Posted inଜାତୀୟ

‘ଭାରତକୁ ତାଲିବାନ୍‌ ହେବାକୁ ଦିଆଯିବନି’

ନୂଆଦିଲ୍ଲୀ, ୨୩ା୯ : ଭାଜପା ଏକ ଜୁମ୍‌ଲା ପାର୍ଟି। କେନ୍ଦ୍ର ସରକାର ଭାରତକୁ ତାଲିବାନ୍‌ରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବନାହିଁ ବୋଲି ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଭବାନୀପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ ଏକ ସଭାକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା କହିଛନ୍ତି, ଭାଜପା ପଶ୍ଚିମବଙ୍ଗବାସୀଙ୍କୁ ମିଛ କହୁଛନ୍ତି। ରାଜ୍ୟରେ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା କରାଇ ନ ଦେବାକୁ ଟିଏମ୍‌ସି ଚାହୁଁଥିବା ଭାଜପା ଅପପ୍ରଚାର ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମନେ ରଖିବା ଉଚିତ ଯେ, ଆମେ ସେମାନଙ୍କୁ ଦେଶକୁ ବିଭାଜିତ କରାଇଦେବୁ ନାହିଁ। ଗାନ୍ଧିଜୀ, ନେତାଜୀ, ସ୍ବାମୀ ବିବେକାନନ୍ଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଗୁରୁ ନାନକ, ଗୌତମ ବୁଦ୍ଧ ଓ ଜୈନ ଅନୁଗାମୀ ସମସ୍ତେ ଏଠାରେ ଏକାଠି ରହିବେ। ଏହି ଅବସରରେ ସେ ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ତାଙ୍କ ଭାଗ୍ୟର ଖେଳ(ତକ୍‌ଦିର କା ଖେଲା) ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମରେ ଉବୁଟୁବୁ ଶେହନାଜ: କହୁ କହୁ କହିଦେଲେ…

ଆଜିକାଲି ପ୍ରେମରେ ଉବୁଟୁବୁ ହେଉଛନ୍ତି ଅଭିନେତ୍ରୀ ଶେହନାଜ ଗିଲ। ସିଦ୍ଧାର୍ଥ ଶୁକ୍ଲାଙ୍କ ଯିବା ପରେ ଶେହନାଜ ଏବେ ଅଭିନେତା ରାଘବ ଜୁୟାଲଙ୍କ ପ୍ରେମରେ ପଡ଼ିଛନ୍ତି। ଏହାକୁ ନେଇ…

ଜୁଲାଇ ୧୬ରେ ରାଜଧାନୀର ବଡ଼ ଇଲାକାରେ କଟିବ ବିଜୁଳି, ଏହି ସବୁ ଏରିଆ ହେବ ପ୍ରଭାବିତ

ନୂଆଦିଲ୍ଲୀ, ୧୫।୭: ରାଜଧାନୀ ଦିଲ୍ଲୀରେ ବିଜୁଳି ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ଯୋଗୁଁ ଅଲଗା ଅଲଗା ଦିନରେ ଭିନ୍ନ ଭିନ୍ନ ଅଞ୍ଚଳରେ ବିଦ୍ୟୁତ ସମ୍ବନ୍ଧୀୟ କାମ କରାଯାଉଛି। ଏହି…

କାର ଭିତରୁ ରାଇଫଲ ସହ ୯୩ ହଜାର ଜବତ: ୩ ଜଣଙ୍କୁ କୋର୍ଟଚାଲାଣ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଚେକିଂ ଚାଲିଥିବା ସମୟରେ ଗତକାଲି ଏକ ବେଆଇନ ଦେଶୀ ବନ୍ଧୁକ ସହ ୯୩ ହଜାର ଜବତ ହୋଇଛି। ଏହି…

୨ ଯୁବକଙ୍କୁ ପ୍ରେମ କରୁଥିଲେ ନର୍ସ: ଧରାପଡ଼ିବା ପରେ ନେଲେ ଚରମ ନିଷ୍ପତ୍ତି

ଭୁବନେଶ୍ୱର,୧୫।୭: ତ୍ରିକୋଣୀୟ ପ୍ରେମ ପାଇଁ ସାଜିଲା କାଳ। ଝୁଲି ପଡ଼ିଲେ ଯୁବତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର। ମୃତ ଯୁବତୀ ଜଣଙ୍କ ପଟିଆର ଏକ…

ସମ୍ପର୍କରେ କଳଙ୍କ: ଦୁଇ ନାବାଳିକା ଝିଅଙ୍କୁ ଭୟଭୀତ କରି ବଳାତ୍କାର କରୁଥିଲେ ବାପା; ମା’ ଜାଣିବା ପରେ…

ବସ୍ତି,୧୫।୭: ଉତ୍ତର ପ୍ରଦେଶର ବସ୍ତି ଜିଲା କଲୱାରୀ ଥାନା ଅଞ୍ଚଳରୁ ଏକ ଅତି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ପିତା ନିଜର ଦୁଇ ନାବାଳିକା ଝିଅଙ୍କ…

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

୯ ଶ୍ରେଣୀକୁ ୩ ଶିକ୍ଷକ: ପାଠପଢାରେ ବ୍ୟାଘାତ: ସ୍କୁଲ ଭିତରେ ଅଭିଭାବକଙ୍କ ଧାରଣା

ରୁପ୍ରା ରୋଡ, ୧୫।୭(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକାକୁ ମିଶାଇ ମୋଟ…

ଭରଣପୋଷଣ ଟଙ୍କା ଉପରେ ହାଇକୋର୍ଟଙ୍କ ବଡ଼ ରାୟ: ପରିସ୍ଥିତି ଦେଖି ବଦଳିବ ଟଙ୍କା, ସ୍ୱାମୀଙ୍କ ସବୁ ଦରମା ଉପରେ ନାହିଁ ପତ୍ନୀଙ୍କ ହକ୍!

ନୂଆଦିଲ୍ଲୀ, ୧୫।୭: ଭତ୍ତା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍ୱାମୀଙ୍କ ଦରମାର ୨୫% ଦେବା ବାଧ୍ୟତାମୂଳକ ନୁହେଁ, ପରିସ୍ଥିତି ଅନୁସାରେ ବଦଳିପାରେ ରାଶି ଆଲ୍ଲାହାବାଦ ହାଇକୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri