Posted inଖେଳ

ଟଏଲେଟ୍‌ ସଫା କରୁଛନ୍ତି ଭାରତୀୟ ଖେଳାଳି

ବ୍ରିସବେନ୍‌,୧୩।୧: ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ବ୍ରିସବେନ୍‌ରେ ପହଞ୍ଚିଛି। ଏଠାରେ ଦଳ ଉପରେ ଅନେକ ‘ପ୍ରତିବନ୍ଧକ’ ଅଛି। ଖେଳାଳିମାନେ ହୋଟେଲରେ ବିଭିନ୍ନ ସୁବିଧା ପାଉନାହାଁନ୍ତି। ଯେଉଁ ହୋଟେଲରେ ଭାରତୀୟ ଦଳ ରହିଛନ୍ତି, ସେଠାରେ ଖେଳାଳିମାନେ ହାଉସକିପିଂ ସେବା ବ୍ୟତୀତ ସୁଇମିଂ ପୁଲ ବ୍ୟବହାର କରିପାରିବେ ନାହିଁ। ବ୍ରିସବେନ ଏକ ହଟସ୍ପଟ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବାରୁ ଏଭଳି କରାଯାଇଛି। ନ୍ୟୁ ସାଉଥ ୱେଲ୍ସ ସୀମାରେ ଲକଡାଉନ ହେତୁ ହୋଟେଲରେ କ୍ୱାରାଣ୍ଟାଇନ ନିୟମ ରହିଛି। ଟିମ ଇଣ୍ଡିଆ ସହିତ ଯାତ୍ରା କରୁଥିବା ଜଣେ ସଦସ୍ୟଙ୍କ କହିବାନୁସାରେ, ଆମେ କୋଠରୀରେ ବନ୍ଦ ରହିଛୁ। ଆମେ ନିଜ ଶୌଚାଳୟ ସଫା କରି ନିଜର ଶେଯ ବିଛାଉଛୁ। ନିକଟସ୍ଥ ଭାରତୀୟ ରେଷ୍ଟୁରାଣ୍ଟରୁ ଆମ ପାଇଁ ଖାଦ୍ୟ ମଧ୍ୟ ଆସୁଛି। ପୁରା ହୋଟେଲ ଖାଲି ଅଛି, ତଥାପି ଆମେ ସୁଇମିଂ ପୁଲ ଏବଂ ଜିମ ସହିତ ହୋଟେଲର କୌଣସି ସୁବିଧା ବ୍ୟବହାର କରିପାରିବୁ ନାହିଁ। ହୋଟେଲର ସମସ୍ତ କାଫେ ଏବଂ ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ ରହିଛି। ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଛି। ଏହି ସିରିଜର ନିର୍ଣ୍ଣାୟକ ମ୍ୟାଚ ଜାନୁୟାରୀ ୧୫ରୁ ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯: ୫୦ ଲକ୍ଷ ଟଙ୍କା ଦାନ କରିବ ଏମ୍‌ସିଏ

ମୁମ୍ବାଇ,୨୬।୩(ପି.ଟି.)- କୋଭିଡ-୧୯ ମହାମାରୀର ରୂପ ନେଇ ସାରିଥିବା ବେଳେ ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ମହରାଷ୍ଟ୍ର ସରକାରଙ୍କୁ ୫୦...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ...

କଳିଙ୍ଗରେ ହେବ ମହିଳା ଏସିଆନ କପ୍‌

କୁଆଲାଲମ୍ପୁର,୨୭।୩(ପି.ଟି.): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଶ୍ୱସ୍ତରୀୟ ଫୁଟ୍‌ବଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବ।...

ଟୁର୍‌ ଡି ଫ୍ରାନ୍ସରୁ ଓହରିଲେ ଗତଥରର ଚାମ୍ପିୟନ ଇଗାନ ବେର୍ନାଲ

ଗ୍ରେନୋବଲ(ଫ୍ରାନ୍ସ), ୧୭।୯(ଏପି): ଫ୍ରାନ୍ସରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବହୁ ପର୍ଯ୍ୟାୟ ବିଶିଷ୍ଟ ପୁରୁଷ ସାଇକେଲ ରେସ୍‌ ଟୁର୍‌ ଡି ଫ୍ରାନ୍ସରୁ ଓହରିଯାଇଛନ୍ତି ଗତଥରର ଚାମ୍ପିୟନ ଇଗାନ...

ନିଜକୁ ପ୍ରଥମ ସ୍ଥାନରେ ଦେଖି ଆଶ୍ଚର୍ଯ୍ୟ ହେଲେ ଏହି କ୍ରିକେଟର୍‌

ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଶୀର୍ଷ...

ଆଇପିଏଲ ଇତିହାସରେ ପ୍ରଥମ ଥର ଘଟିଲା ଏମିତି

ମୁମ୍ବାଇ,୨୧।୪: ଏଠାରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭିନ୍ନ ଘଟଣା ଦେଖିବାକୁ...

ଟ୍ରେନିଂକୁ ଫେରିବେ ଆବିଦ୍‌ ଅଲି

ଡର୍ବି, ୨୦ା୧ (ପି.ଟି.)-ଓପନିଂ ବ୍ୟାଟ୍ସମ୍ୟାନ ଆବିଦ ଅଲି ବୁଧବାର ଟ୍ରେନିଂକୁ ଫେରିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୂଚନା ଦେଇଛି। ଏଠାରେ ରବିବାର ଇଣ୍ଟ୍ରା-ସ୍କ୍ବାଡ୍‌...

ଖେଳରତ୍ନ ସୁପାରିସ ନେଇ ଖୁସି ଜାହିର କଲେ ରାଣୀ

ବେଙ୍ଗାଲୁରୁ, ୩।୬ (ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ହକି ଇଣ୍ଡିଆ ଭାରତୀୟ ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ...

Advertisement
Ten Cric Info


Archives

Model This Week