Posted inଖେଳ

ବଡ଼ ଘୋଷଣା କଲେ ନକ୍‌ଭି: ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏହି ଦିନ ଖେଳାଯିବ ମ୍ୟାଚ

ନୂଆଦିଲ୍ଲୀ,୪।୧୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମ୍ୟାଚ ୨୦୨୫ ଟି୨୦ ଏସିଆ କପ ଫାଇନାଲରେ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଥିଲା। ଏସିଆ କପ୍‌ରେ ଭାରତ ଏବଂ ପାକିସ୍ତାନ ତିନି ଥର ମୁହାଁମୁହିଁ ହୋଇଛନ୍ତି ଏବଂ ତିନି ଥର ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରିଥିଲା। କିନ୍ତୁ ଏସିଆ କପ ଟ୍ରଫିକୁ ନେଇ ଆହୁରି ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ଏସିଆନ କ୍ରିକେଟ ପରିଷଦ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ମୋହସିନ ନକ୍‌ଭି ଟ୍ରଫି ନେଇ ପଳାଇ ଯାଇଥିଲେ। ଟିମ ଇଣ୍ଡିଆ ପିସିବି ମୁଖ୍ୟଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା, କିନ୍ତୁ ମୋହସିନ ନକଭି ନିଜ ଜତଦ୍‌ରେ ଅଟଳ ରହିଥିଲେ।

ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଏସିଆ କପ ୨୦୨୫ ଟ୍ରଫି ପାଇନାହିଁ, ଏବଂ ମୋହସିନ ନକ୍‌ଭି ଏସିଆ କପ୍‌ର ଦୁଇଟି ନୂତନ ସିଜିନ ଆରମ୍ଭ କରିବାର ଘୋଷଣା କରିଛନ୍ତି। କ୍ରିକ୍‌ବଜ ରିପୋର୍ଟ ଅନୁଯାୟୀ, ଏସିଆ କପ୍‌ର ପ୍ରଥମ ନୂତନ ସିଜିନ ଏସିଆ କପ ରାଇଜିଂ ଷ୍ଟାର୍ସ ହେବ, ଯାହାକୁ ପୂର୍ବରୁ ଏମର୍ଜିଂ ଏସିଆ କପ ଭାବରେ ଜଣାଶୁଣା ଥିଲା। ୨୦୨୫ ଏସିଆ କପ୍‌ ପରି ଏହି ଟୁର୍ନାମେଣ୍ଟରେ ସମାନ ଆଠଟି ଦଳ ଅଂଶଗ୍ରହଣ କରିବେ। ଟେଷ୍ଟ ଖେଳୁଥିବା ଦେଶଗୁଡ଼ିକର A ଦଳଗୁଡ଼ିକ ଅଂଶଗ୍ରହଣ କରୁଥିବା ବେଳେ, ଆସୋସିଏଟ ରାଷ୍ଟ୍ରଗୁଡ଼ିକର ମୁଖ୍ୟ ଦଳଗୁଡ଼ିକ ମଧ୍ୟ ପ୍ରତିଯୋଗିତା କରିବେ। ଏହି ଟୁର୍ନାମେଣ୍ଟ ୧୪ ନଭେମ୍ବରରୁ ୨୩ ତାରିଖ ପର୍ଯ୍ୟନ୍ତ ଦୋହାରେ ଖେଳାଯିବ। ଭାରତୀୟ ଦଳ ଏସିଆ କପ ରାଇଜିଂ ଷ୍ଟାର୍ସରେ ମଧ୍ୟ ଅଂଶଗ୍ରହଣ କରିପାରେ, ଯାହା ଫଳରେ ଆଉ ଏକ ଭାରତ-ପାକିସ୍ତାନ ମ୍ୟାଚ ହୋଇପାରେ। ଏସିଆ କପ ରାଇଜିଂ ଷ୍ଟାର୍ସ ପରେ ୧୯ ବର୍ଷରୁ କମ ଏସିଆ କପ ମଧ୍ୟ ଖେଳାଯିବ। ଏହି ଟୁର୍ନାମେଣ୍ଟ ଡିସେମ୍ବରରେ ଅନୁଷ୍ଠିତ ହେବାର ଆଶା କରାଯାଉଛି, କିନ୍ତୁ ଏହି ସିଜିନ ପାଇଁ ସ୍ଥାନ ଏବଂ ମ୍ୟାଚ ତାରିଖ ବିଷୟରେ ଏପର୍ଯ୍ୟନ୍ତ ବିବରଣୀ ପ୍ରକାଶ କରାଯାଇ ନାହିଁ।

୨୦୨୫ ଏସିଆ କପ ଟ୍ରଫି ଏସିସି ପାଖରେ ଅଛି। ମୋହସିନ ନକ୍‌ଭି କହିଛନ୍ତି ଯେ ଯେକୌଣସି ଭାରତୀୟ ଖେଳାଳି ସେମାନଙ୍କଠାରୁ ଟ୍ରଫି ଦାବି କରିପାରିବେ, କିନ୍ତୁ ବିସିସିଆଇ ଏଥିରେ ରାଜି ହେଉନାହିଁ। ଟିମ ଇଣ୍ଡିଆ ଏବେ ଏସିଆ କପ୍‌ର ଦୁଇଟି ନୂତନ ସିଜିନ ଖେଳିବାକୁ ଅଛି। ଏହି ସିଜିନରେ ଅଂଶଗ୍ରହଣ କରିବା ପୂର୍ବରୁ, ବିସିସିଆଇ ମୋହସିନ ନକ୍‌ଭିଙ୍କୁ ଟ୍ରଫି ଫେରାଇବାକୁ ଦାବି କରିପାରେ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

କଳାହାଣ୍ଡି ବୁଲିବେ ୧୨ ଜଣିଆ ଅଧିକାରୀ

କେସିଙ୍ଗା,୯ା୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହି...

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

ଜାପାନକୁ ସୁନାମି ଆଲର୍ଟ, ଲୋକେ ଭୟଭୀତ

ଟୋକିଓ,୯।୧୧: ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା...

ଏହିଦିନ ହେବ IPL ୨୦୨୬ ମିନି ନିଲାମ! ଚର୍ଚ୍ଚାରେ ଏହି ଖେଳାଳି

ନୂଆଦିଲ୍ଲୀ,୯।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜିନ୍ ପାଇଁ ଖେଳାଳିଙ୍କ ମିନି-ନିଲାମ ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଟାଇମ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri