Posted inଖେଳ

ଆୟର୍ଲାଣ୍ଡ ବିପକ୍ଷରେ ଭାରତ ବିଜୟୀ

ରାଜକୋଟ, ୧୧।୧: ପ୍ରତିକା ରାଓ୍ବଲ ଓ ତେଜାଲ ହସବନିସଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ଶୁକ୍ରବାର ଅନୁଷ୍ଠିତ ମହିଳା ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୬ ଉଇକେଟରେ ପରାସ୍ତ କରିଛି। ଅଧିନାୟିକା ଗାବି ଲିଓ୍ବିସଙ୍କ ୯୨ ରନ ବଳରେ ଆୟର୍ଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୩୮ ରନ କରିଥିଲା। ଜବାବରେ ଭାରତ ପ୍ରତିକା ରାଓ୍ବଲଙ୍କ ୮୯ ରନ ସହାୟତାରେ ୩୪.୩ ଓଭରରେ ୪ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରି ନେଇଥିଲା। କ୍ୟାରିୟର ଶ୍ରେଷ୍ଠ ଇନିଂସ ପାଇଁ ପ୍ରତିକା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ବିଜୟ ଫଳରେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।
ଟପ୍‌ ଅର୍ଡରର ୪ ବ୍ୟାଟର ଫେଲ୍‌ ମାରିଥିଲେ ମଧ୍ୟ ଲିଓ୍ବିସଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ଆୟର୍ଲାଣ୍ଡ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଲିଓ୍ବିସ ନିଜ ୯୨ ରନ ଇନିଂସ ମଧ୍ୟରେ ୧୫ ଚୌକା ମାରିଥିଲେ। ଲୋୟର ଅର୍ଡରରେ ଲିଆ ପଲ୍‌ ୫୯ ଓ ଆର୍ଲେନେ କେଲି ୨୮ ରନର ଉପଯୋଗୀ ଯୋଗଦାନ ଦେଇଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ପ୍ରିୟା ମିଶ୍ର ୨ଟି ଏବଂ ଟିଟାସ ସାଧୁ, ସାୟାଲି ସତଘରେ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୩୯ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଅଧିନାୟିକା ସ୍ମୃତି ମନ୍ଧାନା ଓ ପ୍ରତିକା ରାଓ୍ବଲଙ୍କ ସହାୟତାରେ ଦୃଢ଼ ଭିତ୍ତି ପ୍ରକାଇଥିଲା। ଓପନିଂ ଯୋଡ଼ିରେ ଦୁହେଁ ୭୦ ରନ ଯୋଗ କରିବାପରେ ମନ୍ଧାନା ୨୯ ବଲ୍‌ରୁ ୪୧ ରନକରି ଆଉଟ ହୋଇଥିଲେ। ଏହି ଅବସରରେ ମନ୍ଧାନା ଦ୍ୱିତୀୟ ଭାରତୀୟ ଏବଂ ଓଭରଅଲ୍‌ ୧୫ଶ ମହିଳା ଭାବେ ଦିନିକିଆରେ ୪୦୦୦ ରନ ଅତିକ୍ରମ କରିଥିଲେ। ଭାରତର ମିଥାଲି ରାଜ ୭୮୦୫ ରନକରି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ସ୍ମୃତିଙ୍କ ବିଦାୟ ପରେ ମିଡିଲ ଅର୍ଡରରେ ମିନି ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ପ୍ରତିକା ଓ ତେଜାଲ ୫ମ ଉଇକେଟରେ ୮୪ ବଲ୍‌ରୁ ଦ୍ରୁତ ୧୧୬ ରନର ଭାଗୀଦାରି ଗଢ଼ି ଭାରତ ବିଜୟକୁ ସହଜ କରି ଦେଇଥିଲେ। ପ୍ରତିକା ୮୯ (୧୦ ଚୌକା, ୧ ଛକା) ରନକରି ଆଉଟ ହୋଇଥିବାବେଳେ ତେଜାଲ ୫୩ (୪୬ ବଲ, ୯ ଚୌକା) ଅପରାଜିତ ରହିଥିଲେ। ଆୟର୍ଲାଣ୍ଡ ପକ୍ଷରୁ ଆମି ମାଗ୍ୟୁରେ ୩ଟି ଓ ପ୍ରିୟା ସର୍ଗେଣ୍ଟ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଆୟର୍ଲାଣ୍ଡ ୫୦ ଓଭରରେ ୨୩୮/୭ (ଗାବି ଲିଓ୍ବିସ-୯୨, ଲିଆ ପଲ୍‌-୫୯, ପ୍ରିୟା ମିଶ୍ର-୨/୫୬, ଟିଟାସ ସାଧୁ-୧/୪୮, ସାୟାଲି ସତଘରେ-୧/୪୩, ଦୀପ୍ତି ଶର୍ମା-୧/୪୧)। ଭାରତ ୩୪.୩ ଓଭରରେ ୨୪୧/୪ (ପ୍ରତିକା ରାଓ୍ବଲ-୮୯, ତେଜାଲ ହସବନିସ-୫୩*, ସ୍ମୃତି ମନ୍ଧାନା-୪୧, ଆମି ମାଗ୍ୟୁରେ-୩/୫୭, ପ୍ରିୟା ସର୍ଗେଣ୍ଟ-୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri