Posted inଖେଳ

ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ: ରାହୁଲଙ୍କ ଅର୍ଦ୍ଧଶତକ ରଖିଲା ସମ୍ମାନ

କୋଲକାତା,୧୨।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆକୁ ଜିତିବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଦଳ ୨-୦ରେ ଆଗୁଆ ରହିଛି। ଗୁରୁବାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବୋଲରଙ୍କ ସଫଳତା ସହ ଲୋକେଶ ରାହୁଲଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୪ ଉଇକେଟରେ ଏହି ମ୍ୟାଚ ଜିତିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଗୋଟିଏ ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଥିଲା ଭାରତ। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ ଏହି ମ୍ୟାଚ ଖେଳିଥିଲେ। ଶ୍ରୀଲଙ୍କାର ଟପ୍‌ ୩ ବ୍ୟାଟରଙ୍କଠାରୁ ଭଲ ଅବଦାନ ମିଳିଥିଲ। ତେବେ ମିଡିଲ ଓଭରରେ କୁଲଦୀପ ଯାଦବ ଓ ଉମ୍ରାନ ମଲିକଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କା ମାତ୍ର ୨୧୫ ରନରେ ସୀମିତ ରହିଥିଲା। ଦିନିକିଆ ପଦାର୍ପଣ କରିଥିବା ନୁଓ୍ବାନିଡୁ ଫର୍ନାଣ୍ଡୋ ଟପ୍‌ ସ୍କୋରର ରହିବା ସହିତ ୫୦ ରନ୍‌ ସ୍କୋର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଶଲ ମେଣ୍ଡିସ ୩୪ ଓ ଦୁନିଥ ଓ୍ବେଲାଲାଗେ ୩୨ ରନ୍‌ର ଇନିଂସ ଖେଳିଥିଲେ। ଏକଦା ୧ ଉଇକେଟରେ ୧୦୨ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ପରବର୍ତ୍ତୀ ୫୧ ରନରେ ୭ ଉଇକେଟ ହରାଇଥିଲା। ୧୫୨ ରନରେ ୭ ଉଇକେଟର ପତନ ଘଟିଥିଲେ ମଧ୍ୟ ଓ୍ବାନିନ୍ଦୁ ହସରଙ୍ଗା ୨୧, ଦୁନିଥ ଓ୍ବେଲାଲାଗେ ୩୨, କସୁନ୍‌ ରଜିଥା ୧୭ ଓ ଚାମିକା କରୁଣାରତ୍ନେଙ୍କ ୧୭ ରନ୍‌ ବଳରେ ଭ୍ରମଣକାରୀ ଦଳ ୨୧୫ ରନରେ ପହଞ୍ଚିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ କୁଲଦୀପ୍‌ ଯାଦବ ୩ଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମ୍ରାନ୍‌ ମଲିକ ୨ ଓ ଅକ୍ଷର ପଟେଲ ଗୋଟିଏ ଉଇକେଟ ନେଇଥିଲେ। ଅନ୍ୟପଟେ ଲୋକେଶ ରାହୁଲ ଅପରାଜିତ ଧୈର୍ଯ୍ୟପୂର୍ଣ୍ଣ ୬୪ ରନ୍‌ କରିବା ସହିତ ଭାରତକୁ ବିଜୟୀ କରିଥିଲେ। ଦୁଇ ଓପନର ରୋହିତ ଶର୍ମା(୧୭) ଓ ଶୁବମାନ ଗିଲ୍‌(୨୧) ଭାରତକୁ ଏକ ଦ୍ରୁତ ଆରମ୍ଭ ପ୍ରଦାନ କରିଥିଲେ। ୪୧ ରନ୍‌ ମଧ୍ୟରେ ଉଭୟ ଓପନର ପ୍ୟାଭିଲିୟନ୍‌ ଫେରିଥିବା ବେଳେ ଗତ ମ୍ୟାଚର ଶତକ ହାସଲକାରୀ ବିରାଟ କୋହଲି(୪) ମଧ୍ୟ ବିଫଳ ହୋଇଥିଲେ। ଶ୍ରେୟସ ଆୟାର (୨୮) ପୁଣି ଏକ ଭଲ ଆରମ୍ଭ ପାଇଥିଲେ ହେଁ ଏହାକୁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ୮୬ ରନରେ ୪ ଉଇକେଟ ହରାଇ ଭାରତ ସଙ୍କଟରେ ପଡିଥିବା ବେଳେ ଅସୀମ ଧୈର୍ଯ୍ୟର ପରିଚୟ ଦେଇଥିଲେ ଲୋକେଶ ରାହୁଲ। ଅପରାଜିତ ୬୪ ରନର ଇନିଂସ ଖେଳିବା ସହିତ ସେ ଭାରତକୁ ବିଜୟୀ କରିଥିଲେ। ୧୦୩ ବଲର ଏହି ଇନିଂସରେ ୬ ଚୌକା ସାମିଲ ଥିଲା। ଶ୍ରୀଲଙ୍କା ପକ୍ଷରୁ ଚାମିକା କରୁଣାରତ୍ନେ ଓ ଲାହିରୁ କୁମାରା ୨ଟି ଲେଖାଏ ଉଇକେଟ ନେଇଥିଲେ। ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଆଗୁଆ ଜିତି ନେଇଥିବା ବେଳେ ଅନ୍ତିମ ମ୍ୟାଚଟି ବର୍ତ୍ତମାନ ଏହାର ଗୁରୁତ୍ୱ ହରାଇଛି। କୁଲଦୀପ ଯାଦବଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?