ବିଶ୍ୱକୁ ସ୍ତବ୍ଧ କଲା ଭାରତ: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ

ମସ୍କୋ,୫।୧୧:ଭାରତ ପୁଣି ଥରେ ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏଥର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ ବିଶେଷ କରି ମେକ ଇନ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ (SMEs) ପାଇଁ ସ୍ଥାୟୀ ପରିସ୍ଥିତି ସୃଷ୍ଟି ଉପଲକ୍ଷେ ସରକାରଙ୍କ ଉଦ୍ୟମ ପାଇଁ ସେ ଭାରତ ସରକାର ଏବଂ ଏହାର ନେତୃତ୍ୱକୁ ପ୍ରଶଂସା କରିଥିଲେ।

ମସ୍କୋରେ ଭିଟିବି ନିବେଶ ଫୋରମକୁ ସମ୍ବୋଧିତ କରି ଭ୍ଲାଦିମିର ପୁଟିନ ରୁଷିଆର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଏବଂ ଭାରତର ‘ମେକ ଇନ ଇଣ୍ଡିଆ’ ପଦକ୍ଷେପ ଏବଂ ରୁଷିଆ ମଧ୍ୟରେ ସମାନତା ଆଙ୍କିଛନ୍ତି। ପୁଟିନ ଏହା ମଧ୍ୟ କହିଛନ୍ତି ଯେ, ଭାରତର ନେତୃତ୍ୱ ଏହାର ସ୍ବାର୍ଥକୁ ପ୍ରାଧାନ୍ୟ ଦେବା ନୀତି ଉପରେ ଧ୍ୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ମେକ ଇନ ଇଣ୍ଡିଆ ନାମକ ଏକ କାର୍ଯ୍ୟକ୍ରମ ରହିଛି। ଆମେ ମଧ୍ୟ ଭାରତରେ ଆମର ଉତ୍ପାଦନ ପଏଣ୍ଟ ସୃଷ୍ଟି କରିବାକୁ ପ୍ରସ୍ତୁତ। ଭାରତର ପ୍ରଧାନମନ୍ତ୍ରୀ ସ୍ଥିର ପରିସ୍ଥିତି ସୃଷ୍ଟି କରୁଛନ୍ତି ଏବଂ ଏହାର କାରଣ ହେଉଛି ଭାରତୀୟ ନେତୃତ୍ୱ ଭାରତକୁ ପ୍ରାଥମିକତା ଦେବାର ନୀତି ଉପରେ ଚାଲୁଛି ଏବଂ ଆମେ ବିଶ୍ୱାସ କରୁ ଯେ ଭାରତରେ ପୁଞ୍ଜି ବିନିଯୋଗ ଲାଭଦାୟକ ଅଟେ।

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ବ୍ରିକ୍ସ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ପୁଟିନ ଆହ୍ବାନ ଦେଇଛନ୍ତି ଏବଂ ଆସନ୍ତା ବର୍ଷ ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ସହଯୋଗର ପ୍ରମୁଖ କ୍ଷେତ୍ର ଆକଳନ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ବ୍ରିକ୍ସ କର୍ପୋରେସନ ସହକର୍ମୀଙ୍କୁ ସହଯୋଗର ମୁଖ୍ୟ କ୍ଷେତ୍ରଗୁଡିକର ସ୍ଥିତି ବିଶ୍ଳେଷଣ କରିବାକୁ କହିବି ଏବଂ ଆସନ୍ତା ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବ୍ରାଜିଲ ସହକର୍ମୀଙ୍କ ଦୃଷ୍ଟି ଆକର୍ଷଣ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ପାଇଁ ସହମତି ହେଲେ ଇସ୍ରାଏଲ-ହମାସ, ୧୫ ମାସ ପାଇଁ ଯୁଦ୍ଧ ବନ୍ଦ

ନୂଆଦିଲ୍ଲୀ, ୧୫।୧: ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ସଂଗଠନ ହମାସ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଯୁଦ୍ଧବିରତି ଏବଂ କଏଦୀ ବିନିମୟ ସମ୍ପର୍କରେ କିଛି ଦିନ ଧରି...

ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌...

ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ...

ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ...

ବାଂଲାଦେଶରେ ରହି ବଡ଼ ଖେଳ କରିଦେଲେ ୟୁନୁସ୍‌, ଶେଖ ହାସିନାଙ୍କ…

ଢାକା,୧୫।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭଣଜା ଏବଂ ଲେବର ପାର୍ଟି ସାଂସଦ ଟ୍ୟୁଲିପ ସିଦ୍ଦିକି ମଙ୍ଗଳବାର ବ୍ରିଟେନର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।...

ୟୁକ୍ରେନ୍‌ ପାଇଁ ଆଉ ନୂଆ ଏକ ଚ୍ୟାଲେଞ୍ଜ

ସିଓଲ,୧୫।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା...

ଚିନ୍ତାରେ ପଡିଲା ୟୁକ୍ରେନ୍‌, ନୂଆ ଚ୍ୟାଲେଞ୍ଜ ଉତ୍ତର କୋରିଆର ଆତ୍ମଘାତୀ ସୈନ୍ୟ

ସିଓଲ,୧୪।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା...

ମହାକାଶରେ SEX କରିପାରିବେ ମହାକାଶଚାରୀ? ନାସାର ବଡ଼ ଖୁଲାସା

ନୂଆଦିଲ୍ଲୀ,୧୪।୧: ଶତାବ୍ଦୀ ଶତାଦ୍ଦୀ ଧରି, ମଣିଷ ମହାକାଶ ପ୍ରତି ଆକର୍ଷିତ ହୋଇଆସିଛି, ଏବଂ ଏହାକୁ ଅନୁସନ୍ଧାନ କରିବାର ଏହି କୌତୁହଳ ମାନବଜାତିକୁ ମହାକାଶଯାନ ଏବଂ ଦୂରବୀକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri