Odisha Elections 2024
Posted inଖେଳ

ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚ୍‌; ଜାଣନ୍ତୁ କେଉଁଠି ଏବଂ କେତେବେଳେ ଦେଖିବେ… 

ରୋସେଉ,୧୧।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ଖେଳିବ ଭାରତ। ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ଉଭୟ ଦଳ ଲାଗି ବେଶ ଗୁରୁତ୍ୱ ବହନ କରୁଛି। ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ସେ ନିଜର ଟେଷ୍ଟ କ୍ୟାରିୟର ଏହି ମ୍ୟାଚ୍‌ରୁ ଆରମ୍ଭ କରିବେ ବୋଲି ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି। ସେହିଭଳି ପ୍ରଥମ ଥର ଲାଗି ଦିନିକିଆ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଏହି ସିରିଜରେ ଅନେକ କିଛି ପ୍ରମାଣ କରିବାକୁ ଚେଷ୍ଟା କରିବ।
ପୂର୍ବ ରେକର୍ଡ ମୁତାବକ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମୋଟ ୯୮ ମ୍ୟାଚ୍‌ ଖେଳାଯାଇଛି। ସେଥିରୁ ୩୦ରେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇଥିବା ବେଳେ ୨୨ରେ ବିଜେତା ହୋଇଛି ଭାରତ। ସେହିଭଳି ୪୬ ମ୍ୟାଚ୍‌ ଡ୍ର ହୋଇଛି।
ମ୍ୟାଚ୍‌ ଆରମ୍ଭ ସମୟ: ବୁଧବାର ସନ୍ଧ୍ୟା ୭ଟା ୩୦
କେଉଁଡି ଦେଖିବେ: ଡିଡି ସ୍ପୋଟର୍‌ସ

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ...

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri