Posted inଖେଳ

ଭାରତ ୫ ଟେଷ୍ଟ, ୩ ଦିନିକିଆ, ୮ ଟି୨୦ ଖେଳିବ

ନୂଆଦିଲ୍ଲୀ, ୨୬।୭ (ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୨୦୨୩-୨୪ ଘରୋଇ ସିଜନ ପାଇଁ ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ଏହି ସମୟ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ୫ ଟେଷ୍ଟ, ୮ ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଥିବାରୁ ଭାରତର ବିଶ୍ୱକପ ପ୍ରସ୍ତୁତି ଭଲଭାବେ ହୋଇପାରିବ। ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ବିଶ୍ୱକପ ମ୍ୟାଚ ଆୟୋଜନରୁ ବଞ୍ଚତ୍ତ ହୋଇଥିବା ମୋହାଲି, ନାଗପୁର, ରାଜକୋଟ, ଇନ୍ଦୋର, ଥିରୁଭାନନ୍ତପୁରମ ଭେନ୍ୟୁକୁ ଘରୋଇ ସିଜନରେ ଗୁରୁତ୍ୱ ଦିଆ ଯାଇଛି ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି।
ସେପ୍ଟେମ୍ବର ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମୋହାଲିରେ ପ୍ରଥମ ଦିନିକିଆ ଖେଳିବ। ଆସନ୍ତା ବର୍ଷ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ ହେବାର ଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଘରୋଇ ପରିବେଶରେ ୮ଟି ଟି୨୦ ଖେଳିବା ସୁଯୋଗ ଦିଆଯାଇଛି। ଏହା ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଓ ଆଫଗାନିସ୍ତାନ ବିପକ୍ଷରେ ୩ ଟି୨୦ ସାମିଲ। ଆଫଗାନିସ୍ତାନ ପୂର୍ବରୁ ୨୦୧୮ରେ ଭାରତରେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲା। ମାତ୍ର ସୀମିତ ଓଭର ସିରିଜ ଖେଳିବା ଏହା ପ୍ରଥମ ହେବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଆନ୍ଥୋନୀ ଡି ମେଲା ଟ୍ରଫି ପାଇଁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ। ମ୍ୟାଚ ଗୁଡ଼ିକ ହାଇଦ୍ରାବାଦ, ବିଶାଖାପାଟଣା, ରାଜକୋଟ, ରାଞ୍ଚତ୍ ଓ ଧର୍ମଶାଳାରେ ଖେଳାଯିବ। ଚଳିତ ବର୍ଷ ପ୍ରାରମ୍ଭରେ ଠିକ୍‌ ସମୟରେ ପଡ଼ିଆ ପ୍ରସ୍ତୁତ ହୋଇପାରି ନ ଥିବାରୁ ଧର୍ମଶାଳା ବର୍ଡର-ଗାଭାସ୍କର ଟ୍ରଫିର ଏକ ମ୍ୟାଚ ଆୟୋଜନରୁ ବଞ୍ଚତ୍ତ ହୋଇଥିଲା। ତେଣୁ ଭାରତ-ଇଂଲଣ୍ଡ ସିରିଜର ଏକ ଟେଷ୍ଟ ଧର୍ମଶାଳାରେ ରଖାଯାଇଛି। ଇଂଲଣ୍ଡ ବିପକ୍ଷ ସିରିଜର ୩ ସପ୍ତାହ ବ୍ରେକ୍‌ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri