Posted inଖେଳ

ଜାତୀୟ ରେକର୍ଡ ସତ୍ତ୍ୱେ ଭାରତ ୫ମ

ହାଙ୍ଗଝୋ,୨୭ା୯(ପି.ଟି.): ଏସିଆନ୍‌ ଗେମ୍ସ ସନ୍ତରଣର ୪x୧୦୦ ମିଟର ପୁରୁଷ ଦଳଗତ ଫାଇନାଲରେ ପ୍ରବେଶ କରି ପଞ୍ଚମ ସ୍ଥାନରେ ରହିଛି ଭାରତ। ମେଡଲି ରିଲେ ଟିମ୍‌ ମଙ୍ଗଳବାର ଜାତୀୟ ରେକର୍ଡ ଭାଙ୍ଗିବା ସହିତ ଏସିଆନ୍‌ ଗେମ୍ସ ଫାଇନାଲରେ ପ୍ରବେଶ କରିଥିଲା। ହିଟ୍‌-୧ରେ ସ୍ଥାନ ପାଇଥିବା ଶ୍ରୀହରି ନଟରାଜ, ଲିକିଥ୍‌ ସେଲ୍‌ଭରାଜ, ସାଜନ ପ୍ରକାଶ ଓ ତନିଶ ଜର୍ଜ ମାଥ୍ୟୁଙ୍କ ଭାରତୀୟ ଦଳ ୩:୪୦.୮୪ ସେକେଣ୍ଡର ସମୟ ନେଇ ଜାପାନ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ଜାକାର୍ତ୍ତା ଏସିଆନ୍‌ ଗେମ୍ସରେ ନଟରାଜ, ସନ୍ଦୀପ ସେଜଓ୍ବାଲ, ପ୍ରକାଶ ଓ ଆରୋନ ଡି ସୌଜାଙ୍କ ଦ୍ୱାରା ରହିତିବା ୩:୪୪.୯୪ ସେକେଣ୍ଡର ଜାତୀୟ ରେକର୍ଡ ଭାଙ୍ଗିଥିଲେ। ତେବେ ଫାଇନାଲରେ ଭାରତ ୩:୪୦.୨୦ର ଟାଇମିଂ ହାସଲ କରି ନୂଆ ଜାତୀୟ ରେକର୍ଡ କରିଥିଲା। ଅନ୍ୟ ଦୁଇ ସନ୍ତରଣକାରୀ ପଲକ ଯୋଶୀ ଓ ଶିବାଙ୍ଗୀ ଶର୍ମା ଫାଇନାଲକୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ୧୦୦ ମି. ଫ୍ରିଷ୍ଟାଇଲରେ ପଲକ ୨:୨୫.୮୧ ସେକେଣ୍ଡର ଟାଇମିଂ ସହିତ ୧୭ତମ ସ୍ଥାନରେ ରହିଥିଲେ। ଅନ୍ୟ ପକ୍ଷରେ ଶିବାଙ୍ଗୀ ୨୦୦ ମି. ବ୍ୟାକ୍‌ଷ୍ଟ୍ରୋକ୍‌ରେ ୫୮.୩୧ ସେକେଣ୍ଡର ଟାଇମିଂ ସହ ୧୪ ତମ ସ୍ଥାନରେ ରହିଥିଲେ।
ଟେନିସ୍‌: ଭାରତୀୟ ଟେନିସ୍‌ ଖେଳାଳିଙ୍କୁ ମଙ୍ଗଳବାର ମିଶ୍ରିତ ଫଳ ମିଳିଛି। ସିଙ୍ଗଲ୍ସ ଇଭେଣ୍ଟରେ ସୁମିତ ନାଗଲ ଓ ଅଙ୍କିତା ରାଇନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ରାମକୁମାର ରାମନାଥନ ଓ ଋତୁଜା ଭୋସଲେ ବିଦାୟ ନେଇଛନ୍ତି। ସୁମିତ ନାଗଲ କାଜାଖସ୍ତାନର ବେଇବିଟ ଜୁଖାୟେଭଙ୍କୁ ୭-୬(୯) ଓ ୬-୪ରେ ପରାସ୍ତ କରିଥିଲେ । ଅଙ୍କିତା ୬-୧, ୬-୨ରେ ହଂକଂର ଆଦିତ୍ୟା ପି. କରୁଣାରତ୍ନେଙ୍କୁ ହରାଇଥିଲେ। ଉଭୟ ଖେଳାଳି ବ୍ରୋଞ୍ଜ ପଦକରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ମିକ୍ସଡ ଡବଲ୍ସରେ ୟୁକି ଭାମ୍ବ୍ରି ଓ ଅଙ୍କିତା ରାଇନାଙ୍କ ଯୋଡି ପାକିସ୍ତାନର ଅକିଲ ଖାନ୍‌ ଓ ସାରା ଖାନଙ୍କୁ ୬-୦, ୬-୦ରେ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ଡବଲ୍ସରେ ଋତୁଜା ଓ କର୍ମାନ କୌର ଥଣ୍ଡିଙ୍କ ଯୋଡି ପରାଜିତ ହୋଇ ବିଦାୟ ନେଇଛନ୍ତି।
ଫେନ୍ସିଂ: ଭାରତୀୟ ଷ୍ଟାର ଫେନ୍ସର ଭବାନୀ ଦେବୀ ଏସିଆନ୍‌୍‌ ଗେମ୍ସରୁ ବିଦାୟ ନେଇଛନ୍ତି। ମହିଳା ସାବ୍ରେରେ ଭବାନୀ ୭-୧୫ରେ ଚାଇନା ଖେଳାଳି ୟାକି ଶାଓଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଶାଓ ପ୍ରଥମ ରାଉଣ୍ଡରେ ୮-୩ରେ ଅଗ୍ରଣୀ ରହିଥିଲେ। ଦ୍ୱିତୀୟ ରାଉଣ୍ଡରେ ଆଉ ୭ ପଏଣ୍ଟ ହାସଲ କରିବା ସହିତ ସେ ସେମିରେ ପ୍ରବେଶ କରିଥିଲେ। ନିଜ ପୁଲ୍‌ରେ ୫ ପ୍ରତିଯୋଗୀଙ୍କୁ ପରାସ୍ତ କରି ଭବାନୀ ଦେବୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।
ଭଲିବଲ୍‌: ପୁରୁଷ ଭଲିବଲ୍‌ ଇଭେଣ୍ଟରେ ଭାରତ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ୩-୦ରେ ହାରିଯାଇଛି ଭାରତ। ମଙ୍ଗଳବାର ୨୫-୨୧, ୨୫-୨୦ ଓ ୨୫-୨୩ ପଏଣ୍ଟରେ ଭାରତ ୧ ଘଣ୍ଟା ୧୪ ମିନିଟରେ ପରାଜିତ ହୋଇଥିଲା।
ଶୁଟିଂ: ଶୁଟିଂର ୧୦ ମିଟର ମିକ୍ସଡ ଏୟାର ରାଇଫଲ ଇଭେଣ୍ଟରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଛି ଭାରତ। ଦକ୍ଷିଣ କୋରିଆ ସହିତ ଚାଲିଥିବା ବ୍ରୋଞ୍ଜ ପଦକ ପ୍ଲେ ଅଫରେ ଦିବ୍ୟାଂଶ ସିଂ ପନଓ୍ବର ଓ ରମିତା ଜିନ୍ଦଲଙ୍କ ଯୋଡି ୨୦-୧୮ରେ ପରାଜିତ ହୋଇଥିଲେ। ଉଭୟ ଖେଳାଳି ଷଷ୍ଠ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ। ଆରମ୍ଭରୁ ଭାରତୀୟ ଯୋଡି ୯-୩ରେ ଆଗୁଆ ରହିଥିଲେ ମଧ୍ୟ କୋରିଆ ଖେଳାଳି ବାଜି ମାରି ନେଇଥିଲେ।
ଜୁଡୋ: ରାଜ୍ୟଗୋଷ୍ଠୀ ପଦକ ବିଜୟିନୀ ତୁଲିକା ମାନ୍‌ ଏକ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ୭୮+ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ତୁଲିକା ମଙ୍ଗୋଲିଆର ଅମାରାଇଖାନ ଆଦିୟାସୁରେନଙ୍କଠାରୁ ୧୦-୦ରେ ପରାଜିତ ହୋଇଥିଲେ। ୨୫ ବର୍ଷୀୟ ତୁଲିକା ପୂର୍ବରୁ ମାକାଓର କିଙ୍ଗ୍‌ ଲାମ ଲାଇ ଓ ଜାପାନର ଓ୍ବାକାବା ଟୋମିଟାଙ୍କୁ ନକ୍‌ଆଉଟ କରିଥିଲେ। ରିପିଚେଜରେ ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ପରାଜିତ ହୋଇଥିଲେ।
ସ୍କ୍ବାଶ୍‌: ସ୍କ୍ବାଶ୍‌ରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଅନହତ ସିଂ, ଜ୍ୟୋତ୍ସ୍ନା ଚିନ୍ନାପ୍ପା ଓ ତନ୍ବୀ ଖନ୍ନାଙ୍କ ମହିଳା ଦଳ ପାକିସ୍ତାନକୁ ୩-୦ରେ ପରାସ୍ତ କରିଥିବା ବେଳେ ପୁରୁଷ ଦଳ ସିଙ୍ଗାପୁର ଓ କାତାରକୁ ୩-୦ରେ ହରାଇଛି।
ବକ୍ସିଂ: ଭାରତୀୟ ପୁରୁଷ ବକ୍ସର ସଚିନ ସିଓ୍ବଚ୍‌ ୫୭ କିଗ୍ରା ଓଜନ ବର୍ଗରେ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନିଜ ଉଚ୍ଚତାର ଫାଇଦା ଉଠାଇ ସଚିନ ଆକ୍ରମଣାତ୍ମକ ଶୈଳୀରେ ପ୍ରଦର୍ଶନ କରିଥିଲେ। ଇଣ୍ଡୋନେସିଆର ଆସ୍ରି ଉଦିନଙ୍କୁ ସେ ୫-୦ରେ ପରାସ୍ତ କରିଥିଲେ। ସେହିପରି ୯୨+ କିଗ୍ରା ଓଜନ ବର୍ଗରେ ନରେନ୍ଦର ବେରଓ୍ବାଲ ମଧ୍ୟ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ…

ରାସ୍ତାରୋକୋ କଲେ ଚାଷୀ, ଘଟଣାସ୍ଥଳରେ ପୋଲିସ: ଏହି କାରଣକୁ ନେଇ ତାତିଲେ….

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା କାରଣରୁ ଚାଷୀମାନେ ବୁଧବାର ପ୍ରତିବାଦ ଏବଂ ରାସ୍ତାରୋକୋ…

ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଶୁଭାରମ୍ଭ କଲେ ବିଧାୟକ, ସ୍ଲୋଗାନରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୨।୮(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri