Posted inଖେଳ

ଭାରତ-ପାକିସ୍ତାନ ମ୍ୟାଚ ଆଜି

ବେଙ୍ଗାଲୁରୁ, ୨୧।୬: ଭୁବନେଶ୍ୱରରେ ହିରୋ କଣ୍ଟିନେଣ୍ଟାଲ କପ୍‌ ଚାମ୍ପିୟନ ହେବାର ୩ ଦିନ ପରେ ଭାରତ ବୁଧବାରଠାରୁ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଗ୍ରୁପ୍‌ ‘ଏ’ର ଏହି ମ୍ୟାଚ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଗ୍ରୁପ୍‌ ‘ଏ’ର ଅନ୍ୟ ୨ ଦଳ ହେଲେ ନେପାଳ ଓ କୁଏଟ୍‌। ବୁଧବାର ନେପାଳ ଓ କୁଏଟ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ। ଗ୍ରୁପ୍‌ ‘ବି’ରେ ଲେବାନନ, ବାଂଲାଦେଶ, ମାଳଦ୍ୱୀପ ଓ ଭୁଟାନ ସ୍ଥାନ ପାଇଛି। ଗ୍ରୁପ୍‌ ‘ବି’ ମ୍ୟାଚ ୨୨ ତାରିଖରୁ ଆରମ୍ଭ ହେବ।
ସ୍ବଦେଶରେ ୩ ଥରଯାକ ଚାମ୍ପିୟନ
ରେକର୍ଡ ୮ ଥର ଟାଇଟଲ ହାସଲ କରିଥିବା ଭାରତ ଏଥର ଡିଫେଣ୍ଡିଂ ଚାମ୍ପିୟନ ଭାବେ ଖେଳିବ। ୨୦୨୧ରେ ମାଳଦ୍ୱୀପରେ ଅନୁଷ୍ଠିତ ଗତ ସଂସ୍କରଣର ଫାଇନାଲରେ ନେପାଳକୁ ହରାଇ ୩-୦ ଗୋଲରେ ଭାରତ ଚାମ୍ପିୟନ ହୋଇଥିଲା। ଭାରତରେ ୪ର୍ଥ ଥର ପାଇଁ ସାଫ୍‌ ଚାମ୍ପିୟନଶିପ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ୧୯୯୯, ୨୦୧୧ ଓ ୨୦୧୫ରେ ଭାରତରେ ୩ ଥର ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା ଏବଂ ୩ ଥରଯାକ ଘରୋଇ ଦଳ ଚାମ୍ପିୟନ ଟ୍ରଫି ହାସଲ କରିଥିଲା।
ଓଡ଼ିଶାରେ ଆମେ ଖେଳକୁ ଉପଭୋଗ କରିଛୁ
ଆମନ୍ତ୍ରଣୀୟ ଦଳ ଭାବେ ଏଥର କୁଏଟ୍‌ ଓ ଲେବାନନକୁ ସାମିଲ କରାଯାଇଥିବାରୁ ପ୍ରତିଯୋଗିତା ୮ ଦଳ ବିଶିଷ୍ଟ ହୋଇଯାଇଛି। ୨୦୧୩ ପରେ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତାରେ ୮ ଦଳ ଖେଳିବାକୁ ଯାଉଛନ୍ତି। ବ୍ଲୁ ଟାଇଗର୍ସ ଦଳର ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ ପ୍ରି-ଟୁର୍ନାମେଣ୍ଟ ଖବରଦାତା ସମ୍ମିଳନୀରେ ପଶ୍ଚିମ ଏସିଆର ଏହି ଦୁଇ ଆମନ୍ତ୍ରଣୀୟ ଦଳକୁ ସ୍ବାଗତ କରିଛନ୍ତି। ”ବେଙ୍ଗାଲୁରୁ ପରି ସୁନ୍ଦର ସହରରେ କୁଏଟ ଓ ଲେବାନନ ପ୍ରତି କ୍ଷେତ୍ରରେ ସ୍ବାଗତ ଅନୁଭବ କରିବେ। ସାଫ୍‌ ଚାମ୍ପିୟନଶିପ୍‌ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ। ପାକିସ୍ତାନ, ନେପାଳ ଓ କୁଏଟ୍‌ ଥିବାରୁ ଆମ ଗ୍ରୁପ୍‌ ସ୍ବତନ୍ତ୍ର। ଏହାର ପ୍ରତି ଗେମ୍‌ ଭିନ୍ନ ଧରଣର ହେବ। ଦର୍ଶକମାନେ ଫୁଟବଲ ଖେଳକୁ ଉପଭୋଗ କରିବେ। ଏଥିରେ ଅଧିକ ଗୋଲ ସ୍କୋର ହେବା ଆଶା ରହିଛି“ ବୋଲି ଷ୍ଟିମାକ କହିଛନ୍ତି। ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଜିତିବା ପରେ କ୍ୟାମ୍ପରେ ଭାରତୀୟ ଖେଳାଳିଙ୍କ ମନୋଭବ ବହୁତ ଭଲ ଥିଲା। ଓଡ଼ିଶାରେ ପ୍ରତି ସେକେଣ୍ଡକୁ ଆମେ ମନଭରି ଉପଭୋଗ କରିଛୁ ଏବଂ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଅଛୁ। ତେବେ ପ୍ରତିଦିନ ନୂଆ ଚ୍ୟାଲେଞ୍ଜ ଆସିଥାଏ। ଏକାଗ୍ରତା ରକ୍ଷା କରିବା ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ବେଙ୍ଗାଲୁରୁରେ ବର୍ଷା ସାଙ୍ଗକୁ ପରିବେଶ ଥଣ୍ଡା ଅଛି। ”ନୂଆ ଟୁର୍ନାମେଣ୍ଟ, ନୂଆ ଆପ୍ରୋଚ୍‌, ନୂଆ ଟିମ୍‌, ନୂଆ କଣ୍ଡିଶନ। ଏଠାରେ ସବୁକିଛି ଭିନ୍ନ। ତେବେ ଫୁଟବଲ ଖେଳିବା ପାଇଁ ସୁନ୍ଦର ପାଗ ରହିଛି। ଆମେ ବିପକ୍ଷ ଦଳଗୁଡ଼ିକର ଶକ୍ତି ଓ ଦୁର୍ବଳତା ଜାଣିଛୁ। ଏହାକୁ ଲକ୍ଷ୍ୟରେ ରଖି ଆମେ ଖେଳିବୁ“ ବୋଲି ଷ୍ଟିମାକ ପ୍ରକାଶ କରିଛନ୍ତି।
ଶେଷ ମୁକାବିଲା ଭାରତ ଜିତିଥିଲା
ଗତ ସପ୍ତାହରେ ମୌରିସସରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଫୁଟବଲ ଟୁର୍ନାମେଣ୍ଟରେ ପାକିସ୍ତାନ ଖେଳିଥିବା ୩ଟି ଯାକ ଲିଗ୍‌ମ୍ୟାଚ ହାରିଥିଲା। ଏହା ସତ୍ତ୍ୱେ ଫିଫା ର଼୍ୟାଙ୍କିଙ୍ଗ୍‌ର ୧୯୫ତମ ସ୍ଥାନରେ ଥିବା ଏହି ଦଳକୁ ଗୁରୁତ୍ୱର ସହ ନେଉଛନ୍ତି ଷ୍ଟିମାକ୍‌। ର଼୍ୟାଙ୍କିଙ୍ଗ୍‌ ସବୁକିଛି କଥା କହେନାହିଁ। ବାହାର ପରିବେଶରେ କେନିୟାଠାରୁ ପାକିସ୍ତାନ ଏକ ଉନ୍ନତ ଦଳ। ଏମାନେ ସୁଯୋଗ ସୃଷ୍ଟି କରିଥାନ୍ତି ଏବଂ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥାନ୍ତି। ଏହାର ୬-୭ ଜଣ ଖେଳାଳି ବିଦେଶରେ ମଧ୍ୟ ଖେଳିବାର ଅଭିଜ୍ଞତା ରଖିଛନ୍ତି ବୋଲି ଷ୍ଟିମାକ କହିଛନ୍ତି। ଶେଷଥର ପାଇଁ ବାଂଲାଦେଶରେ ଅନୁଷ୍ଠିତ ୨୦୧୮ ସାଫ୍‌ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ହୋଇଥିଲା। ଏଥିରେ ଭାରତ ୩-୧ ଗୋଲରେ ବିଜୟୀ ହୋଇଥିଲା। ଏବେ ଶାହାବାଜ ଅନଓ୍ବର ପାକିସ୍ତାନ ଦଳର କୋଚ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?