Posted inଖେଳ

ପଏଣ୍ଟ ବାଣ୍ଟିଲେ ଭାରତ, ପାକିସ୍ତାନ

ପାଲେକେଲ୍‌,୩।୯(ପି.ଟି.): ଏସିଆ କପ୍‌ କ୍ରିକେଟ୍‌ ୨୦୨୩ର ବହୁ ପ୍ରତୀକ୍ଷିତ ଭାରତ ପାକିସ୍ତାନ ମ୍ୟାଚ୍‌ ଶନିବାର ବିନା ଫଳାଫଳରେ ଶେଷ ହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତ ୪୮.୫ ଓଭରରେ ୨୬୬ ରନ୍‌ କରି ଅଲଆଉଟ ହୋଇଛି। ଜବାବରେ ନିୟମିତ ବର୍ଷା କାରଣରୁ ପାକିସ୍ତନର ବ୍ୟାଟିଂ ସମ୍ଭବ ନ ହେବା କାରଣରୁ ମ୍ୟାଚ୍‌ ବାତିଲ ହୋଇଥିଲା। ମେଘୁଆ ପାଗ ନେଇ ପୂର୍ବରୁ ଆକଳନ କରାଯାଇଥିଲେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଶ୍ଚର୍ଯ୍ୟ ଜନକ ଭାବରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ପକ୍ଷରୁ ପେସ୍‌ ବୋଲର ଶାହିନ୍‌ ଶାହ ଆଫ୍ରିଦି ଘାତକ ବୋଲିଂ କରି ୩୫ ରନ୍‌ରେ ୪ ଉଇକେଟ ନେଇଥିବା ବେଳେ ହରିଶ ରୌଫ୍‌ ଓ ନଶିମ ଶାହା ପ୍ରତ୍ୟେକ ୩ଟି ଲେଖାଏ ଉଇକେଟ ନେଇଥିଲେ।
ଶାହିନ୍‌-ରୌଫ୍‌ଙ୍କ ଅଗ୍ନିବର୍ଷୀ ବୋଲିଂ: ଟସ୍‌ ଜିତି ଦୁଇ ଓପନର ରୋହିତ ଶର୍ମା(୧୧) ଓ ଶୁବମାନ ଗିଲ୍‌(୧୦) ସତର୍କତାର ସହିତ ବ୍ୟାଟିଂ ଆରମ୍ଭ କରିଥିଲେ। ମ୍ୟାଚ୍‌ର ପଞ୍ଚମ ଓଭରରେ ବର୍ଷା ହେବା କାରଣରୁ ଖେଳ ବନ୍ଦ ରହିଥିଲା। ବର୍ଷା ପରେ ଶାହିନ୍‌ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଭାରତୀୟ ଟପ୍‌ ଅର୍ଡର ଓଭରକାଷ୍ଟ କଣ୍ଡିସନରେ ପାକିସ୍ତାନୀ ପେସ୍‌ ବୋଲରଙ୍କ ସୁଇଂ ଆଗରେ ହାର୍‌ ମାନିଥିଲେ। ରୋହିତ ଶର୍ମା ୧୧ ଓ ବିରାଟ କୋହଲି ମାତ୍ର ୪ ରନ୍‌ କରି ଆଉଟ ହୋଇଥିଲେ। ଉଭୟଙ୍କୁ ବୋଲ୍ଡ କରି ଶାହିନ୍‌ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରେୟସ୍‌ ଆୟର ଦୁଇଟି ଚୌକା ସହିତ ସକରାତ୍ମକ ଢଙ୍ଗରେ ଆରମ୍ଭ କରିଥିଲେ। ତେବେ ହରିଶ ରୌଫ୍‌ଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ଆୟର ୧୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶୁବମନ ଗିଲ୍‌ ମଧ୍ୟ ମାତ୍ର ୧୦ ରନ୍‌ କରି ଆଉଟ ହେବାରୁ ଭାରତ ୬୬ ରନ୍‌ରେ ୪ ଉଇକେଟ ହରାଇଥିଲା। ଏହା ମଧ୍ୟରୁ ଶାହିନ୍‌ ଦୁଇଟି ଓ ହରିଶ ରୌଫ୍‌ ଦୁଇଟି ଉଇକେଟ ନେଇଥିଲେ।
ପାଣ୍ଡ୍ୟା-କିଶନଙ୍କ ଶତକୀୟ ଭାଗୀଦାରି: ୬୬ ରନ୍‌ରେ ୪ ଉଇକେଟର ପତନ ଘଟିବା ପରେ ଇଶାନ୍‌ କିଶନ୍‌(୮୨) ଓ ହାର୍ଦ୍ଦିକ ପାଣ୍ଡ୍ୟା(୮୭) ମୋର୍ଚ୍ଚା ସମ୍ଭାଳିଥିଲେ। ପାକିସ୍ତାନ ବିପକ୍ଷରେ ସର୍ବାଧିକ ପଞ୍ଚମ ଉଇକେଟ ଭାଗୀଦାରି ରେକର୍ଡ କରିବା ସହିତ ଉଭୟ ୧୩୮ ରନ୍‌ ଯୋଡ଼ିଥିଲେ। ପୂର୍ବରୁ ଏହି ରେକର୍ଡ ରାହୁଲ ଡ୍ରାଭିଡ୍‌ ଓ ମହମ୍ମଦ କୈଫ୍‌ଙ୍କ ନାମରେ ରହିଥିଲା। ଉଭୟ ୨୦୦୬ରେ ୧୧୮ ରନ୍‌ର ଭାଗୀଦାରି କରିଥିଲେ। ଉଭୟ ଖେଳାଳି ୨୩ ଓଭର ବ୍ୟାଟିଂ କରିବା ସହିତ ୬ ହାରରେ ରନ୍‌ ସଂଗ୍ରହ କରିଥିଲେ। ନୂଆ ରୋଲ୍‌ରେ ଅର୍ଥାତ ୪ ନମ୍ବର ସ୍ଥାନରେ ଖେଳିଥିବା କିଶନ ୮୧ ବଲ୍‌ ଖେଳି ୯ ଚୌକା ଓ ୨ ଛକା ସହିତ ୮୨ ରନ କରିଥିଲେ। ଅନ୍ୟ ପକ୍ଷରେ ଭାରତର ଟପ୍‌ ସ୍କୋରର ରହିଥିବା ହାର୍ଦ୍ଦିକ ୯୦ ବଲ୍‌ ଖେଳି ୭ ଚୌକା ଓ ୧ ଛକା ମାରଥିଲେ। ଭାରତ ଏକ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିବା ବେଳେ ୪୪ ତମ ଓଭରରେ ଶାହିନ୍‌ ୫ ବଲ୍‌ ବ୍ୟବଧାନରେ ହାର୍ଦ୍ଦିକ ଓ ରବୀନ୍ଦ୍ର ଜାଡେଜାଙ୍କୁ ଆଉଟ କରିଥିଲେ। ଶେଷ ଆଡ଼କୁ ଯଶପ୍ରୀତ ବୁମ୍‌ରା ୧୬ ରନ୍‌ କରିବାରୁ ଭାରତ ୨୬୬ ରନ୍‌ରେ ପହଞ୍ଚିଥିଲା। ପାକିସ୍ତାନ ପକ୍ଷରୁ ପେସ୍‌ ବୋଲର ୧୦ଟି ଯାକ ଉଇକେଟ ନେଇଥିବା ବେଳେ ୩ ସ୍ପିନର ଉଇକେଟ ଶୂନ୍ୟ ରହିଥିଲେ। ଶାହିନ୍‌ ଶାହ ଆଫ୍ରିଦି ୪ ଉଇକେଟ ନେଇଥିବା ବେଳେ ହରିଶ ରୌଫ୍‌ ଓ ନଶିମ ଶାହା ପ୍ରତ୍ୟେକ ୩ଟି ଲେଖାଏ ଉଇକେଟ ନେଇଥିଲେ। ଭାରତୀୟ ଇନିଂସ ଶେଷ ହେବା ପରେ ବର୍ଷା କାରଣରୁ ପାକିସ୍ତାନ ଇନିଂସରେ ଗୋଟିଏ ବି ବଲ୍‌ ପଡ଼ିବା ସମ୍ଭବ ହୋଇ ନଥିଲା। ସେପ୍ଟେମ୍ବର ୪ ତାରିଖରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ନେପାଳକୁ ଭେଟିବ।
ସଂକ୍ଷିପ୍ତ ସ୍କୋର
ଭାରତ ୪୮.୫ ଓଭରରେ ୨୬୬/୧୦ (ହାର୍ଦ୍ଦିକ ପାଣ୍ଡ୍ୟା-୮୭, ଇଶାନ କିଶନ୍‌-୮୨, ଯଶପ୍ରୀତ୍‌ ବୁମ୍‌ରା-୧୬, ଶାହିନ୍‌ ଶାହ ଆଫ୍ରିଦି-୪/୩୫, ହରିଶ ରୌଫ୍‌-୩/୫୮, ନଶିମ ଶାହା୩/୩୬)।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri