ଲାଞ୍ଚ କାରବାର ତାଲିକାରେ ତଳକୁ ଖସିଲା ଭାରତ, ଚାଇନା-ପାକିସ୍ତାନ-ବାଂଲାଦେଶ-ନେପାଳରେ ସ୍ଥିତି ଖରାପ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଲାଞ୍ଚ କାରବାର ମାମଲାରେ ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛି। ଗତ ବର୍ଷଠାରୁ ଏହା ୫ଟି ସ୍ଥାନ ତଳକୁ ଖସି ଆସିଛି। ଗତ ବର୍ଷ ୧୯୪ ଦେଶ ମଧ୍ୟରେ ଭାରତ ସ୍ଥାନ ୭୭ ଥିଲା। ତେବେ ଚଳିତ ବର୍ଷ ଭାରତ ୮୨ ସ୍ଥାନକୁ ଖସି ଆସିଛି। ଏଥିରୁ ଜଣାପଡୁଛି ଯେ, ଦେଶରେ ଲାଞ୍ଚ କାରବାର କମିବାରେ ଲାଗିଛି। ଲାଞ୍ଚ କାରବାର ବିଶ୍ୱ ସୂଚକାଙ୍କ ରିପୋର୍ଟ ପ୍ରସ୍ତୁତ କରୁଥିବା ଟିଆର୍‌ଏସିଇ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି।
ଚଳିତ ବର୍ଷର ରିପୋର୍ଟ ଅନୁଯାୟୀ ଲାଞ୍ଚ କାରବାରରେ ଉତ୍ତର କୋରିଆ, ତୁର୍କମେନିସ୍ତାନ, ଭେନେଜୁଏଲା ଏବଂ ଇରିଟ୍ରିଆ ଆଗରେ ରହିଛନ୍ତି। ଅପରପକ୍ଷରେ ଡେନମାର୍କ, ନରୱେ, ଫିନଲ୍ୟାଣ୍ଡ, ସ୍ବିଡେନ ଏବଂ ନ୍ୟୁଜିଲାଣ୍ଡରେ ଲାଞ୍ଚ କାରବାର କମ୍‌ ରହିଛି।

୨୦୨୦ରେ ୪୫ ପଏଣ୍ଟ ସହ ଭାରତ ୭୭ ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ୪୪ ପଏଣ୍ଟ ସହ ୮୨ ତମ ସ୍ଥାନରେ ରହିଛି। ଏହି ସ୍କୋର ଚାରୋଟି ମାନଦଣ୍ଡ ଉପରେ ଆଧାରିତ ହୋଇଥାଏ। ସେଗୁଡ଼ିକ ହେଉଛି ସରକାରଙ୍କ ସହିତ ବ୍ୟବସାୟିକ କଥାବାର୍ତ୍ତା, ଲାଞ୍ଚ ବିରୋଧୀ ପଦକ୍ଷେପର କାର୍ଯ୍ୟକାରିତା, ସରକାରୀ ଏବଂ ନାଗରିକ ସେବାରେ ସ୍ବଚ୍ଛତା ଏବଂ ନାଗରିକ ସମାଜକୁ ତଦାରଖ କରିବାର କ୍ଷମତା। ଏଥିରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ରିପୋର୍ଟରେ ଭାରତର ପଡୋଶୀ ଦେଶ ପାକିସ୍ଥାନ, ଚାଇନା, ନେପାଳ ଏବଂ ବାଂଲାଦେଶର ସ୍ଥିତି ଖରାପ ରହିଛି। ତାଲିକାରେ, ଭୁଟାନ ୬୨ ତମ ସ୍ଥାନରେ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଗତ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱର ଟ୍ରେଣ୍ଡ ତୁଳନାରେ ଆମେରିକାରେ ଲାଞ୍ଚ କାରବାର ସଙ୍କଟ ସୃଷ୍ଟି କରିଛି। ଆମେରିକାରେ ଲାଞ୍ଚ କାରବାର ବଢ଼ିବାରେ ଲାଗିଛି।

୨୦୨୦ ରୁ ୨୦୨୧ ମଧ୍ୟରେ, ସମସ୍ତ ଗଲ୍ଫ କୋଅପରେସନ କାଉନସିଲ (ଜିସିସି) ଦେଶଗୁଡିକରେ ଲାଞ୍ଚ କାରବାରରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଲାଞ୍ଚ କାରବାର ଉଜବେକିସ୍ତାନ, ଗାମ୍ବିଆ, ଆର୍ମେନିଆ, ମାଲେସିଆ ଏବଂ ଅଙ୍ଗୋଲାରେ କମିଛି ବୋଲି ତାଲିକାରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri