Posted inଖେଳ

ନ୍ୟୁୟର୍କରେ ଇଣ୍ଡିଆ ବନାମ ମିନି ଇଣ୍ଡିଆ

ନ୍ୟୁୟର୍କ, ୧୨ା୬ (ପି.ଟି.): ଟି୨୦ ବିଶ୍ୱକପ୍‌ରେ ବୁଧବାର ଆମେରିକା ବିପକ୍ଷରେ ଭାରତ ଏହାର ତୃତୀୟ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌କୁ ଇଣ୍ଡିଆ ବନାମ ମିନି ଇଣ୍ଡିଆ ମ୍ୟାଚ୍‌ ଭାବରେ ବିବେଚନା କରାଯାଉଛି। ଆମେରିକା ଦଳରେ ୫-୬ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଥିବାରୁ ଏହାକୁ ମିନି ଇଣ୍ଡିଆ କୁହାଯାଉଛି। ତେଣୁ ଭାରତ ଓ ମିନି ଭାରତ ମଧ୍ୟରେ ମ୍ୟାଚ୍‌କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଭାରତ ପାଇଁ ଖେଳିବାର ଆଶା ପୂରଣ ହୋଇ ନ ଥିବା ଅନେକ ଖେଳାଳି ବର୍ତ୍ତମାନ ଏକ ବିଶ୍ୱକପ୍‌ ଖେଳୁଥିବା ବେଳେ ନିଜ ଦେଶ ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ଉଭୟ ଦଳ ପ୍ରଥମ ୨ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ବୁଧବାର ମ୍ୟାଚ୍‌ରେ ଯେଉଁ ଦଳ ବିଜୟୀ ହେବ ସୁପର୍‌-୮ ପାଇଁ ଯୋଗ୍ୟତା ଅର୍ଜନ କରିବ। ତେବେ ଭାରତ ଏହି ମ୍ୟାଚ୍‌ରେ ନିଜ ବ୍ୟାଟିଂକୁ ସଶକ୍ତ କରିବାକୁ ଚାହିଁବ। ନାସାଉ କାଉଣ୍ଟି ଷ୍ଟାଡିୟମ ପିଚ୍‌ରେ ବୋଲରଙ୍କୁ ସହାୟତା ମିଳୁଥିବା ବେଳେ ବ୍ୟାଟରଙ୍କ ପାଇଁ ଏହା ଦୁଃସ୍ବପ୍ନ ରହିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ଏହାର ଅନ୍ତିମ ୭ ଉଇକେଟ ମାତ୍ର ୨୮ ରନ୍‌ରେ ହରାଇଥିଲା।
ଆମେରିକା ଦଳରେ ରହିଥିବା ଖେଳାଳିଙ୍କ ମଧ୍ୟରୁ ସୌରଭ ନେତ୍ରଭଲକର, ମୋନାଙ୍କ ପଟେଲ, ହରମିତ୍‌ ସିଂ ଓ ମିଲିନ୍ଦ କୁମାର ଭାରତରେ ଘରୋଇ କ୍ରିକେଟ ଖେଳି ସାରିଛନ୍ତି। ଏହା ବ୍ୟତୀତ ଦଳରେ ୨ ଜଣ ପାକିସ୍ତାନୀ, ଓ୍ବେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସର ଜଣେ ଲେଖାଏ ଖେଳାଳି ସାମିଲ ରହିଛନ୍ତି। ଆମେରିକା ଏହାର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କରିଥିଲା। ଭାରତ ବିପକ୍ଷରେ ଦଳ ସମାନ ମ୍ୟାଜିକ୍‌ ଦୋହରାଇବାକୁ ଚାହିଁବ। ନ୍ୟୁୟର୍କରେ ଏହା ଭାରତର ଅନ୍ତିମ ମ୍ୟାଚ୍‌ ହୋଇଥିବା ବେଳେ ଦଳ ବିଜୟୀ ହୋଇ ସୁପର୍‌-୮ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚାହିଁବ। ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳିଙ୍କ ବିପକ୍ଷରେ ଖେଳିବା ଅଭିଜ୍ଞତା ଆମେରିକୀୟ ଖେଳାଳିଙ୍କୁ ମିଳିବ। ଭାରତ ଯଦି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନିଏ ତା’ ହେଲେ ଆମେରିକା ତିନି ଅଙ୍କ ସ୍କୋରରେ ପହଞ୍ଚିବା କଷ୍ଟସାଧ୍ୟ। ବୁମ୍‌ରା, ସିରାଜ, ଜାଡେଜା ଓ ଅର୍ଶଦୀପ ସିଂଙ୍କ ବୋଲିଂ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ନାସାଉରେ ଆଉ ଏକ ମୁମ୍ବାଇ ଲଢେଇ ଦେଖିବାକୁ ମିଳିବ। ବିଭିନ୍ନ ବର୍ଗରେ ମୁମ୍ବାଇର ପ୍ରତିନିଧିତ୍ୱ କରିଥିବା ସୌରଭ ନେତ୍ରଭଲକର ନିଜର ପୂର୍ବତନ ଟିମ୍‌ ମେଟ୍‌ ସୂର୍ଯ୍ୟକୁମାରଙ୍କ ବିପକ୍ଷରେ ଖେଳିବେ। ଭାରତ ତଥା ଖାସ୍‌ କରି ସୂର୍ଯ୍ୟକୁମାରଙ୍କ ବିପକ୍ଷରେ ବୋଲିଂ କରିବା ତାଙ୍କ ପାଇଁ ଇମୋଶନାଲ ଯାତ୍ରା ରହିବ ବୋଲି କହିଛନ୍ତି ସୌରଭ ନେତ୍ରଭଲକର।
ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତର ଶିବମ ଦୁବେଙ୍କ ପ୍ରଦର୍ଶନ ଦଳ ପାଇଁ ବୋଝ ହୋଇଛିି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଇମ୍ପାକ୍ଟ ପ୍ଲେୟର ଭାବରେ ଆଇପିଏଲ୍‌ରେ ଖେଳିଥିବା ଦୁବେଙ୍କ ବ୍ୟାଟ ନୀରବ ରହିଥିବା ବେଳେ ସେ ବୋଲିଂ ମଧ୍ୟ କରୁନାହାନ୍ତି। ଅନ୍ୟପକ୍ଷରେ ଦୁବେଙ୍କ ସ୍ଥାନରେ ଭାରତ ଜଣେ ଅତିରିକ୍ତ ସ୍ପିନର ଖେଳାଇପାରେ। ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?