ଡ୍ରୋନ୍‌ ଟେକ୍ନୋଲୋଜିରେ ଗ୍ଲୋବାଲ ଲିଡର ହେବ ଭାରତ

ନୂଆଦିଲ୍ଲୀ,୧୧।୮: କ୍ରମାଗତ ଭାବେ ଭାରତୀୟ ଡ୍ରୋନ୍‌ ବଜାର ଦ୍ରୁତ ଅଭିବୃଦ୍ଧି ପଥରେ ରହିଛି, ଯାହା ୧୭.୦ %ର ଏକ କମ୍ପାଉଣ୍ଡ ଆନୁଆଲ ଗ୍ରୋଥ୍‌ ରେଟ୍‌ (ସିଏଜିଆର୍‌)ରେ ୨୦୨୪ର ୬୫୪ ମିଲିୟନ ଡଲାରରୁ ୨୦୨୯ରେ ୧୪୩୭ ମିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏପରିକି ଏହି ବୃଦ୍ଧି କୃଷି, ପ୍ରତିରକ୍ଷା ଓ ଇ-କମର୍ସ ଭଳି ବିବିଧ ପ୍ଲାଟ୍‌ଫର୍ମ(କ୍ଷେତ୍ର)ଗୁଡିକରେ ବଢୁଥିବା ଚାହିଦା ଦ୍ୱାରା ବହୁମାତ୍ରାରେ ପରିଚାଳିତ ହୋଇଛି। ଏପରିକି ୨୦୩୦ ସୁଦ୍ଧା ଭାରତ ଡ୍ରୋନ୍‌ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ହେବ ବୋଲି ଆକଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ‘କୌଶଳ ରଥ’ ଅଭିଯାନର ଔପଚାରିକ ଉଦ୍‌ଘାଟନ ନିକଟରେ ହୋଇଯାଇଛି। ଏହା ସହ ଓଡ଼ିଶା ଦ୍ରୁତ ଅଭିବୃଦ୍ଧିଶୀଳ ଶିଳ୍ପରେ ଏକ ପ୍ରମୁଖ ରାଜ୍ୟ ଭାବେ ପରିଣତ ହେବାର ଆକାଂକ୍ଷାକୁ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିଛି। ସେହିଭଳି ସ୍କିଲ୍‌ଡ-ଇନ୍‌-ଓଡ଼ିଶା ମିଶନ ଅଧୀନରେ ଏହି ପଦକ୍ଷେପର ଏକ ଅଂଶ ଭାବେ ଓଡ଼ିଶାରେ ଅବସ୍ଥାପିତ ଏକ ଡ୍ରୋନ୍‌ ଟେକ୍ନୋଲୋଜି ଓ ଆନାଲିଟିକ୍ସ କମ୍ପାନୀ ‘ଆଇଜି ଡ୍ରୋନ୍‌ସ’ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ଦ୍ୱାରା ଅନୁମୋଦିତ ପାଠ୍ୟକ୍ରମଗୁଡିକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ କରିଛି। ଏହା ମାଧ୍ୟମରେ ଆଡ୍‌ଭାନ୍ସଡ ଡ୍ରୋନ୍‌ ଟେକ୍ନୋଲୋଜି ଫଣ୍ଡାମେଣ୍ଟାଲ୍ସ ସହିତ ଏ କ୍ଷେତ୍ରରେ ୧୦,୦୦୦ରୁ ଅଧିକ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ କମ୍ପାନୀ ପ୍ରସ୍ତୁତ ରହିଛି। ଆଇଜି ଡ୍ରୋନ୍‌ସ ନିକଟରେ ସ୍ବତନ୍ତ୍ର ଭାବେ ନିର୍ମିତ ଏକ ଅତ୍ୟାଧୁନିକ ଡ୍ରୋନ୍‌ ସିମୁଲେଟର ରହିଛି, ଯାହାକି ସ୍ବଦେଶୀ ଭାବେ ବିକଶିତ ଓ ଭାରତର ପ୍ରଥମ ସିମୁଲେଟର । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା। ସେହିପରି ୨ ଯୁବ ଓଡ଼ିଆ ଉଦ୍ୟୋଗୀ ବୋଧିସତ୍ୱ ସଂଘପ୍ରିୟା ଓ ଓମ୍‌ପ୍ରକାଶଙ୍କ ଦ୍ୱାରା ସ୍ଥାପିତ ଆଇଜି ଡ୍ରୋନ୍‌ସ ୨୦୩୦ ସୁଦ୍ଧା ଭାରତକୁ ଏକ ଗ୍ଲୋବାଲ ଡ୍ରୋନ୍‌ ହବ୍‌ରେ ପରିଣତ କରାଇବା ଯାତ୍ରାରେ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଭାବେ ଅବସ୍ଥାପିତ କରିବା ଲାଗି ପ୍ରତିବଦ୍ଧ ରହିଛନ୍ତି। ଏପରିକି କମ୍ପାନୀର ପ୍ରୟାସଗୁଡିକ ରାଜ୍ୟର ପ୍ରତିଭାମାନଙ୍କୁ ଉପଯୋଗ କରିବା ସହ ସେମାନଙ୍କୁ ଡ୍ରୋନ୍‌ ଟେକ୍ନୋଲୋଜି କ୍ଷେତ୍ରରେ ଅତ୍ୟାଧୁନିକ ଦକ୍ଷତା ପ୍ରଦାନ କରିବା ଦିଗରେ ପ୍ରସ୍ତୁତ ରହିଛି, ଯାହାର ନିଯୁକ୍ତି ବଜାରରେ ଯଥେଷ୍ଟ ଅଧିକ ଚାହିଦା ରହିଛି। ଏ ସମ୍ପର୍କରେ ଆଇଜି ଡ୍ରୋନ୍‌ସର ଏମ୍‌ଡି ବୋଧିସତ୍ୱ ସଂଘପ୍ରିୟା କହିଛନ୍ତି,ଡ୍ରୋନ ଶିଳ୍ପରେ ଏକ ପ୍ରମୁଖ ଖେଳାଳି ହେବା ପାଇଁ ଓଡ଼ିଶା ନିକଟରେ ଅପାର କ୍ଷମତା ରହିଛି। ଏପରିକି କୌଶଳ ରଥ ଅଭିଯାନ ମାଧ୍ୟମରେ ଆମେ ଯୁବପିଢ଼ିଙ୍କୁ ଡ୍ରୋନ୍‌ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରର ଅତ୍ୟାଧୁନିକ ଦକ୍ଷତା ସହ ସୁସଜ୍ଜିତ କରିବା ପାଇଁ ଲକ୍ଷ୍ୟ ରଖିଛୁ, ଯାହା ଭବିଷ୍ୟତ ପାଇଁ ଜରୁରୀ । ଆମର ସ୍ବତନ୍ତ୍ର ଆଭିମୁଖ୍ୟ ବ୍ୟବହାରିକ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଉଛି, ଯାହା ଆମର ପ୍ରଶିକ୍ଷାର୍ଥୀମାନେ ଯେପରି ନିଯୁକ୍ତି ପାଇଁ ପ୍ରସ୍ତୁତ ରହିବେ ଏବଂ ବିଭିନ୍ନ ଶିଳ୍ପରେ ଏଭଳି ଦକ୍ଷତାଗୁଡିକୁ ଉପଯୋଗ କରିବାକୁ ସକ୍ଷମ ହେବେ ତାହା ସୁନିଶ୍ଚିତ କରୁଛି। ସେହିଭଳି ସରକାରୀ ଆଇଟିଆଇ ଲକ୍ଷ୍ମୀପୁର କୋରାପୁଟର ପ୍ରିନ୍ସିପାଲ ଇଞ୍ଜିନିୟର ସୁଭେନ କୁମାର ବେହେରା କହିଛନ୍ତି, ଓଡ଼ିଶା ସରକାରଙ୍କ ଏକ ପ୍ରଶଂସନୀୟ ପଦକ୍ଷେପ କୌଶଳ ରଥ ମୋ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କୁ ଆଇଜି ଡ୍ରୋନ୍‌ ମାଧ୍ୟମରେ ଡ୍ରୋନ୍‌ ଟେକ୍ନୋଲୋଜିର ମୌଳିକତା ଉପରେ ତାଲିମ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମ ସେମାନଙ୍କୁ ସ୍କିଲ୍‌ ଇଣ୍ଡିଆ ଏନ୍‌ଏସ୍‌ଡିସି ଅନୁମୋଦିତ ପାଠ୍ୟକ୍ରମଗୁଡିକର ଜ୍ଞାନ ସହ ସମୃଦ୍ଧ କରିଛି। କୌଶଳ ରଥ ଅଭିଯାନକୁ ବିଶେଷକରି ସୁଦୂର ଅଣସଂରକ୍ଷିତ ଅଞ୍ଚଳଗୁଡିକରେ ଓଡ଼ିଶାର ଛାତ୍ରୀଛାତ୍ରମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ବିକାଶ ସୁଯୋଗ ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?