Odisha Elections 2024
Posted inଜାତୀୟ

ପନ୍ନୁଙ୍କ ବିରୋଧରେ ଏଫଆଇଆର ରୁଜୁ, କ୍ରିକେଟ ଓ୍ବାଲର୍‌ଡ କପ ୨୦୨୩କୁ କହିଲେ ‘ବିଶ୍ୱ ଆତଙ୍କବାଦୀ କପ’

ଅହମ୍ମଦବାଦ,୨୯।୯:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚକୁ ଖଲିସ୍ତାନୀ ଆତଙ୍କବାଦୀ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହାକୁ ‘ବିଶ୍ୱ ଆତଙ୍କବାଦୀ କପ’ଭାବେ ଆଖ୍ୟା ଦେଇଛନ୍ତି। ଏନେଇ କେତେଜଣଙ୍କ ଅଭିଯୋଗ କ୍ରମେ ଗୁଜୁରାଟ ପୋଲିସ ପନ୍ନୁଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିଛି। ଅହମ୍ମଦାବାଦ ପୋଲିସର ସାଇବର ଅପରାଧ ଶାଖା ଏଫଆଇଆରରେ କହିଛି ଯେ, ବିଦେଶୀ ନମ୍ବର ଦ୍ୱାରା ପୂର୍ବରୁ ରେକର୍ଡ ହୋଇଥିବା ବାର୍ତ୍ତା ମାଧ୍ୟମରେ ପନ୍ନୁ ଦେଶର ଲୋକଙ୍କୁ ଧମକ ଦେଇଛି।

ସାଇବର କ୍ରାଇମ ଶାଖା ସବ-ଇନ୍ସପେକ୍ଟର ଏଚ ଏନ ପ୍ରଜାପତି କହିଛନ୍ତି, ଅନେକ ଲୋକଙ୍କ ଫୋନ ନମ୍ବରକୁ ରେକର୍ଡ ହୋଇଥିବା ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଏହି ବାର୍ତ୍ତା ଗ୍ରହଣ କରିଥିବା ଅନେକ ଲୋକ ବିଭିନ୍ନ ମାଧ୍ୟମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ରେକର୍ଡରେ କୁହାଯାଇଛି ଯେ, ଅକ୍ଟୋବର ୨ କ୍ରିକେଟ ବିଶ୍ୱକପ ନୁହେଁ ବରଂ ଏହା ‘ବିଶ୍ୱ ଆତଙ୍କବାଦୀ କପ’ଆତଙ୍କବାଦୀ କପ ଆରମ୍ଭ ହେବାକୁ ଯାଉଛି।

ଧମକପୂର୍ଣ୍ଣ ବାର୍ତ୍ତାରେ ଆହୁରି ମଧ୍ୟ କୁହାଯାଇଛି କି, ଶିଖ ଫର ଜଷ୍ଟିସ ଖଲିସ୍ତାନୀ ପତାକା ସହ ଅହମ୍ମଦାବାଦ ଉପରେ ଆଆକ୍ରମଣ କରିବାକୁ ଯାଉଛି। ଶହୀଦ ନିଜ୍ଜାରଙ୍କ ହତ୍ୟାର ପ୍ରତିଶୋଧ ନେବୁ। ଆପଣଙ୍କ ଗୁଳିର ଉତ୍ତର ମତପତ୍ର ଦ୍ୱାରା ଦବୁ। ପନ୍ନୁଙ୍କ ଦ୍ୱାରା ବାର୍ତ୍ତା ଦିଆଯାଉଛି କି, ଅକ୍ଟୋବର ୫ରେ କ୍ରିକେଟ ଓ୍ବାଲର୍‌ଡକପ ନୁହେଁ ବିଶ୍ୱ ଆତଙ୍କବାଦୀ କପର ଆରମ୍ଭ ହେବବୋଲି ଧମକ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri