ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୨୮।୬: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଏବେ ଚିନ୍ତା ବଢ଼ାଇଦେଇଛି। ଅନେକ ରାଜ୍ୟରେ ଏହି ଭାରିଆଣ୍ଟ ଯୋଗୁ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ ନିୟମକୁ ପୁଣିଥରେ କଡ଼ା କରାଯାଇଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ବି କୋଭିଡ ନିୟମକୁ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦେଶର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ କିନ୍ତୁ ସଙ୍କଟ ଏବେ ବି ଜାରି ରହିଛି। ତେଣୁ କରୋନାକୁ ହରାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏହାକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ଏକ ନୂତନ ଟିକାକରଣ ନୀତି ଗ୍ରହଣ କରାଯାଇଛି। ତେବେ ଟୀକାକରଣ ମାମଲାରେ ଭାରତ ଆମେରିକାକୁ ପଛରେ ପକାଇଦେଇଛି। ଗତ ବର୍ଷ ଡିସେମ୍ବର ୧୪ରୁ ଆମେରିକାରେ ଟିକାକରଣ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୩୨, ୩୩, ୨୭, ୩୨୮ ଲୋକଙ୍କୁ ଟିକାକରଣ କରାଯାଇଛି। ଅନ୍ୟପଟେ ଭାରତରେ ଚଳିତବର୍ଷ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଜୁନ ୨୮ ସକାଳ ପର୍ଯ୍ୟନ୍ତ ୩୨,୩୬, ୬୩, ୨୯୭ ଲୋକଙ୍କୁ ଟିକା ଦିଆଯାଇଥିବା ଜଣାପଡ଼ିଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଓ ଇଟାଲୀ ଭଳି ଦେଶଗୁଡ଼ିକରେ ଦିଆଯାଇଥିବା ଟିକାକରଣ ତୁଳନାରେ ଭାରତ ଆଗରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଣ୍ଡନ ନଦୀରେ ୫୦୦ କାର ଭାସୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୫।୭ : ଉତ୍ତରପ୍ରଦେଶର ଗଙ୍ଗା ଏବଂ ଯମୁନା ନଦୀ ପରେ ବର୍ତ୍ତମାନ ହିଣ୍ଡୋନ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହାର ଜଳ ନୋଏଡା ରାସ୍ତାରେ...

ଗୋଡ଼ରେ କଲେ ମତଦାନ

ଅହମ୍ମଦାବାଦ,୫।୧୨: ଗୁଜରାଟ ବିଧାୟନସଭା ନିର୍ବାଚନ ପାଇଁ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି।୧୪ଟି ଜିଲାରେ ୯୩ ବିଧାନସଭା ଆସନରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା...

ହିଂସା ନୁହେଁ, କେବଳ ଶାନ୍ତି ହିଁ ସମାଧାନ ହେବ: ରାହୁଲ

ଇମ୍ଫାଲ,୩୦।୬: ମଣିପୁରରେ ଦୁଇ ଦିନିଆ ଗସ୍ତରେ ଥିବା ରାହୁଲ ଗାନ୍ଧୀ ପୀଡିତାଙ୍କୁ ଭେଟିବା ପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ହିଂସାରୁ କୌଣସି...

ଜାଁଳା ଭାଣେଜୀଙ୍କ ଲାଗି ଜହ୍ନରେ ୧ ଏକର ଜାଗା କିଣିଲେ ମାମୁଁ

ସୁରଟ,୧୯।୮: ଭାଣେଜୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ମାମୁଁ। ଏଭଳି ଏକ ନିଆରା ଘଟଣା ଘଟିଛି ସୁରଟର ସରଥାଣାରେ। ଏଠାରେ ରହୁଥିବା ବ୍ରିଜେଶଭାଇ ବେକାରିଆ ନିଜର...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଭିଯୋଗ: ଆତଙ୍କବାଦ ରପ୍ତାନି କରୁଛି ପାକିସ୍ତାନ

ଜାତିସଂଘ,୭ା୧୧(ପି.ଟି.): ଜାତିସଂଘ ସୁରକ୍ଷା ପରିଷଦ ଅଧିବେଶନରେ ପାକିସ୍ତାନ କଶ୍ମୀର ମହିଳାଙ୍କ ଅଧିକାର ପ୍ରସଙ୍ଗ ଉଠାଇଥିଲାବେଳେ ଭାରତ ଏହାର କଡ଼ା ସମାଲୋଚନା କରିଛି। ଇସ୍‌ଲାମାବାଦ ଆତଙ୍କବାଦ ରପ୍ତାନି...

ବଦଳିବ ସମୀକରଣ

ନୂଆଦିଲ୍ଲୀ,୨୭ା୨: ପ୍ରଚାର କେବେଠୁ ଆରମ୍ଭ ହୋଇସାରିଥିଲା। ବାକି ଥିଲା କେବଳ ନିର୍ବାଚନ ତାରିଖ। ଶୁକ୍ରବାର ସିଇସି ସୁନୀଲ ଆରୋରାଙ୍କ ଘୋଷଣା ସହ ୪ ରାଜ୍ୟ ଓ...

ସାମ୍ବାର ଅନ୍ତର୍ଜାତୀୟ ସୀମାରେ ରାତ୍ରକାଳୀନ କର୍ଫ୍ୟୁ: ଆଲର୍ଟରେ ସୁରକ୍ଷାକର୍ମୀ

ଜମ୍ମୁ,୩।୧: ଜମ୍ମୁ-କଶ୍ମୀରର ସାମ୍ବା ଜିଲାରେ ଅନ୍ତର୍ଜାତୀୟ ସୀମାଠାରୁ ଏକ କିଲୋମିଟର ଦୂରତା ମଧ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ଏହି ଅଞ୍ଚଳରେ...

ମହଙ୍ଗା ମାଡ଼: ଲୋକେ ଅତିଷ୍ଠ, ଲାଭରେ କମ୍ପାନୀ

ଭୋପାଳ, ୨୭ା୫:ମୁଦ୍ରାସ୍ଫୀତିକୁ ହ୍ରାସ କରିବାର ପ୍ରଚାର କରି ଶାସନ କ୍ଷମତାକୁ ଆସିଥିବା ସରକାର ଏବେ ଦରଦାମ୍‌ ବୃଦ୍ଧିଜନିତ ସମସ୍ୟାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଗତ...

Advertisement
Archives

Model This Week