Posted inଜାତୀୟ

ପନ୍ନୁଙ୍କ ବିରୋଧରେ ଏଫଆଇଆର ରୁଜୁ, କ୍ରିକେଟ ଓ୍ବାଲର୍‌ଡ କପ ୨୦୨୩କୁ କହିଲେ ‘ବିଶ୍ୱ ଆତଙ୍କବାଦୀ କପ’

ଅହମ୍ମଦବାଦ,୨୯।୯:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚକୁ ଖଲିସ୍ତାନୀ ଆତଙ୍କବାଦୀ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହାକୁ ‘ବିଶ୍ୱ ଆତଙ୍କବାଦୀ କପ’ଭାବେ ଆଖ୍ୟା ଦେଇଛନ୍ତି। ଏନେଇ କେତେଜଣଙ୍କ ଅଭିଯୋଗ କ୍ରମେ ଗୁଜୁରାଟ ପୋଲିସ ପନ୍ନୁଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିଛି। ଅହମ୍ମଦାବାଦ ପୋଲିସର ସାଇବର ଅପରାଧ ଶାଖା ଏଫଆଇଆରରେ କହିଛି ଯେ, ବିଦେଶୀ ନମ୍ବର ଦ୍ୱାରା ପୂର୍ବରୁ ରେକର୍ଡ ହୋଇଥିବା ବାର୍ତ୍ତା ମାଧ୍ୟମରେ ପନ୍ନୁ ଦେଶର ଲୋକଙ୍କୁ ଧମକ ଦେଇଛି।

ସାଇବର କ୍ରାଇମ ଶାଖା ସବ-ଇନ୍ସପେକ୍ଟର ଏଚ ଏନ ପ୍ରଜାପତି କହିଛନ୍ତି, ଅନେକ ଲୋକଙ୍କ ଫୋନ ନମ୍ବରକୁ ରେକର୍ଡ ହୋଇଥିବା ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଏହି ବାର୍ତ୍ତା ଗ୍ରହଣ କରିଥିବା ଅନେକ ଲୋକ ବିଭିନ୍ନ ମାଧ୍ୟମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ରେକର୍ଡରେ କୁହାଯାଇଛି ଯେ, ଅକ୍ଟୋବର ୨ କ୍ରିକେଟ ବିଶ୍ୱକପ ନୁହେଁ ବରଂ ଏହା ‘ବିଶ୍ୱ ଆତଙ୍କବାଦୀ କପ’ଆତଙ୍କବାଦୀ କପ ଆରମ୍ଭ ହେବାକୁ ଯାଉଛି।

ଧମକପୂର୍ଣ୍ଣ ବାର୍ତ୍ତାରେ ଆହୁରି ମଧ୍ୟ କୁହାଯାଇଛି କି, ଶିଖ ଫର ଜଷ୍ଟିସ ଖଲିସ୍ତାନୀ ପତାକା ସହ ଅହମ୍ମଦାବାଦ ଉପରେ ଆଆକ୍ରମଣ କରିବାକୁ ଯାଉଛି। ଶହୀଦ ନିଜ୍ଜାରଙ୍କ ହତ୍ୟାର ପ୍ରତିଶୋଧ ନେବୁ। ଆପଣଙ୍କ ଗୁଳିର ଉତ୍ତର ମତପତ୍ର ଦ୍ୱାରା ଦବୁ। ପନ୍ନୁଙ୍କ ଦ୍ୱାରା ବାର୍ତ୍ତା ଦିଆଯାଉଛି କି, ଅକ୍ଟୋବର ୫ରେ କ୍ରିକେଟ ଓ୍ବାଲର୍‌ଡକପ ନୁହେଁ ବିଶ୍ୱ ଆତଙ୍କବାଦୀ କପର ଆରମ୍ଭ ହେବବୋଲି ଧମକ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?