ଚାଇନା ନୁହେଁ ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ଦେଶ

ନୂଆଦିଲ୍ଲୀ,୧୯।୪: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚାଇନା ନୁହେଁ। ଏବେ ଭାରତ ହେଉଛି ବିଶ୍ୱର ସବୁଠାରୁୂ ଅଧିକ ଜନବହୁଳ ଦେଶ। ଚଳିତ ବର୍ଷ ଆରମ୍ଭରେ ଗ୍ଲୋବାଲ ଏକ୍ସପର୍ଟସ ଅନୁମାନ କରିଥିଲେ କି ୨୦୨୩ରେ ଭାରତ ସବୁଠାରୁ ଅଧିକ ଜନବହୁଳ ଦେଶ ହେବ। ଏବେ ଏହି ନୂଆ ସଂଖ୍ୟା ଉପରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ(ୟୁଏନଏଫପିଏ) ମୋହର ମାରିଛି।
ସଂଯୁକ୍ତ ରାଷ୍ଟ୍ର ସଂଖ୍ୟାରୁ ଜଣାପଡିଛି କି ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ହୋଇଛି। ଭାରତରେ ଏବେ ଚାଇନା ତୁଳନାରେ୨୦ଲକ୍ଷରୁ ଅଧିକ ଲୋକ ରହିଛନ୍ତି। ଆଉ ଏହି ଦେଶର ଜନସଂଖ୍ୟାରେ ବୃଦ୍ଧି ହୋଇ ଏବେ ଏହା ୧୪୦ କୋଟିରୁ ଅଧିକ ହେଲାଣି। ଚାଇନାରେ ଶିଶୁ ଜନ୍ମ ହାର କମିଛି, ଆଉ ଏହି ଦେଶ ଏବେ ମାଇନସ ହିସାବରେ ଚାଲିଛି।
ୟୁଏନଏଫପିଏର ‘ଦ ଷ୍ଟେଟ ଅଫ ଓ୍ବାର୍ଲଡ ପପୁଲେଶନ ରିପୋର୍ଟ ୨୦୨୩’ ଯାହା ‘୮ ବିଲିୟନ ଲାଇଭସ୍‌, ଇନଫିନିଟ ପସିବିଲିଟିଜ: ଦ କେସ ଫର ରାଇଟସ୍‌ ଆଣ୍ଡ ଚଏସ’ର ଟାଇଟେଲରେ ଜାରି କରାଯାଇଛି। ଏଥିରେ କୁହାଯାଇଛି କି ଏବେ ଭାରତର ଜନସଂଖ୍ୟା ୧,୪୨୮.୬ ମଲିୟନ ରହିଛି। ଏହି ହିସାବରେ ଚାଇନାର ଜନସଂଖ୍ୟା ୧,୪୨୫.୭ ମିଲିୟନ ରହିଛି। ଅର୍ଥାତ୍‌ ଦୁଇ ଦେଶର ଜନସଂଖ୍ୟାରେ ୨.୯ ମିଲିୟନର ଅନ୍ତର ହୋଇଯାଇଛି। ରିପୋର୍ଟରେ ତାଜା ସଂଖ୍ୟା ‘ଡେମୋଗ୍ରାଫିକ ଇଣ୍ଡିକେଟର୍ସ’ର କାଟାଗୋରୀରେ ଦିଆଯାଇଛି।
ସଂଯୁକ୍ତ ରାଷ୍ଟ୍ରର ଜନସଂଖ୍ୟା ଡେଟା ରେକର୍ଡରେ ଏହା ପ୍ରଥମଥର ହୋଇଛି ଯେ ଭାରତର ଜନସଂଖ୍ୟା ୧୯୫୦ ପରେ ଚାଇନାଠାରୁ ଅଧିକ ହୋଇଛି। ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ରର ସ୍ଥାପନା ୧୯୪୫ରେ ଶେଷ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହୋଇଥିଲା ଓ ୧୯୫୦ରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା ଡେଟା ଏକତ୍ର କରିବା ଓ ଜାରି କରିବା ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୧ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri