Advertisement
Posted inଖେଳ

ପରାଜୟକୁ ସଫଳତା ଭାବରେ ଗ୍ରହଣ କରି ଆଗକୁ ବଢିବାକୁ ପଡିବ: ପାଣ୍ଡ୍ୟା

ଅକଲାଣ୍ଡ,୧୬।୧୧: ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ନିରାଶ ଭାରତୀୟ ଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହି ସିରିଜ ଆରମ୍ଭ ପୂର୍ବରୁ ହାର୍ଦ୍ଦିକ କହିଛନ୍ତି, ବିଶ୍ୱକପ୍‌ ଭଳି ପ୍ରତିଯୋଗିତାରେ ସେମିଫାଇନାଲରୁ ବାଦ୍‌ ପଡିବା ନିହାତି ଦୁଃଖଦାୟକ। ଟିମ ଇଣ୍ଡିଆକୁ ପରାଜୟକୁ ଏକ ସଫଳତା ଭାବରେ ଗ୍ରହଣ କରି ଆଗକୁ ବଢିବା ଆବଶ୍ୟକ। ଆମେ ପେସାଦାର ଖେଳାଳି ଏବଂ ଆମର ପରାଜୟକୁ ସେହିଭଳି ଢଙ୍ଗରେ ନେବା ଆବଶ୍ୟକ। ଟି -୨୦ ବିଶ୍ୱକପ ୨୦୨୪ ପାଇଁ ରୋଡମ୍ୟାପ ଆରମ୍ଭ ହୋଇଛି, କିନ୍ତୁ ବର୍ତ୍ତମାନ ଦଳର ସମ୍ପୂର୍ଣ୍ଣ ଧ୍ୟାନ ନ୍ୟୁଜିଲାଣ୍ଡ ଗସ୍ତ ଉପରେ ରହିଛି। ଗତ କିଛି ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡ ଏକ ବଡ଼ ଦଳ ହୋଇପାରିଛି। ଯେ ସେମାନେ ସର୍ବଦା ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଏହି ସିରିଜରେ ଯୁବ ଖେଳାଳି ଦଳରେ ନିଜର ମୂଲ୍ୟ ପ୍ରମାଣ କରିବା ଏବଂ ଭଲ ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ସୁଯୋଗ ପାଇବେ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଶୁକ୍ରବାର ଠାରୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକଙ୍କୁ ଭାରତର ଅଧିନାୟକ କରାଯାଇଛି। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତକୁ ୧୮ ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ସିରିଜ ଖେଳିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓସିଏ ଟି୨୦ କ୍ରିକେଟ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ...

ବେଦୀ, ଚୌହାନଙ୍କୁ ଗମ୍ଭୀରଙ୍କ ସମାଲୋଚନା

ନୂଆଦିଲ୍ଲୀ, ୫ା୮ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ପକ୍ଷରୁ ପଦାର୍ପଣ କରିଥିବା ଦ୍ରୁତ ବୋଲର ନବଦୀପ ସଇନି ଚମତ୍କାର ପ୍ରଦର୍ଶନ କରିଥିଲେ।...

ଡି ଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ; କୋଲକାତା ସାମ୍ନାରେ ୧୯୫ ରନ୍‌ ଟାର୍ଗେଟ୍‌ ରଖିଲି ଆର୍‌ସିବି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶାରଜା...

ଅଲିମ୍ପିକ୍ସ ସୁରକ୍ଷିତ: ଆୟୋଜକ, ଜନସାଧାରଣ ନାରାଜ

ଟୋକିଓ,୨୨।୫(ଏପି)-ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୨ ମାସ ବାକି ରହିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଆୟୋଜକମାନଙ୍କ ସହ ମିଶି ଶୁକ୍ରବାର ଅଲିମ୍ପିକ୍ସ...

୨-୧ରେ ସିରିଜ ଜିତିଲା ଭାରତ

ହାଇଦ୍ରାବାଦ,୨୫।୯: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମୁକାବିଲାରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ...

ଆଇନଗତ ପଦକ୍ଷେପ ନେଇପାରନ୍ତି ଭୂତିଆ

କୋଲ୍‌କାତା, ୨୦ା୯: ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କ ଅନୁରୋଧକୁ ଟାଳି ଦେଇଥିବାରୁ ସେ ହୁଏତ ଆଇନଗତ ପଦକ୍ଷେପ ନେଇପାରନ୍ତି।...

ଭାଇଙ୍କ ଶଟ୍‌ରେ ଏହି କ୍ରିକେଟରଙ୍କ ନାକ ଫାଟିଲା

ଆଡିଲେଡ,୧୮।୧୧: ଅଷ୍ଟ୍ରେଲିଆର ଆଡିଲେଡରେ ଚାଲିଥିବା ମାର୍ଶ ଓ୍ବାନ୍‌ ଡେ କପ୍‌ର ଏକ ମ୍ୟାଚ୍‌ରେ ଏଷ୍ଟନ୍‌ ଏଗର ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା...

ବିନା ପରିବର୍ତ୍ତନରେ ଓହ୍ଲାଇଲା ନ୍ୟୁଜିଲାଣ୍ଡ

ଆବୁଧାବି,୧୦।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ସେମିଫାଇନାଲରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ...

Advertisement
Archives

Model This Week