Posted inଖେଳ

ଟି୨୦ ବିଶ୍ୱକପ୍‌ ଭାରତ ବାହାରକୁ ଯିବ: ଆବୁଧାବି, ଦୁବାଇ, ଶାରଜା, ମସ୍କଟରେ ମ୍ୟାଚ୍‌ ସମ୍ଭାବନା

ନୂଆଦିଲ୍ଲୀ,୬।୬(ପି.ଟି.): ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ଭାରତରେ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଏହି ମେଗା ଇଭେଣ୍ଟ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଓ ଓମାନକୁ ସ୍ଥାନାନ୍ତର ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନ୍ତରିକ ଭାବେ ଏ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ଆଇସିସିକୁ ସୂଚନା ଦେଇଛି। ଭାରତରେ କୋଭିଡ୍‌-୧୯ ମହାମାରୀ ସ୍ଥିତି ଭୟାବହ ରହିଛି। ଏଭଳି ସ୍ଥିତିରେ ଭାରତରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବା ଏକପ୍ରକାର ଅସମ୍ଭବ ମନେହେଉଛି।
ୟୁଏଇ ପ୍ରଥମ ବିକଳ୍ପ ଭେନ୍ୟୁ ଭାବେ ଅନୁମୋଦନ ପାଇଛି। ଏବେ ଓମାନ ରାଜଧାନୀ ମସ୍କଟ ଚତୁର୍ଥ ଭେନ୍ୟୁ ଭାବେ ସାମିଲ ହୋଇଛି। ଆବୁଧାବି, ଦୁବାଇ ଓ ଶାରଜା ବିଶ୍ୱକପ ପାଇଁ ପ୍ରଥମ ୩ଟି ଭେନ୍ୟୁ ଭାବେ ଅନୁମୋଦନ ପାଇଥିଲା।
ବିଶ୍ୱକପ୍‌ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନେବାକୁ ଆଇସିସି ବୋର୍ଡ ବୈଠକରେ ବିସିସିଆଇ ୪ ସପ୍ତାହର ସମୟ ଔପଚାରିକ ଭାବେ ମାଗିଥିଲା। ଆୟୋଜନ ଅଧିକାର ବଜାୟ ରଖିବା ସହ ଟୁର୍ନାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜନ କରିବା ନେଇ ଆଦୌ ଦ୍ୱିଧା କରାଯିବ ନାହିଁ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୧୬ଟି ଦଳକୁ ନେଇ ଆୟୋଜନ ହେବାକୁଥିତ୍ବା ଏହି ବିଶ୍ୱକପ୍‌ର ପ୍ରିଲିମିନାରି ରାଉଣ୍ଡ ମ୍ୟାଚ୍‌ଗୁଡିକ ମସ୍କଟରେ ଆୟୋଜନ ହେବ। ଯାହାଫଳରେ ୟୁଏଇର ୩ଟି ଗ୍ରାଉଣ୍ଡରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବାକିଥିବା ୩୧ଟି ମ୍ୟାଚ୍‌ ଆୟୋଜନ ହେବାରେ କୌଣସି ସମସ୍ୟା ରହିବ ନାହିଁ।
ଯଦି ଆଇପିଏଲ୍‌ ଅକ୍ଟୋବର ୧୦ ତାରିଖରେ ଶେଷ ହୁଏ ତା’ହେଲେ ବିଶ୍ୱକପର ୟୁଏଇ ଲେଗ୍‌ ନଭେମ୍ବରରେ ଆରମ୍ଭ ହୋଇପାରିବ। ଫଳରେ ବିଶ୍ୱକପ୍‌ ପାଇଁ ପିଚ୍‌ର ପୁନର୍ବିନ୍ୟାସ ତଥା ପ୍ରସ୍ତୁତି ପାଇଁ ୩ ସପ୍ତାହର ସମୟ ମିଳିଯିବ ଓ ଇତିମଧ୍ୟରେ ଓମାନରେ ବିଶ୍ୱକପର ପ୍ରଥମ ସପ୍ତାହ ମ୍ୟାଚ୍‌ଗୁଡିକ ଆୟୋଜନ ହୋଇପାରିବ। ଏବେ ଭାରତ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ବୋଲି ଅଧିକାଂଶ ଆଇସିସି ହୃଦୟଙ୍ଗମ କରିଛନ୍ତି। ତେବେ ଅକ୍ଟୋବର ଓ ନଭେମ୍ବରରେ କିଭଳି ସ୍ଥିତି ହୋଇଥିବ ସେ ନେଇ କହିବା କଷ୍ଟକର।
ବ୍ୟବହାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତରେ ପ୍ରତିଦିନ ୧,୨୦,୦୦୦ କରୋନା ମାମଲା ରିପୋର୍ଟ ହେଉଛି। ଏହା ଏପ୍ରିଲ ଶେଷ ଓ ଚଳିତ ମାସ ପ୍ରାରମ୍ଭରେ ଆସୁଥିବା କରୋନ ମୁକାବିଲାର ପାଖାପାଖି ଏକ ତୃତୀୟାଂଶ। ଯଦି କରୋନାର ତୃତୀୟ ଲହର ଆସେ ତା’ହେଲେ ଅକ୍ଟୋବରରେ ସ୍ବାସ୍ଥ୍ୟାବସ୍ଥା କିପରି ହେବ ତାହା ଅନୁମାନ କରିବା କଷ୍ଟକର ହେବ। ଏପରିସ୍ଥଳେ ୨୮ ଜୁନ୍‌ରେ ବିଶ୍ୱକପ୍‌ ଆୟୋଜନ ନେଇ କିପରି କୁହାଯାଇପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ପୁଣି ଦ୍ୱିତୀୟ ପ୍ରଶ୍ନ ହେଉଛି ସେପ୍ଟେମ୍ବରରେ ବିସିସିଆଇ ୮ଟି ଦଳ ବିଶିଷ୍ଟ ଆଇପିଏଲ୍‌କୁ ଆୟୋଜନ କରିବାକୁ ଦ୍ୱନ୍ଦ୍ୱରେ ରହୁଛି। ଏଭଳି ଅବସ୍ଥାରେ ଟି୨୦ ବିଶ୍ୱକପ୍‌ ଗୋଟିଏ ମାସ ମଧ୍ୟରେ କିପରି ଆୟୋଜନ ହୋଇପାରିବ। ମୌସୁମୀ ଉପରେ କୋଭିଡ୍‌-୧୯ର କୌଣସି ପ୍ରଭାବ ରହିବ ନାହିଁ ବୋଲି ବିସିସିଆଇ କର୍ମକର୍ତ୍ତା ଜାଣନ୍ତି। ଏହି ଟୁର୍ନାମେଣ୍ଟରେ ୨୪୦୦ କୋଟି ଟଙ୍କାର ରାଜସ୍ବ ନେଇ ପ୍ରଶ୍ନ ରହିଛି। ଯଦି ଭାରତରେ କରୋନା ସ୍ଥିତିରେ ସୁଧାର ନ ଆସେ ତା’ହେଲେ ବିଦେଶୀ ତାରକା ଖେଳାଳିମାନେ କିପରି ଭାରତ ଆସିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତେଣୁ ଏହି ଖେଳାଳିମାନେ ଆଇପିଏଲ୍‌ ଖେଳିବାକୁ ନିଶ୍ଚିତ ଭାବେ ୟୁଏଇ ଆସିବେ ଓ ପରେ ସେଠାରେ ଟି୨୦ ବିଶ୍ୱକପ୍‌ ଖେଳିବାକୁ ପସନ୍ଦ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri