଡ୍ର ପରେ ଦିନିକିଆ ସିରିଜ ପାଇଁ ଏକ ଭଲ ଆରମ୍ଭ କରିଛି। କେ.ଏଲ ରାହୁଲଙ୍କ ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ଗତକାଲି ବିଶ୍ୱକପ ଫାଇନାଲ ମ୍ୟାଚ ହାରିବା ପରେ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ ଖେଳିଥିଲା ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ନିଜ ଘରୋଇ ମ୍ୟାଚରେ ୨୦୦ ବଲ ବାକି ଥାଇ  ଜିତି ନେଇଥିଲା। ୨୭.୩ ଓଭରରେ ମାତ୍ର ୧୧୭ ରନ ପାଇଁ ଅଲଆଉଟ ହୋଇଯାଇଥିଲା ଦକ୍ଷିଣ ଆଫ୍ରିକା ଏବଂ ପରେ ଭାରତୀୟ ଦଳ ୧୬.୪ ଓଭରରେ ୨ ଉଇକେଟ ହରାଇ ୧୧୭ ରନ ସଂଗ୍ରହ କରି ମୋଟ ୧୦୦ ବଲ ଖେଳି ମ୍ୟାଚ ଜିତିଥିଲା। ଏହି ବିଜୟ ସହିତ ଟିମ ଇଣ୍ଡିଆ ମଧ୍ୟ  ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ତେବେ ଏହି ମ୍ୟାଚରେ ବିଜୟ ସହିତ ଅନେକ ସୱତନ୍ତ୍ର ରେକର୍ଡ ମଧ୍ୟ କରିଛି ଭାରତୀୟ ଦଳ।
କେ.ଏଲ ରାହୁଲ ଅଧିନାୟକ ଭାବରେ ଚମତ୍କାର କରିଥିଲେ
ଏହି ମ୍ୟାଚରେ କେ.ଏଲ ରାହୁଲ ଟିମ ଇଣ୍ଡିଆର ଅଧିନାୟକ ଥିଲେ ଏବଂ ତାଙ୍କ ଅଧିନାୟିକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଦଶମ ମ୍ୟାଚ ଜିତିଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଦଳ ଏହି ମ୍ୟାଚରେ ଗୋଲାପୀ ଜର୍ସିରେ ଆସିଥିଲେ ଏବଂ କେ.ଏଲ ରାହୁଲ ପିଙ୍କ୍‌ ମ୍ୟାଚରେ ବିଜୟ ହାସଲ କରିଥିବା ଭାରତର ପ୍ରଥମ ଅଧିନାୟକ ହୋଇଛନ୍ତି।

ଭାରତ ଚତୁର୍ଥ ବୃହତ୍ତମ ବିଜୟ
ଏହି ମ୍ୟାଚରେ ଟିମ ଇଣ୍ଡିଆ ଚତୁର୍ଥ ବୃହତ୍ତମ ବିଜୟ ହାସଲ କରିଛି (ବଲଗୁଡିକ ବଳକା ଦୃଷ୍ଟିରୁ)। ଜୋହାନ୍ସବର୍ଗରେ ୨୦୦ଟି ବଲ ବାକି ରହି ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି, ଯାହାକି ବଲଗୁଡିକ ଦୃଷ୍ଟିରୁ ଚତୁର୍ଥ ବୃହତ୍ତମ ବିଜୟ ଅଟେ। ଏହି ପରିପ୍ରେକ୍ଷୀରେ ଟିମ ଇଣ୍ଡିଆର ସବୁଠାରୁ ବଡ ବିଜୟ ୨୦୨୩ରେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ୨୬୩ ବଲ ବାକି ଥାଇ ଜିତିଥିଲା।

ଦକ୍ଷିଣ ଆଫ୍ରିକା ପାଇଁ ଦ୍ୱିତୀୟ ବୃହତ୍ତମ ପରାଜୟ
ଭାରତ ବିପକ୍ଷରେ ପରାଜୟ ବଳକା ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ପାଇଁ ଦ୍ୱିତୀୟ ବୃହତ୍ତମ ପରାଜୟ। ଦିନିକିଆ ଇତିହାସରେ ସର୍ବାଧିକ ବଲ ବାକି ରହି ୨୦୦୮ରେ ନଟିଂହାମରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ଦ୍ୱାରା ପରାସ୍ତ ହୋଇଥିଲା। ସେହି ମ୍ୟାଚରେ ଇଂଲଣ୍ଡ ୨୧୫ ବଲ ବାକି ରହି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଭାରତ ମଧ୍ୟ ୨୦୦ ବଲ ବାକି ରହି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

ସାଇ ସୁଦର୍ଶନ ଡେବ୍ୟୁରେ ଚମତ୍କାର କରିଥିଲେ
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ସାଇ ସୁଦର୍ଶନ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ ଏବଂ ସେ  ଡେବ୍ୟୁରେ ଚମତ୍କାର କରିଥିଲେ। ସାଇ ୫୫ ରନର ଅପରାଜିତ ଇନିଂସ ଖେଳିଥିଲେ ଏବଂ ପ୍ରଥମ ଦିନିକିଆ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାରେ ୧୭ତମ ଭାରତୀୟ ଖେଳାଳି ହୋଇଥିଲେ।

ଦିନିକିଆ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କରିଥିବା ସାଇ ସୁଦର୍ଶନ ଚତୁର୍ଥ ଓପନର୍‌
ଭାରତ ପାଇଁ ୪ ଜଣ ବ୍ୟାଟ୍ସମ୍ୟାନ ଓପନର ଭାବେ ଏକଦିବସୀୟ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ରବିନ ଉଥାପ୍ପା – ଇଂଲଣ୍ଡ, ୨୦୦୬ ବନାମ ୮୬ ରନ
କେ.ଏଲ ରାହୁଲ – ଜିମ୍ବାୱେ, ୨୦୧୬ ବନାମ ଅପରାଜିତ ୧୦୦ ରନ
ଫୈଫଜଲ – ଅପରାଜିତ ୫୫ ବନାମ ଜିମ୍ବାୱେ, ୨୦୧୬
ସାଇ ସୁଦର୍ଶନ – ଅପରାଜିତ ୫୫ ବନାମ ଦକ୍ଷିଣ ଆଫ୍ରିକା, ୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?