Posted inଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ମୋହାଲି,୨୦।୯: ଟି-୨୦ ବିଶ୍ୱକପ୍‌ ହେବାକୁ ଆଉ ମାତ୍ର ଗୋଟିଏ ମାସ ବାକି ଅଛି। ଏହାପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ ଭାରତ ମଙ୍ଗଳବାର ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ମୋହାଲିରେ ପ୍ରଥମ ମ୍ୟାଚ ଖେଳାଯିବ। ଅଧିନାୟକ ରୋହିତ ଶର୍ମା, କୋଚ ରାହୁଲ ଦ୍ରାବିଡ ଏବଂ ଦଳ ପରିଚାଳନା ଟି-୨୦ ବିଶ୍ୱକପ ପୂର୍ବରୁ ଦୁର୍ବଳତାକୁ ସୁଧାରିବାକୁ ଚେଷ୍ଟା କରିବେ।
ଏସିଆ କପରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ଖେଳିବା ମିଶ୍ରଣକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏଭଳି ପରିସ୍ଥିତିରେ ଅଧିନାୟକ ଏବଂ ଦଳ ପରିଚାଳନା ସେମାନଙ୍କ ପ୍ରସ୍ତୁତି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇବ। ଏହି ନୂଆ ଜର୍ସି ରବିବାର ବିସିସିଆଇ ଦ୍ୱାରା ଲଞ୍ଚ କରାଯାଇଥିଲା।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ୨୦ ସେପ୍ଟେମ୍ବର ଅର୍ଥାତ୍‌ ଆଜି ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଭାରତ ଭାରତୀୟ ସମୟ ସା ୭.୩୦ରୁ ଖେଳାଯିବ। ଟସ ସା ୭:୦୦ରେ ହେବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ନିକଟରେ ଭାରତ ବନାମ ଅଷ୍ଟ୍ରେଲିଆ ଟି-୨୦ ସିରିଜ ପ୍ରସାରଣ କରିବାର ଅଧିକାର ଅଛି। ଷ୍ଟାର୍‌ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଏହି ମ୍ୟାଚ ହିନ୍ଦୀ କିମ୍ବା ଇଂରାଜୀ କମେଣ୍ଟ୍ରି ଦେଖିହେବ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପ ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri