Posted inଜାତୀୟ

ସମ୍ବିଧାନକୁ ନଷ୍ଟ କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ

ନୂଆଦିଲ୍ଲୀ,୧୦।୩: କର୍ନାଟକ ଭାଜପା ଏମ୍‌ପି ଅନନ୍ତ କୁମାର ହେଗଡେଙ୍କ ଏକ ବୟାନକୁ ନେଇ ନୂଆ ବିବାଦ ଉପୁଜିଛି। ସେ ସମ୍ବିଧାନର ଅଧିକାଂଶ ଅଂଶ ପୁନଃଲିଖନ କରିବାର ଆବଶ୍ୟକତା ଥିବା କହିଥିଲେ। ଏହାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ତଥା ଦଳର ଏମ୍‌ପି ରାହୁଲ ଗାନ୍ଧୀ ଭାଜପା ଉପରେ ବର୍ଷିଛନ୍ତିି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି। ଏଥି ସହିତ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ(ଆର୍‌ଏସ୍‌ଏସ୍‌) ଉପରେ ମଧ୍ୟ କଟାକ୍ଷ କରିଛନ୍ତି।

ରାହୁଲ କହିଛନ୍ତି, ‘ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ସେମାନେ ୪୦୦ ଟି ଆସନ ଚାହୁଁଛନ୍ତି ବୋଲି ଭାଜପା ଏମ୍‌ପିଙ୍କ ବୟାନ ହେଉଛି ମୋଦି ଏବଂ ତାଙ୍କ ସଂଘ ପରିବାର ଲୁକ୍କାୟିତ ଉଦ୍ଦେଶ୍ୟର ଘୋଷଣା। ବାବା ସାହେବଙ୍କ ସମ୍ବିଧାନକୁ ନଷ୍ଟ କରିବା ହେଉଛି ମୋଦି ଏବଂ ଭାଜପାର ମୂଳ ଲକ୍ଷ୍ୟ। ସେମାନେ ନ୍ୟାୟ, ସମାନତା, ନାଗରିକ ଅଧିକାର ଏବଂ ଗଣତନ୍ତ୍ରକୁ ଘୃଣା କରନ୍ତି। ସମାଜକୁ ବିଭାଜନ କରି ଗଣମାଧ୍ୟମକୁ ଦାସ କରି, ଅଭିବ୍ୟକ୍ତିର ସ୍ବାଧୀନତାକୁ ନଷ୍ଟ କରି ଏବଂ ସ୍ବାଧୀନ ଅନୁଷ୍ଠାନଗୁଡିକୁ ପଙ୍ଗୁ କରି ସେମାନେ ବିରୋଧୀଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି। ଏପରିକି ଭାରତର ମହାନ ଗଣତନ୍ତ୍ରକୁ ଏକ ସଂକୀର୍ଣ୍ଣ ତାନାଶାହା ଶାସନରେ ପରିଣତ କରିବାକୁ ଚାହୁଁଛନ୍ତି।

ଏହାଛଡ଼ା ଆମେ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ବପ୍ନ ସହିତ ଏହି ଷଡଯନ୍ତ୍ରକୁ ସଫଳ ହେବାକୁ ଦେବୁ ନାହିଁ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସମ୍ବିଧାନ ଦ୍ୱାରା ମିଳିଥିବା ଗଣତାନ୍ତ୍ରିକ ଅଧିକାର ପାଇଁ ସଂଗ୍ରାମ ଜାରି ରଖିବୁ। ସମ୍ବିଧାନର ପ୍ରତ୍ୟେକ ସୈନିକ, ବିଶେଷକରି ଦଳିତ, ଆଦିବାସୀ, ପଛୁଆ ଏବଂ ସଂଖ୍ୟାଲଘୁ, ଜାଗ୍ରତ ହୁଅ, ସ୍ବର ଉତ୍ତୋଳନ କର, INDIA ତୁମ ସହିତ ଅଛି ବୋଲି ରାହୁଲ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri