Posted inଖେଳ

ଭାରତ-ଶ୍ରୀଲଙ୍କା ଟି୨୦ ଆଜି

ମୁମ୍ବାଇ,୩ା୧: ଟି୨୦ ବିଶ୍ୱକପ୍‌କୁ ଆଉ ମାତ୍ର ୧୮ ମାସ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମିଶନ୍‌ ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଭାରତୀୟ ଦଳର ୩ ବରିଷ୍ଠ ଖେଳାଳି ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ବିନା ହାର୍ଦ୍ଦିକଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷ ସିରିଜ ଖେଳିବ ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟି୨୦ ବୁଧବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ବିଶ୍ୱକପ୍‌ ବର୍ତ୍ତମାନ ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ପ୍ରାଥମିକତା ରହିଥିବା ବେଳେ ହାର୍ଦ୍ଦିକଙ୍କ ନିକଟରେ ୨୦୨୪ର ଯୋଜନା ପ୍ରସ୍ତୁତ ପାଇଁ ସମୟ ମଧ୍ୟ ରହିଛି। ବରିଷ୍ଠ ଖେଳାଳିଙ୍କୁ ଶ୍ରୀଲଙ୍କା ସିରିଜରୁ ବାଦ୍‌ ଦିଆଯାଇଥିବା ବେଳେ ଭାରତୀୟ ମ୍ୟାନେଜମେଣ୍ଟ ବର୍ତ୍ତମାନ ଭବିଷ୍ୟତ ଉପରେ ଲକ୍ଷ୍ୟ ରଖିଥିବା ସ୍ପଷ୍ଟ।
ଟିମ୍‌ କମ୍ବିନେଶନ: ନ୍ୟୁଜିଲାଣ୍ଡ ସିରିଜରେ ରିଷଭ ପନ୍ତ ଓ ଇଶାନ କିଶନ ଓପନ କରିଥିଲେ। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ଏହି ସିରିଜରୁ ବାଦ୍‌ ପଡିଥିବା ବେଳେ ଋତୁରାଜ ଗାଏକ୍ୱାଡ ଇନିଂସ ଓପନ କରିପାରନ୍ତି। ଉଭୟ କିଶନ ଏବଂ ଗାଏକ୍ୱାଡ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି। ସେହିପରି ଅନ୍ୟତମ ଓପନିଙ୍ଗ ବିକଳ୍ପ ଭାବରେ ଶୁବମାନ ଗିଲ୍‌ ମଧ୍ୟ ରହିଛନ୍ତି। ୩ ନମ୍ବର ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କ ଖେଳିବା ନିଶ୍ଚିତ ରହିଥିବା ବେଳେ ଦୀପକ ହୁଦା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓ ୫ ନମ୍ବର ଖେଳାଳି ରହିବେ। ମଧ୍ୟକ୍ରମରେ ଖାଲିଥିବା ଅନ୍ୟ ଏକ ସ୍ଥାନରେ ସଞ୍ଜୁ ସାମସନ୍‌ ଓ ରାହୁଲ ତ୍ରିପାଠୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ବିଗତ କିଛି ସିରିଜ୍‌ ଧରି ତ୍ରିପାଠୀ ବେଞ୍ଚରେ ବସିଥିଲେ ମଧ୍ୟ ଅଭିଜ୍ଞତା ଦୃଷ୍ଟିରୁ ସାମସନଙ୍କୁ ସୁଯୋଗ ମିଳିବ। ସପ୍ତମ ସ୍ଥାନରେ ଓ୍ବାଶିଂଟନ୍‌ ସୁନ୍ଦର ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ମୁଖ୍ୟ ସ୍ପିନର ଭାବରେ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରାଯାଇପାରେ। ଅନକ୍ୟାପ୍‌ଡ ଖେଳାଳି ଶିବମ ମାଭି ଓ ମୁକେଶ କୁମାର ଭାରତୀୟ ଦଳରେ ରହିଥିଲେ ମଧ୍ୟ ଅର୍ଶଦୀପ, ହର୍ଷଲ ପଟେଲ ଓ ଉମ୍ରାନ ମଲିକ୍‌ ବୋଲିଂର ନେତୃତ୍ୱ ନେଇପାରନ୍ତି। ଏସିଆ କପ୍‌ ଚାମ୍ପିୟନ ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ ପ୍ରଦର୍ଶନ ଆଧାରରେ ଦଳ ଚୟନ କରିଛି। ଏହି ଦଳକୁ ଅଭିଷ୍କା ଫର୍ନାଣ୍ଡୋ, ଚାମିକା କରୁଣାରତ୍ନେ ଓ ସାଦିରା ସମରଓ୍ବିକ୍ରମା ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାନୁକା ରାଜପାକ୍‌ସେଙ୍କ ପ୍ରଦର୍ଶନ ଉପରେ ମଧ୍ୟକ୍ରମ ବ୍ୟାଟିଂର ଭାର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri