Posted inଖେଳ

ପାକିସ୍ତାନକୁ ଧୂଳି ଚଟାଇବା ପରେ ପାଣ୍ଡ୍ୟା କହିଲେ,ମୁଁ ଜାଣିଥିଲି…

ଦୁବାଇ,୨୯।୮: ଏସିଆ କପ୍‌ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକ ପ୍ରଥମେ ଚମତ୍କାର ବୋଲିଂ କରିବା ପରେ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଶେଷ ଓଭରରେ ଭାରତକୁ ୭ ରନ ଆବଶ୍ୟକ ଥିଲା। ହାର୍ଦ୍ଦିକ ସହଜରେ ଏହାକୁ ହାସଲ କରିଥିଲେ।
ମ୍ୟାଚ ପରେ ହାର୍ଦ୍ଦିକ କହିଛନ୍ତି, ଏଭଳି ଟାର୍ଗେଟକୁ ପିଛା କରିବାବେଳେ ପ୍ରତି ଓଭରରେ ଯୋଜନା ପ୍ରସ୍ତୁତ କରିବାକୁ ପଡେ। ମୁଁ ଜାଣିଥିଲି ଆଗରେ ଜଣେ ଯୁବ ବୋଲର ଅଛନ୍ତି ଏବଂ ବାମହାତୀ ସ୍ପିନର ମଧ୍ୟ ଅଛନ୍ତି। ୨୦ ଓଭରରେ ଅଧିକ ଚାପରେ ବୋଲର ହିଁ ରହିବେ। ମୁଁ ଜିନିଷଗୁଡ଼ିକୁ ସରଳ ରଖିବାକୁ ଚେଷ୍ଟା କଲି। ଶେଷ ଓଭରରେ ଆମକୁ ମାତ୍ର ୭ ରନ ଆବଶ୍ୟକ ଥିଲା କିନ୍ତୁ ୧୫ ରନ ଆବଶ୍ୟକ ଥିଲେ ମଧ୍ୟ ମୁଁ ଏହାକୁ କରିଥାନ୍ତି।
ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲରମାନେ ଏକ ଶକ୍ତିଶାଳୀ ପ୍ରଦର୍ଶନ କରି ପାକିସ୍ତାନ ଦଳକୁ ୧୪୭ ରନ୍‌ରେ ବାନ୍ଧି ରଖିଥିଲେ। ଏହି ମ୍ୟାଚରେ ଭୁବନେଶ୍ୱର କୁମାର ୪ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଉଇକେଟ ନେଇଥିଲେ। ଏହା ପରେ ୧୪୮ ରନ୍‌ର ଟାର୍ଗେଟକୁ ପିଛା କରିବା ଭାରତୀୟ ଦଳ ପାଇଁ ସହଜ ନ ଥିଲା। ଏକ ସମୟରେ ଦଳ ୩୪ ବଲରୁ ୫୯ ରନ ଆବଶ୍ୟକ କରୁଥିଲା। ଏଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଜୋରଦାର ବ୍ୟାଟିଂ କରି ଭାରତର ବିଜୟ ପକ୍କା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ କୋହଲିଙ୍କ ମାଇଲଷ୍ଟୋନ

ଇନ୍ଦୋର,୮।୧- ବିରାଟ କୋହଲି ଅଧିନାୟକ ଭାବେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ହଜାର ରନ୍‌ ପୂରଣ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୩୦...

ଜାତୀୟ ସବ୍‌- ଜୁନିୟର ବ୍ୟାଡମିଣ୍ଟନ: ଟାଇଟଲ ନିକଟତର ଶ୍ୱେତପର୍ଣ୍ଣା

ଭୁବନେଶ୍ୱର,୨୨।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଇଷ୍ଟ କୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୟୋନେକ୍ସ – ସନରାଇଜ୍‌ ୩୩ତମ ଜାତୀୟ ସବ୍‌- ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର...

ଖେଳ ପାଇଁ ଜୈବ-ସୁରକ୍ଷିତ ବାତାବରଣ ଅବାସ୍ତବ: ଡ୍ରାଭିଡ୍‌

ନୂଆଦିଲ୍ଲୀ,୨୬।୫ (ପି.ଟି.): ଏବେକାର କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ଜୈବ- ସୁରକ୍ଷିତ ବାତାବରଣରେ କ୍ରିକେଟ ଆରମ୍ଭ କରିବାର ଅଭିଳାଷ ନିହାତି ଅବାସ୍ତବ। ଏକଥା କହିଛନ୍ତି ଭାରତୀୟ ପୂର୍ବତନ...

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ଦ୍ୱିତୀୟ ରାଉଣ୍ଡରେ ଦୀପ-ଦିଲେଶ୍ୱର

ଭୁବନେଶ୍ୱର, ୧୮।୯(କ୍ରୀଡ଼ା ପ୍ରତିନିଧି)-ବ୍ୟାଙ୍କକ୍‌ର ହୁଆମାର ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନର ଡବଲ୍ସ ଇଭେଣ୍ଟରେ ମଧ୍ୟ ଓଡ଼ିଶା ଖେଳାଳିଙ୍କ ଆରମ୍ଭ ଭଲ ହୋଇଛି।...

ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ

ନୂଆଦିଲ୍ଲୀ,୨୩।୬: ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...

ନାପୋଲି ଇଟାଲିଆନ କପ୍‌ ଫାଇନାଲରେ

ନାପଲ୍ସ, ୧୪ା୬ (ଏପି)-ଶନିବାର ଇଣ୍ଟର ମିଲାନ ବିପକ୍ଷ ମ୍ୟାଚ ୧-୧ରେ ଅମୀମାସିଂତ ଭାବେ ଶେଷ କରିବା ପରେ ନାପୋଲି ଇଟାଲିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲରେ...

ବିରାଟ କୋହଲିଙ୍କୁ ପଛରେ ପକାଇଲେ ୨୦ ବର୍ଷୀୟ ଏହି ଖେଳାଳି

ବେଙ୍ଗାଲୁରୁ,୮।୩: କର୍ନାଟକର ବାମହାତୀ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲ ଲିଷ୍ଟ ଏ ଟୁର୍ନାମେଣ୍ଟରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ବିଜୟ ହଜାରେ ଟ୍ରଫିର ଏକ...

ଉତ୍ଥାନ ଓ ପତନ: କୋହଲିଙ୍କ ନେତୃତ୍ୱରେ ସର୍ବାଧିକ, ସର୍ବନିମ୍ନ ସ୍କୋର

ଆଡିଲେଡ,୨୦।୧୨(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର ହାସଲ କରିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ...

Advertisement
Archives

Model This Week