Posted inଖେଳ

‘ପାରାଲିମ୍ପିକ୍ସରେ ଭାରତ ଜିତିବ ୨୫ ପଦକ’

ନୂଆଦିଲ୍ଲୀ,୧୮ା୮(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତ ଅନୂ୍ୟନ ୨୫ପଦକ ହାସଲ କରିବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାରାଲିମ୍ପିକ୍ସ କମିଟି (ପିସିଆଇ) ମୁଖ୍ୟ ଦେବେନ୍ଦ୍ର ଝାଝରିଆ। ଭାରତୀୟ ଷ୍ଟାର ଶଟଲର ପ୍ରମୋଦ ଭଗତ ବାଦ୍‌ ପଡ଼ିଥିଲେ ମଧ୍ୟ ଏହା ଭାରତୀୟ ପ୍ରଦର୍ଶନକୁ ପ୍ରଭାବିତ କରିବ ନାହିଁ ବୋଲି ଝାଝରିଆ କହିଛନ୍ତି। ଡୋପିଂ ନିରୋଧୀ ନିୟମର ଉଲ୍ଲଂଘନ କାରଣରୁ ଭଗତଙ୍କୁ ୧୮ ମାସ ପାଇଁ ବାସନ୍ଦ କରାଯାଇଥିଲା। ତେବେ ଚଳିତବର୍ଷ ଭାରତ ପାରାଲିମ୍ପିକ୍ସ ପାଇଁ ଏହାର ସର୍ବବୃହତ୍‌ ୮୪ ଜଣିଆ ଆଥ୍‌ଲେଟିକ୍ସ ଦଳ ପ୍ରେରଣ କରିଛି। ଏହି ଦଳରେ ଆରମ୍ଭରୁ ପ୍ରମୋଦଙ୍କ ନାମ ନ ଥିଲା। ତେଣୁ ଭାରତ ଏହି ୮୪ ଖେଳାଳିଙ୍କ ନିକଟରୁ ହିଁ ୨୫ ପଦକର ଆଶା ରଖିଛି। ଏହା ନିଃସନ୍ଦେହ କି ପ୍ରମୋଦ ଆମର ଜଣେ ତାରକା ଆଥ୍‌ଲେଟ। ମାତ୍ର ଭାରତ ନିକଟରେ ପ୍ରତିଭାର ଭଣ୍ଡାର ରହିଛି ବୋଲି ସେ କହିଛନ୍ତି। ପ୍ରମୋଦ ଟୋକିଓ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ୟାରିସ୍‌ ପାରାଲିମ୍ପିକ୍ସ ପାଇଁ ମଧ୍ୟ ତାଙ୍କୁ ଫେଭରିଟ୍‌ ଭାବରେ ବିବେଚନା କରାଯାଉଥିଲା। ତେବେ ଚଳିତ ବର୍ଷ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖି ୨୫ ପଦକର ଭବିଷ୍ୟବାଣୀ କରିଥିବା କହିଛନ୍ତି ଦେବେନ୍ଦ୍ର।
ଆସନ୍ତା ଅଗଷ୍ଟ ୨୮ ତାରିଖରୁ ପାରାଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଭାରତ ଟୋକିଓରେ ୧୯ଟି ପଦକ ହାସଲ କରିଥିବା ବେଳେ ପାରା ଏସିଆନ୍‌ ଗେମ୍ସରେ ୧୧୧ ପଦକ ହାସଲ କରିଥିଲା। ଭାରତ ଏହାର ପାରାଲିମ୍ପିକ୍ସ ଇତିହାସରେ ସର୍ବବୃହତ ଦଳ ପ୍ରେରଣ କରିଥିବା ବେଳେ ଅତିକମ୍‌ରେ ୨୫ ପଦକ ଜିତିବ ବୋଲି ଡବଲ୍‌ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝରିଆ ପ୍ରକାଶ କରିଛନ୍ତି। ଭାରତ ସମୁଦାୟ ୧୨ଟି କ୍ରୀଡ଼ା ଇଭେଣ୍ଟରେ ଅଂଶଗ୍ରହଣ କରିବ।
ଭାରତୀୟ ଆଥ୍‌ଲେଟମାନେ ଚମତ୍କାର ଫର୍ମରେ ରହିଛନ୍ତି। ପାରାଲିମ୍ପିକ୍ସ ପାଇଁ ସମସ୍ତ ଆଥ୍‌ଲେଟଙ୍କ ପ୍ରସ୍ତୁତି ମଧ୍ୟ ଶୀର୍ଷସ୍ତରୀୟ ରହିଛି ବୋଲି ଝାଝରିଆ କହିଛନ୍ତି। ଏହି ଖେଳାଳିମାନେ ଭାରତକୁ ଗର୍ବିତ କରିବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଭାରତୀୟ ଦଳରେ ଯୁବ ଏବଂ ବରିଷ୍ଠମାନଙ୍କର ଏକ ଚମତ୍କାର ସମନ୍ବୟ ରହିଛି। ୩୯ ବର୍ଷୀୟ ଅମିତ ସରୋହା ଏହି ଦଳର ସବୁଠାରୁ ବରିଷ୍ଠ ଖେଳାଳି ଥିବା ବେଳେ ୧୭ ବର୍ଷିଆ ବିସ୍ମୟୀ ବାଳିକା ତୀରନ୍ଦାଜ ଶୀତଲ ଦେବୀ ସର୍ବକନିଷ୍ଠ ଖେଳାଳି ରହିଛନ୍ତି। ହାତ ବଦଳରେ ପାଦର ବ୍ୟବହାର କରି ତୀରନ୍ଦାଜୀ କରୁଥିବା ଜମ୍ମୁ-କଶ୍ମୀରର ଶୀତଲ ଚଳିତ ଏସିଆନ ପାରା ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅମିତ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବେଳେ ଶୀତଲଙ୍କର ଏହା ପ୍ରଥମ ଅଲିମ୍ପିକ୍ସ।
ଟୋକିଓ ଅଲିମ୍ପିକ୍ସରେ ଭାରତ ୫୬ ଜଣିଆ ଦଳ ପ୍ରେରଣ କରିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୮୪ରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଭାରତ ବ୍ଲାଇଣ୍ଡ ଜୁଡୋ, ପାରା ସେଲିଂ ଓ ପାରା ସାଇକ୍ଲିଙ୍ଗ ପରି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri