ଉନ୍ନାଓରେ ୧୧ ପୋଲିଂ ବୁଥ୍‌ରେ ଇଭିଏମ୍‌-ଭିଭିପାଟ ଖରାପ୍‌

ଉନ୍ନାଓ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ବୁଧବାର ମତଦାନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଲୋକମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। କେଉଁଠାରେ ଲୋକମାନେ ନିଜେ ଭୋଟ ବର୍ଜନ କରିଛନ୍ତି ତ ଆଉ କେଉଁଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ ଦେଇପାରିନାହାନ୍ତି। ଇତିମଧ୍ୟରେ ଉନ୍ନାଓରେ ୧୧ଟି ପୋଲିଂ ବୁଥ୍‌ରେ ମତଦାନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏହି ବୁଥ୍‌ଗୁଡ଼ିକରେ ଇଭିଏମ୍‌ ଓ ଭିଭିପାଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ପୁରଓ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍‌ ସଂଖ୍ୟା ୪୩୫, ୩୬୩, ୨୨୬, ୧୮୩ ଓ ୨୩୮ରେ ଇଭିଏମ୍‌ ମେସିନ ଖରାପ୍‌ ହୋଇଥିବା ସୂଚନା ରହିଛି। ସେହିପରି ସଫିପୁରର ବୁଥ୍‌ ନମ୍ବର ୨୫୦ରେ ଭିଭିପାଟ ଓ ବୁଥ୍‌ ନମ୍ବର ୩୧୮ରେ ଇଭିଏମ୍‌ ମେସିନ୍‌ ଖରାପ ହୋଇଛି। ସେହିଭଳି ବାଙ୍ଗରମଉର ବୁଥ୍‌ ନମ୍ବର ୨୮୩, ୩୪୧, ୫ ଓ ୪୪ରେ ଇଭିଏମ୍‌ ମେସିନ୍‌ ଖରାପ ହୋଇଥିବା ଜଣାପଡ଼ିଛି। ଯେଉଁଥିପାଇଁ ଭୋଟରଙ୍କୁ ଭୋଟ ଦେବାରେ ଆସୁବିଧା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା: ଏହି ଦିନ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୭।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ବିଷୟରେ ଶୁଣିବା ପରେ କ୍ରିକେଟ ପ୍ରେମୀମାନେ ଉତ୍ସାହିତ ହୋଇଯାଆନ୍ତି। ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ...

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ...

କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ରାଗିଲେ ରତନ ଟାଟା, ପୋଷ୍ଟ କରି କହିଲେ ଏମିତି

ନୂଆଦିଲ୍ଲୀ,୭।୧୨: ଏଆଇର ବ୍ୟବହାର ଦିନକୁ ଦିନ ମଣିଷର ସହଚର୍ଯ୍ୟ ବଦଳରେ ଚିନ୍ତାର କାରଣ ପାଲଟିଛି। ସଦ୍ୟ ଉଦାହରଣ ହେଉଛି ନିକଟରେ ହୋଇଥିବା ଡିପଫେକ ମାମଲା। ଯେଉଁଥିରେ...

କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ସମର୍ପିଲେ ମୋଦି: କହିଲେ, ସେମାନଙ୍କ ବଳିଦାନ ଭୁଲି ହେବନି

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ରାଜ୍ୟରେ ଭାଜପାର ବିଜୟକୁ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସର୍ଗ କରିଛନ୍ତି। ତିନୋଟି ରାଜ୍ୟରେ ବିଜୟ ପରେ ଆୟୋଜିତ ଭାଜପାର ସଂସଦୀୟ ବୈଠକରେ...

ବଦଳାଯାଉ ସ୍କୁଲ ସମୟ, ପିଲାଙ୍କ ନିଦ ହେଉନି ସମ୍ପୂର୍ଣ୍ଣ: ସରକାରଙ୍କୁ ରାଜ୍ୟପାଳଙ୍କ ପରାମର୍ଶ…

ମୁମ୍ବାଇ,୭।୧୨ : ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ ବିଦ୍ୟାଳୟର ସମୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ପିଲାମାନେ ପର୍ଯ୍ୟାପ୍ତ ସମୟ ଶୋଇ ପାରିବେ।...

ସଡକ ଦୁର୍ଘଟଣା ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ମିଳିବ ୨ ହଜାର ଟଙ୍କା ପୁରସ୍କାର: ସରକାରଙ୍କ ବଡ଼ ଘୋଷଣା…

ଚଣ୍ଡିଗଡ,୭।୧୨ : ପଞ୍ଜାବରେ ଯେଉଁମାନେ ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କୁ ଡାକ୍ତରଖାନାକୁ ନେଉଛନ୍ତି ସେମାନଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟ ସରକାର ୨ ହଜାର ଟଙ୍କା ପ୍ରଦାନ...

ଟଙ୍କାଏରେ ହେବ ଯାତ୍ରୀଙ୍କ ଚିକିତ୍ସା, ରେଳ ବିଭାଗର ବଡ଼ ପଦକ୍ଷେପ…

ବାରାଣସୀ,୭।୧୨ : ବାରାଣସୀର କ୍ୟାଣ୍ଟ ରେଳ ଷ୍ଟେଶନର ସର୍କୁଲାର ଅଞ୍ଚଳରେ ସ୍ବାସ୍ଥ୍ୟ ୟୁନିଟର ଏକ ନୂତନ ସେଟଅପ ଖୋଲିବ। ସେଠାରେ ଅନ୍‌ କଲ୍‌ ଡାକ୍ତର ରହିବେ।...

ଇଣ୍ଡିଆ ମେଣ୍ଟ ବୈଠକରେ ମମତା ଯୋଗ ନ ଦେବା ଘଟଣା: ବୈଠକ ସମ୍ପର୍କରେ ଜାଣି ନ ଥିଲି: ମମତା

କୋଲକାତା,୭।୧୨: ବିରୋଧୀ ମେଣ୍ଟ ଇଣ୍ଡିଆର ସମନ୍ବୟ ବୈଠକ ଡିସେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବାବେଳେ ୩ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନର ଶୋଚନୀୟ ପରାଜୟ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri