Posted inଜାତୀୟ

ସ୍ବଦେଶୀ ଜ୍ଞାନକୌଶଳର ବିକାଶ ପାଇଁ ପ୍ରିଡେଟର ଡ୍ରୋନ୍‌ କିଣିବାକୁ ମନା କଲା ଭାରତ…

ନୂଆଦିଲ୍ଲୀ, ୨୩।୨ : ଆମେରିକାରୁ କିଣିବାକୁ ଥିବା ୩୦ଟି ବିନା ଚାଳକ ପ୍ରିଡେଟର ଡ୍ରୋନ କିଣିବା ପାଇଁ ଭାରତ ଯୋଜନା କରିଥିବାବେଳେ ଏବେ ଏହାକୁ ବାତିଲ କରିଛି। ଭାରତୀୟ ସେନା ଲାଗି ୩ ବିଲିୟନ ଡଲାରରେ ଏହି ଡ୍ରୋନ୍‌ କିଣାଯାଇଥାନ୍ତା। ମାତ୍ର ଭାରତ କହିଛି ଯେ, ବର୍ତ୍ତମାନ ସ୍ବଦେଶୀ ଜ୍ଞାନକୌଶଳର ବିକାଶ ଏବଂ ଉତ୍ପାଦନ ଦ୍ୱାରା ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ତିଆରି ଏବଂ ବିକଶିତ କରିବାକୁ ଚାହୁଁଛି। ଏସମ୍ପର୍କରେ ଆବଶ୍ୟକ ସୂଚନା ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନକୁ ଭାରତ ପ୍ରଦାନ କରିଛି।

ସୀମାନ୍ତ ଅଞ୍ଚଳରେ ଶତ୍ରୁପକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି ପ୍ରିଡେଟର ଡ୍ରୋନ ବେଶ୍‌ ସକ୍ଷମ। ଏହା ଅନୁସନ୍ଧାନ ଏବଂ ଗୁପ୍ତଚର କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇପାରିଥାଏ। ଏହି ଡ୍ରୋନ ୩୫ ଘଣ୍ଟା ପାଇଁ ଆକାଶରେ ଉଡ଼ିବୁଲିବାକୁ ସକ୍ଷମ। ଫେବୃଆରୀ ୩ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଡ୍ରୋନ ଆମଦାନୀ, ମାନବ ବିହୀନ ଯାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଅବଶ୍ୟ, ଏହି ନିଷେଧାଜ୍ଞାରେ ସୁରକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ମାନବ ବିହୀନ ଯାନକୁ ବାଦ୍‌ ଦିଆଯାଇଥିଲା। ତଥାପି, ବ୍ୟବହାର ପାଇଁ ଏଗୁଡିକ ଲାଗି ନିର୍ଦ୍ଦିଷ୍ଟ ଅନୁମୋଦନର ଆବଶ୍ୟକତା ଥିବା ସରକାର କହିଥିଲେ।

ଭାରତରେ ପାଖରେ ଦୁଇଟି ସର୍ଭେଲାନ୍ସ୍‌ ଡ୍ରୋନ ଅଛି। ପ୍ରିଡେଟର ଡ୍ରୋନ କିଣିବାର ଯୋଜନାକୁ ବାତିଲ କରାଯାଇଛି। କାରଣ ଭାରତର ଏପରି ଡ୍ରୋନ ତିଆରି କରିବାର କ୍ଷମତା ରହିଥିବା କୁହାଯାଉଛି। ସମ୍ପ୍ରତି ଭାରତ ଇସ୍ରାଏଲର ହେରନ ଡ୍ରୋନକୁ ଅପଗ୍ରେଡ କରୁଛି।

ଏହାକୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯିବାର ଉଦ୍ୟମ ହେଉଛି। ଏଥିରେ କ୍ଷେପଣାସ୍ତ୍ର ଏବଂ ଲେଜର-ଗାଇଡ ବୋମାକୁ ଟାର୍ଗେଟ କରାଯାଇପାରିବ। ସଶସ୍ତ୍ର ପେଲୋଡ ସହିତ ଏକ ପ୍ରିଡେଟର୍‌ ପ୍ଲାଟଫର୍ମର ମୂଲ୍ୟ ପ୍ରାୟ ୧୦ କୋଟି ଡଲାର୍‌ ରହିଛି।

କିନ୍ତୁ ଏହାକୁ ସୁସଜ୍ଜିତ କରିବା ଲାଗି ୨୭ ଘଣ୍ଟା ସମୟ ଲଗିଥାଏ। ଭାରତୀୟ ନୌସେନା ଏଡେନ ଗଲ୍ଫରୁ ଇଣ୍ଡୋନେସିଆର ସୁଣ୍ଡା ଷ୍ଟ୍ରାଇଟ ପର୍ଯ୍ୟନ୍ତ ସାମୁଦ୍ରିକ ପଥ ଉପରେ ଜନର ରଖିବା ପାଇଁ ଏହି ପରି ଡ୍ରୋନର ବ୍ୟବହାର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri