Posted inଖେଳ

ହରମନ୍‌ପ୍ରୀତଙ୍କ ଅର୍ଦ୍ଧଶତକରେ ଜିତିଲା ଭାରତ

ମୀରପୁର, ୧୦ା୭(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତକୁ ଜିତାଇଛନ୍ତି ଅଧିନାୟିକା ହରମନ୍‌ପ୍ରୀତ କୌର ଓ ସ୍ପିନର। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ମାତ୍ର ୧୧୪ ରନ୍‌ରେ ସୀମିତ ରଖିବା ପରେ ହରମନ୍‌ପ୍ରୀତଙ୍କ ଅପରାଜିତ ୫୪ ରନ୍‌ ବଳରେ ଭାରତ ୩ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।
ରବିବାର ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ବାଂଲାଦେଶର ଦୁଇ ଓପନର ସାଥୀ ରାଣୀ(୨୨) ଓ ଶମିମା ସୁଲତାନା(୧୭) ପ୍ରଥମ ଉଇକେଟରେ ୨୭ ରନ୍‌ ଯୋଡିଥିଲେ। ଭାରତ ପାଇଁ ପଦାର୍ପଣ କରିଥିବା କେରଳର ମିନ୍ନୁ ମଣି ସୁଲତାନାଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ। ଶୋଭନା ମୋଷ୍ଟାରେଙ୍କ ସହିତ ୨୫ ରନ୍‌ ଯୋଡିବା ପରେ ରାଣୀଙ୍କୁ ଆଉଟ କରିଥିଲେ ପୂଜା ବସ୍ତ୍ରକାର। ଶେଷ ଆଡକୁ ଶୋରନା ଅଖତର ୨୮ ରନ୍‌ କରିବାରୁ ବାଂଲାଦେଶ ୧୦୦ ରନ୍‌ ପାର କରିଥିଲା। ଭାରତ ପକ୍ଷରୁ ମିନ୍ନୁ ମଣି, ପୂଜା ବସ୍ତ୍ରକାର ଓ ଶେଫାଳି ବର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ବାଂଲାଦେଶ ୫ ଉଇକେଟ ହରାଇ ୧୧୪ ରନ୍‌ କରିଥିଲା।
୧୧୫ ରନ୍‌ ଲକ୍ଷ୍ୟରେ ଭାରତର ଆରମ୍ଭ ଆଦୌ ଭଲ ରହି ନ ଥିଲା। ମାତ୍ର ୧ ରନ୍‌ରେ ଶେଫାଳି ବର୍ମାଙ୍କ ଉଇକେଟ ହରାଇଥିଲା ଭାରତ। ଦଳୀୟ ସ୍କୋର ୨୧ ରନ୍‌ରେ ଜେମିମା ରୋଡ୍ରିଗୁଏଜ(୧୧) ଆଉଟ ହୋଇଥିଲେ। ତେବେ ସ୍ମୃତି ମନ୍ଧାନା(୩୮) ଓ ହରମନ୍‌ପ୍ରୀତ (୫୪*) ତୃତୀୟ ଉଇକେଟରେ ୭୦ ରନ୍‌ ଯୋଡ ଭାରତକୁ ବିଜୟ ପଥକୁ ଆଣିଥିଲେ। ହରମନ୍‌ପ୍ରୀତଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୨୦ ଓଭରରେ ୧୧୪/୫( ଶୋରନା ଅଖତର-୨୮*, ସାଥୀ ରାଣୀ-୨୨, ଶୋଭନା ମୋଷ୍ଟାରେ-୨୩, ପୂଜା ବସ୍ତ୍ରକାର-୧/୧୬, ଶେଫାଳି ବର୍ମା-୧/୧୮, ମିନ୍ନୁ ମଣି-୧/୨୧)। ଭାରତ ୧୬.୨ ଓଭରରେ ୧୧୮/୩ (ହରମନ୍‌ପ୍ରୀତ୍‌ କୌର-୫୪, ସ୍ମୃତି ମନ୍ଧାନା-୩୮, ସୁଲତାନା ଖାତୁନ-୨/୨୫, ମାରୁଫା ଅଖତର-୧/୧୮)।

 

 


Enter your email to get our daily news in your inbox.

All Right Reserved By Dharitri.Com

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?