Posted inଜାତୀୟ

ସ୍ବଦେଶୀ ଜ୍ଞାନକୌଶଳର ବିକାଶ ପାଇଁ ପ୍ରିଡେଟର ଡ୍ରୋନ୍‌ କିଣିବାକୁ ମନା କଲା ଭାରତ…

ନୂଆଦିଲ୍ଲୀ, ୨୩।୨ : ଆମେରିକାରୁ କିଣିବାକୁ ଥିବା ୩୦ଟି ବିନା ଚାଳକ ପ୍ରିଡେଟର ଡ୍ରୋନ କିଣିବା ପାଇଁ ଭାରତ ଯୋଜନା କରିଥିବାବେଳେ ଏବେ ଏହାକୁ ବାତିଲ କରିଛି। ଭାରତୀୟ ସେନା ଲାଗି ୩ ବିଲିୟନ ଡଲାରରେ ଏହି ଡ୍ରୋନ୍‌ କିଣାଯାଇଥାନ୍ତା। ମାତ୍ର ଭାରତ କହିଛି ଯେ, ବର୍ତ୍ତମାନ ସ୍ବଦେଶୀ ଜ୍ଞାନକୌଶଳର ବିକାଶ ଏବଂ ଉତ୍ପାଦନ ଦ୍ୱାରା ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ତିଆରି ଏବଂ ବିକଶିତ କରିବାକୁ ଚାହୁଁଛି। ଏସମ୍ପର୍କରେ ଆବଶ୍ୟକ ସୂଚନା ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନକୁ ଭାରତ ପ୍ରଦାନ କରିଛି।

ସୀମାନ୍ତ ଅଞ୍ଚଳରେ ଶତ୍ରୁପକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି ପ୍ରିଡେଟର ଡ୍ରୋନ ବେଶ୍‌ ସକ୍ଷମ। ଏହା ଅନୁସନ୍ଧାନ ଏବଂ ଗୁପ୍ତଚର କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇପାରିଥାଏ। ଏହି ଡ୍ରୋନ ୩୫ ଘଣ୍ଟା ପାଇଁ ଆକାଶରେ ଉଡ଼ିବୁଲିବାକୁ ସକ୍ଷମ। ଫେବୃଆରୀ ୩ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଡ୍ରୋନ ଆମଦାନୀ, ମାନବ ବିହୀନ ଯାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଅବଶ୍ୟ, ଏହି ନିଷେଧାଜ୍ଞାରେ ସୁରକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ମାନବ ବିହୀନ ଯାନକୁ ବାଦ୍‌ ଦିଆଯାଇଥିଲା। ତଥାପି, ବ୍ୟବହାର ପାଇଁ ଏଗୁଡିକ ଲାଗି ନିର୍ଦ୍ଦିଷ୍ଟ ଅନୁମୋଦନର ଆବଶ୍ୟକତା ଥିବା ସରକାର କହିଥିଲେ।

ଭାରତରେ ପାଖରେ ଦୁଇଟି ସର୍ଭେଲାନ୍ସ୍‌ ଡ୍ରୋନ ଅଛି। ପ୍ରିଡେଟର ଡ୍ରୋନ କିଣିବାର ଯୋଜନାକୁ ବାତିଲ କରାଯାଇଛି। କାରଣ ଭାରତର ଏପରି ଡ୍ରୋନ ତିଆରି କରିବାର କ୍ଷମତା ରହିଥିବା କୁହାଯାଉଛି। ସମ୍ପ୍ରତି ଭାରତ ଇସ୍ରାଏଲର ହେରନ ଡ୍ରୋନକୁ ଅପଗ୍ରେଡ କରୁଛି।

ଏହାକୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯିବାର ଉଦ୍ୟମ ହେଉଛି। ଏଥିରେ କ୍ଷେପଣାସ୍ତ୍ର ଏବଂ ଲେଜର-ଗାଇଡ ବୋମାକୁ ଟାର୍ଗେଟ କରାଯାଇପାରିବ। ସଶସ୍ତ୍ର ପେଲୋଡ ସହିତ ଏକ ପ୍ରିଡେଟର୍‌ ପ୍ଲାଟଫର୍ମର ମୂଲ୍ୟ ପ୍ରାୟ ୧୦ କୋଟି ଡଲାର୍‌ ରହିଛି।

କିନ୍ତୁ ଏହାକୁ ସୁସଜ୍ଜିତ କରିବା ଲାଗି ୨୭ ଘଣ୍ଟା ସମୟ ଲଗିଥାଏ। ଭାରତୀୟ ନୌସେନା ଏଡେନ ଗଲ୍ଫରୁ ଇଣ୍ଡୋନେସିଆର ସୁଣ୍ଡା ଷ୍ଟ୍ରାଇଟ ପର୍ଯ୍ୟନ୍ତ ସାମୁଦ୍ରିକ ପଥ ଉପରେ ଜନର ରଖିବା ପାଇଁ ଏହି ପରି ଡ୍ରୋନର ବ୍ୟବହାର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାମେରୁନରେ କଫ୍‌ ସିରପ ପିଇ ଶିଶୁ ମୃତ୍ୟୁ ମାମଲା: ମଧ୍ୟପ୍ରଦେଶ କଫ୍‌ ସିରପ କମ୍ପାନୀର ଫ୍ୟାକ୍ଟ୍ରେରୀ ସିଲ୍‌, ମାମଲା ରୁଜୁ

ନୂଆଦିଲ୍ଲୀ,୩।୮: ଭାରତ ନିର୍ମିତ କଫ୍‌ ସିରପରେ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ...

ତିନି ଦିନିଆ ଭାରତ ଗସ୍ତରେ ଭୁଟାନ ରାଜା

ଥିମ୍ପୁ/ନୂଆଦିଲ୍ଲୀ,୧।୪: ଭୁଟାନ ରାଜା ଜିଗମେ ଖେସର ନାମନ୍ୟାଲ ଓ୍ବାଙ୍ଗଚୁକ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣରେ ଭାରତକୁ...

ବିରୋଧୀ ଦଳ ବୈଠକରେ ଯୋଗଦେବେନି ମମତା

କୋଲକାତା,୨୦।୬: ରାଷ୍ଟ୍ରପତି ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଜୁନ୍‌ ୨୧ରେ ଡାକିଥିବା ମିଳିତ ବିରୋଧୀ ଦଳ ବୈଠକରେ ତୃଣମୂଳ...

ପ୍ରେମ ପାଇଁ ଛାଡ଼ିଲେ ବନ୍ଧୁକ: ମାଓବାଦୀ ସଂଗଠନକୁ ପଛରେ ପକାଇ କଲେ ବିବାହ

ବସ୍ତର,୨।୩: ପ୍ରେମ କୌଣସି ପ୍ରତିବନ୍ଧକ ମାନେନା। ଏହାର ସଦ୍ୟତମ ଉଦାହରଣ ସୃଷ୍ଟି କରିଛନ୍ତି ମାଓବାଦୀ ସଂଗଠନରେ କାମ କରୁଥିବା ପ୍ରେମୀଯୁଗଳ। ମାଓବାଦୀ ସଂଗଠନରେ ପ୍ରେମ ଅବା...

ମୋଦି ଚା’ ବିକୁଥିବା ସ୍ଥାନ ହେବ ପର୍ଯ୍ୟଟନସ୍ଥଳୀ

ଅହମଦାବାଦ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାଦିନେ ଯେଉଁଠି ଚା’ ବିକୁଥିଲେ ସେହି ସ୍ଥାନଟି ଏବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଯାଉଛି। ଗୁଜରାଟର ବଡନଗର ରେଳ ଷ୍ଟେସନ...

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା: ସିବିଆଇର ସମନ ପରେ ଏଭଳି କହିଲେ ଅଭିଷେକ ବାନାର୍ଜୀ

କୋଲକାତା,୧୮।୪: ତୃଣମୂଳ କଂଗ୍ରେସ(ଟିଏମସି)ର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମଙ୍ଗଳବାର ପଚରାଉଚରା କରିବ। ଏଥିପାଇଁ ସୋମବାର ସିବିଆଇ ପକ୍ଷରୁ ସମନ...

କରୋନା ଯୋଗୁ ପରୀକ୍ଷା ଦେଇ ପାରି ନ ଥିବା ବିଦ୍ୟାର୍ଥୀଙ୍କୁ ମିଳିବ ସୁବିଧା

ଭୋପାଳ,୨୦ ।୧: ମଧ୍ୟପ୍ରଦେଶର ଉଚ୍ଚଶିକ୍ଷା ମନ୍ତ୍ରୀ ଡାକ୍ତର ମୋହନ ଯାଦବ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ବିଶ୍ୱବିଦ୍ୟାଳୟରେ ସ୍ନାତକତ୍ତୋର ପାଠ୍ୟକ୍ରମରେ ପ୍ରଥମ ଓ...

ଆଣ୍ଟିଲିଆ ବୋମା ମାମଲା: ପୂର୍ବ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୭: ସୁପ୍ରିମକୋର୍ଟ ମୁମ୍ବାଇର ପୂର୍ବତନ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଦୁଇ ସପ୍ତାହ ବଢାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଆଣ୍ଟିଲିଆ ବୋମା ମାମଲା ଏବଂ...

Advertisement
Archives

Model This Week