Posted inଖେଳ

ଟି୨୦ ବିଶ୍ୱକପ୍‌ ଭାରତ ବାହାରକୁ ଯିବ: ଆବୁଧାବି, ଦୁବାଇ, ଶାରଜା, ମସ୍କଟରେ ମ୍ୟାଚ୍‌ ସମ୍ଭାବନା

ନୂଆଦିଲ୍ଲୀ,୬।୬(ପି.ଟି.): ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ଭାରତରେ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଏହି ମେଗା ଇଭେଣ୍ଟ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଓ ଓମାନକୁ ସ୍ଥାନାନ୍ତର ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନ୍ତରିକ ଭାବେ ଏ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ଆଇସିସିକୁ ସୂଚନା ଦେଇଛି। ଭାରତରେ କୋଭିଡ୍‌-୧୯ ମହାମାରୀ ସ୍ଥିତି ଭୟାବହ ରହିଛି। ଏଭଳି ସ୍ଥିତିରେ ଭାରତରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବା ଏକପ୍ରକାର ଅସମ୍ଭବ ମନେହେଉଛି।
ୟୁଏଇ ପ୍ରଥମ ବିକଳ୍ପ ଭେନ୍ୟୁ ଭାବେ ଅନୁମୋଦନ ପାଇଛି। ଏବେ ଓମାନ ରାଜଧାନୀ ମସ୍କଟ ଚତୁର୍ଥ ଭେନ୍ୟୁ ଭାବେ ସାମିଲ ହୋଇଛି। ଆବୁଧାବି, ଦୁବାଇ ଓ ଶାରଜା ବିଶ୍ୱକପ ପାଇଁ ପ୍ରଥମ ୩ଟି ଭେନ୍ୟୁ ଭାବେ ଅନୁମୋଦନ ପାଇଥିଲା।
ବିଶ୍ୱକପ୍‌ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନେବାକୁ ଆଇସିସି ବୋର୍ଡ ବୈଠକରେ ବିସିସିଆଇ ୪ ସପ୍ତାହର ସମୟ ଔପଚାରିକ ଭାବେ ମାଗିଥିଲା। ଆୟୋଜନ ଅଧିକାର ବଜାୟ ରଖିବା ସହ ଟୁର୍ନାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜନ କରିବା ନେଇ ଆଦୌ ଦ୍ୱିଧା କରାଯିବ ନାହିଁ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୧୬ଟି ଦଳକୁ ନେଇ ଆୟୋଜନ ହେବାକୁଥିତ୍ବା ଏହି ବିଶ୍ୱକପ୍‌ର ପ୍ରିଲିମିନାରି ରାଉଣ୍ଡ ମ୍ୟାଚ୍‌ଗୁଡିକ ମସ୍କଟରେ ଆୟୋଜନ ହେବ। ଯାହାଫଳରେ ୟୁଏଇର ୩ଟି ଗ୍ରାଉଣ୍ଡରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବାକିଥିବା ୩୧ଟି ମ୍ୟାଚ୍‌ ଆୟୋଜନ ହେବାରେ କୌଣସି ସମସ୍ୟା ରହିବ ନାହିଁ।
ଯଦି ଆଇପିଏଲ୍‌ ଅକ୍ଟୋବର ୧୦ ତାରିଖରେ ଶେଷ ହୁଏ ତା’ହେଲେ ବିଶ୍ୱକପର ୟୁଏଇ ଲେଗ୍‌ ନଭେମ୍ବରରେ ଆରମ୍ଭ ହୋଇପାରିବ। ଫଳରେ ବିଶ୍ୱକପ୍‌ ପାଇଁ ପିଚ୍‌ର ପୁନର୍ବିନ୍ୟାସ ତଥା ପ୍ରସ୍ତୁତି ପାଇଁ ୩ ସପ୍ତାହର ସମୟ ମିଳିଯିବ ଓ ଇତିମଧ୍ୟରେ ଓମାନରେ ବିଶ୍ୱକପର ପ୍ରଥମ ସପ୍ତାହ ମ୍ୟାଚ୍‌ଗୁଡିକ ଆୟୋଜନ ହୋଇପାରିବ। ଏବେ ଭାରତ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ବୋଲି ଅଧିକାଂଶ ଆଇସିସି ହୃଦୟଙ୍ଗମ କରିଛନ୍ତି। ତେବେ ଅକ୍ଟୋବର ଓ ନଭେମ୍ବରରେ କିଭଳି ସ୍ଥିତି ହୋଇଥିବ ସେ ନେଇ କହିବା କଷ୍ଟକର।
ବ୍ୟବହାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତରେ ପ୍ରତିଦିନ ୧,୨୦,୦୦୦ କରୋନା ମାମଲା ରିପୋର୍ଟ ହେଉଛି। ଏହା ଏପ୍ରିଲ ଶେଷ ଓ ଚଳିତ ମାସ ପ୍ରାରମ୍ଭରେ ଆସୁଥିବା କରୋନ ମୁକାବିଲାର ପାଖାପାଖି ଏକ ତୃତୀୟାଂଶ। ଯଦି କରୋନାର ତୃତୀୟ ଲହର ଆସେ ତା’ହେଲେ ଅକ୍ଟୋବରରେ ସ୍ବାସ୍ଥ୍ୟାବସ୍ଥା କିପରି ହେବ ତାହା ଅନୁମାନ କରିବା କଷ୍ଟକର ହେବ। ଏପରିସ୍ଥଳେ ୨୮ ଜୁନ୍‌ରେ ବିଶ୍ୱକପ୍‌ ଆୟୋଜନ ନେଇ କିପରି କୁହାଯାଇପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ପୁଣି ଦ୍ୱିତୀୟ ପ୍ରଶ୍ନ ହେଉଛି ସେପ୍ଟେମ୍ବରରେ ବିସିସିଆଇ ୮ଟି ଦଳ ବିଶିଷ୍ଟ ଆଇପିଏଲ୍‌କୁ ଆୟୋଜନ କରିବାକୁ ଦ୍ୱନ୍ଦ୍ୱରେ ରହୁଛି। ଏଭଳି ଅବସ୍ଥାରେ ଟି୨୦ ବିଶ୍ୱକପ୍‌ ଗୋଟିଏ ମାସ ମଧ୍ୟରେ କିପରି ଆୟୋଜନ ହୋଇପାରିବ। ମୌସୁମୀ ଉପରେ କୋଭିଡ୍‌-୧୯ର କୌଣସି ପ୍ରଭାବ ରହିବ ନାହିଁ ବୋଲି ବିସିସିଆଇ କର୍ମକର୍ତ୍ତା ଜାଣନ୍ତି। ଏହି ଟୁର୍ନାମେଣ୍ଟରେ ୨୪୦୦ କୋଟି ଟଙ୍କାର ରାଜସ୍ବ ନେଇ ପ୍ରଶ୍ନ ରହିଛି। ଯଦି ଭାରତରେ କରୋନା ସ୍ଥିତିରେ ସୁଧାର ନ ଆସେ ତା’ହେଲେ ବିଦେଶୀ ତାରକା ଖେଳାଳିମାନେ କିପରି ଭାରତ ଆସିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତେଣୁ ଏହି ଖେଳାଳିମାନେ ଆଇପିଏଲ୍‌ ଖେଳିବାକୁ ନିଶ୍ଚିତ ଭାବେ ୟୁଏଇ ଆସିବେ ଓ ପରେ ସେଠାରେ ଟି୨୦ ବିଶ୍ୱକପ୍‌ ଖେଳିବାକୁ ପସନ୍ଦ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri