ସୁଗ୍ରୀବଙ୍କ ମାନଚିତ୍ରରେ ଭାରତ

ବାଲ୍ମୀକି ରାମାୟଣରେ ଏକ କାହାଣୀ ଅଛି ଯାହା ୩୦୦୦ ବର୍ଷ ପୂର୍ବର ହୋଇପାରେ। କିନ୍ତୁ ୨୦୦୦ ବର୍ଷ ପୂର୍ବେ ବିଭିନ୍ନ ଲେଖକ ଏଥିରେ ଅନେକ କଥା ଯୋଡ଼ି ଲେଖିଥିଲେ। ଏହି କାହାଣୀରେ କୁହାଯାଇଛି , ବାନରରାଜା ସୁଗ୍ରୀବ ବାନରସେନା ଏବଂ ରାମଙ୍କୁ କହିଛନ୍ତି , କିସ୍କିନ୍ଧ୍ୟାର ଉତ୍ତରରେ ଭାରତ ଥିଲା ଏବଂ ବିନ୍ଧ୍ୟ ଓ ନର୍ମଦା କିସ୍କିନ୍ଧ୍ୟାର ଦକ୍ଷିଣରେ ରହିଥିଲା। ସେ ମଧ୍ୟ କିସ୍କିନ୍ଧ୍ୟାର ପୂର୍ବ ଓ ପଶ୍ଚିମରେ ଥିବା ଅଞ୍ଚଳଗୁଡ଼ିକ ବିଶେଷକରି ଇଣ୍ଡୋନେସିଆ ଏବଂ କେନ୍ଦ୍ର ଏସିଆ ସମ୍ପର୍କରେ କହିଥିଲେ। ସୁଗ୍ରୀବ ଏସବୁ ବିଷୟରେ ଜାଣିଥିଲେ, କାରଣ ସେ ବିଶ୍ୱର ସବୁ ଆଡ଼କୁ ଯାଉଥିଲେ। ବଳି ତାଙ୍କୁ ହତ୍ୟା କରିବାକୁ ସବୁ ଆଡ଼େ ଖୋଜୁଥିବାରୁ ସେ ଲୁଚି ରହିବାକୁ ଏଭଳି ବୁଲୁଥିଲେ। ଏହି ତଥ୍ୟ ବାଲ୍ମୀକି ରାମାୟଣ କିସ୍କିନ୍ଧ୍ୟା ଖଣ୍ଡ ଦୋହା ୪୦-୪୩ରୁ ଜଣାପଡ଼େ। ସମସ୍ତ ଦକ୍ଷିଣ ଏସିଆକୁ ସବୁବେଳେ ଭାରତ ଭାବେ ଦର୍ଶାଯାଉଥିବା ଏବଂ କର୍ନାଟକର ହାମ୍ପି ଅଞ୍ଚଳରେ କିସ୍କିନ୍ଧ୍ୟା ଅବସ୍ଥିତି ବୋଲି ଯେଉଁ ବିଶ୍ୱାସ ରହିଛି ତାହାର ଏହା ବିରୋଧାଚରଣ କରେ। ଏହି ଦୋହା ସମ୍ଭବତଃ କେହି ଜଣେ ଖ୍ରୀଷ୍ଟାବ୍ଦ ୫୦୦ରେ ରଚନାକରି ପୁରାତନ ରାମାୟଣ ଗ୍ରନ୍ଥରେ ଯୋଡ଼ିଥିଲେ, ଯିଏ କି ସେସମୟର ବାଣିଜ୍ୟ ପଥ ସମ୍ପର୍କରେ ଭଲ ଭାବେ ଅବଗତ ଥିଲେ। ଯଦିଓ ସୀତାଙ୍କୁ ଦକ୍ଷିିଣ ଦିଗକୁ ନିଆଯାଇଥିଲା, ତେବେ କାହିଁକି ସୁଗ୍ରୀବ ତାଙ୍କୁ ଖୋଜିବା ପାଇଁ ଚାରିଦିଗ ଏପରିକି ହିମାଳୟ ସେପାଖ ଅଞ୍ଚଳକୁ ସେନା ପଠାଇଥିଲେ। ଏଥିରୁ ଜଣାପଡ଼ୁଛି କଥାକାର ତାଙ୍କ ଭୌଗୋଳିକ ବିଚାରକୁ ପାଠକଙ୍କୁ ଜଣାଇବା ପାଇଁ ଏଭଳି କରିଥିଲେ, ଏହାର ରାମାୟଣ ସହ କୌଣସି ସମ୍ପର୍କ ନାହିଁ।
ସୁଗ୍ରୀବଙ୍କ ଆଟ୍‌ଲାସ ବା ମାନଚିତ୍ର ସ୍ପଷ୍ଟ ଭାବେ ଖ୍ରୀଷ୍ଟାବ୍ଦ ୫୦୦ରେ କାହାଣୀରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେତେବେଳେ ହିନ୍ଦୁକୁଶ ବାଟ ଦେଇ ଭାରତ ଦକ୍ଷିଣ ଏସୀୟ ଅଞ୍ଚଳଗୁଡ଼ିକ ସହ ବାଣିଜ୍ୟ କରୁଥିଲା। ଏହାସହ ସେତେବେଳେ ମୌସୁମୀ ପ୍ରବାହର ଅନୁକୂଳ ସ୍ଥିତିର ସୁଯୋଗ ନେଇ ସମୁଦ୍ର ପଥରେ ପଶ୍ଚିମ ଉପକୂଳରୁ ରୋମ୍‌ ସହ ଏବଂ ପୂର୍ବ ଉପକୂଳରୁ ଜାଭା ସହ ମଧ୍ୟ ବାଣିଜ୍ୟ ହେଉଥିଲା। ପ୍ରଥମେ ଆସନ୍ତୁ ଦେଖିବା କାହିଁକି ସୁଗ୍ରୀବ କହିଥିଲେ ଉତ୍ତର ଭାରତ ସମ୍ଭବତଃ ହରିୟାଣା ଅଞ୍ଚଳରେ ଥିଲା। ଏହି ଅଞ୍ଚଳର ସମ୍ପର୍କ ଭରତ ବଂଶର ରାଜାମାନଙ୍କ ସହ ରହିଥିଲା ବୋଲି ଋଗ୍‌ବେଦରେ ଉଲ୍ଲେଖ ରହିଛି। ଭରତ ବଂଶର ରାଜାମାନେ ସେତେବେଳେ ସେହି ଅଞ୍ଚଳର ଯୋଦ୍ଧା ଆର୍ଯ୍ୟ ଆଦିବାସୀଙ୍କୁ ଏକାଠି କରିଥିଲେ ଏବଂ ଏହାକୁ ଖ୍ରୀଷ୍ଟପୂର୍ବ ୧୦୦୦ରେ ଋଗ୍‌ବେଦ ସଙ୍କଳନରେ ସୂଚିତ କରିଥିଲେ। ସେଥିପାଇଁ ଋଗ୍‌ବେଦର ଶେଷ ସ୍ତୋତ୍ର ଏକତା ଏବଂ ସହଭାଗିତା ପାଇଁ ଆହ୍ବାନ ଦେଇଥାଏ।
ଖ୍ରୀଷ୍ଟପୂର୍ବ ୧୦୦ରେ ଓଡ଼ିଶାର ଖାରବେଳ ଉଦୟଗିରି ଗୁମ୍ଫାର କାନ୍ଥରେ ଖୋଦିତ କରିଥିଲେ ଯେ ସେ ଉତ୍ତରରେ ଭାରତବର୍ଷକୁ ଯାଇଥିଲେ। ଏହା ସୂଚିତ କରେ ଯେ, ତାଙ୍କ ସାମ୍ରାଜ୍ୟ କଳିଙ୍ଗକୁ ସେ ଭାରତର ଏକ ଅଂଶ ଭାବେ ଦେଖୁ ନ ଥିଲେ। କେବଳ ଖ୍ରୀଷ୍ଟାବ୍ଦ ୫୦୦ର ବିଷ୍ଣୁ ପୁରାଣରେ ଭାରତକୁ ସମୁଦ୍ରର ଉତ୍ତରରେ ଏବଂ ହିମାଳୟର ଦକ୍ଷିଣରେ ଥିବା ଭୂଭାଗ ଭାବେ ଦର୍ଶାଯାଇଛି। ସେହି ସମୟରେ ବ୍ରାହ୍ମଣମାନେ ଆର୍ଯ୍ୟାବର୍ତ୍ତ (ଗଙ୍ଗା-ଯମୁନା ତ୍ରିକୋଣଭୂମି ଅଞ୍ଚଳ)ରୁ ଯାତ୍ରାକରି ପଶ୍ଚିମ (ଗୁଜରାଟ), ପୂର୍ବ( ଓଡ଼ିଶା) ଏବଂ ସମ୍ଭବତଃ ଦକ୍ଷିଣ ସୀମାନ୍ତ ଅଞ୍ଚଳ (କେରଳ)କୁ ଯାଇଥିଲେ। ସମ୍ରାଟ ଅଶୋକଙ୍କ ଖ୍ରୀଷ୍ଟପୂର୍ବ ୨୫୦ର ବୌଦ୍ଧ ଶିଳାଲେଖରେ ଦକ୍ଷିଣ ଏସିଆକୁ ପ୍ରଥମେ ଜମ୍ବୁଦୀପକୁ ଏକକ ୟୁନିଟ୍‌ (ରୋଜ୍‌-ଆପଲ୍‌ ଉପମହାଦ୍ୱୀପ) ଭାବେ ସୂଚିତ କରାଯାଇଥିଲା।
ଏବେ ଆସନ୍ତୁ କିସ୍କିନ୍ଧ୍ୟାର ଅବସ୍ଥିତି ବିଷୟକୁ ଦେଖିବା। ସୁଗ୍ରୀବଙ୍କ ଅନୁଯାୟୀ, ଏହା ବିନ୍ଧ୍ୟ ପର୍ବତ ଓ ନର୍ମଦା ନଦୀର ଉତ୍ତରରେ ଥିଲା। ରାମାୟଣରେ ରାମ ଅନ୍ୟ କୌଣସି ନଦୀ ନୁହେଁ ,ବରଂ ଗଙ୍ଗା ଓ ଯମୁନା ପାରହେବା ବିଷୟ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି। ଯେତେବେଳେ ସୀତା ହରଣ ହୋଇଥିଲେ ସେତେବେଳେ ରାମ ଗୋଦାବରୀ କୂଳରେ ଥିବା ପଞ୍ଚବଟୀରେ ରହୁଥିଲେ। ଗୋଦା ହେଉଛି ଏକ ମୁଣ୍ଡାରି ଶବ୍ଦ ଯାହା ମଧୁର ସ୍ବଚ୍ଛ ଜଳକୁ ବୁଝାଏ ଏବଂ ଏହି ଶବ୍ଦ ଗୋଣ୍ଡ ଆଦିବାସୀ ଓ ଗୋଣ୍ଡଓ୍ବାନା ଭୂମି ସହ ଜଡ଼ିତ। ଏଣୁ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ଦେଇ ପ୍ରବାହିତ ଗୋଦାବରୀ ରାମାୟଣରେ ବର୍ଣ୍ଣିତ ଗୋଦାବରୀ ନୁହେଁ। ନାସିକ ହେଉଛି ଏକ ପୁରାତନ ଜନବସତି ଏବଂ ଖ୍ରୀଷ୍ଟାବ୍ଦ ୧୦୦ ପରେ ବ୍ରାହ୍ମଣମାନେ ଦକ୍ଷିଣାଞ୍ଚଳକୁ ପ୍ରବାସନ ପରେ ପଞ୍ଚବଟୀ ଓ ସୀତା ହରଣ ସହ ଏହାକୁ ଜଡ଼ିତ କରାଯାଇଥିଲା। ଏହି ସମୟରେ ମଧ୍ୟ ଦାକ୍ଷିଣାତ୍ୟର ଅନେକ ନଦୀକୁ ଗଙ୍ଗା ସହିତ ଜଡ଼ିତ କରାଯିବା ସହ ଅନେକ ପର୍ବତକୁ କୈଳାସ ସଙ୍ଗେ ସମ୍ପର୍କିତ କରାଯାଇଥିଲା।
ଏହା ସହ କିସ୍କିନ୍ଧ୍ୟାରେ ଗୋଟିଏ ଶରକୁ ରାମ ସାତଟି ଶାଳବୃକ୍ଷରେ ବିଦ୍ଧକରି ସୁଗ୍ରୀବଙ୍କୁ ତାଙ୍କ ଧନୁର୍ବିଦ୍ୟା କୌଶଳ ପ୍ରଦର୍ଶନ କରିଥିଲେ। ହେଲେ ଶାଳବୃକ୍ଷ କେବଳ ଛତିଶଗଡ଼ ଏବଂ ଓଡ଼ିଶାରେ ରହିଛି, ଦାକ୍ଷିଣାତ୍ୟ ରାଜ୍ୟ ବିଶେଷକରି କର୍ନାଟକରେ ନୁହେଁ। ବାଲ୍ମୀକି ରାମାୟଣ ଅନୁଯାୟୀ, ଲଙ୍କାରେ ଶାଳଗଛ ଭର୍ତ୍ତି ହୋଇ ରହିଥିଲା। ଏଥିରୁ ପ୍ରମାଣ ମିଳେ ଯେ, ରାବଣଙ୍କ ଲଙ୍କା ଓଡ଼ିଶାରେ ଥିଲା। ଓଡ଼ିଶାର ସୋମବଂଶୀ ରାଜମାନେ ଅଷ୍ଟମ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାକୁ ପଶ୍ଚିମ ଲଙ୍କା ଏବଂ ସ୍ବର୍ଣ୍ଣପୁରୀ ବୋଲି କହୁଥିଲେ। ଏପରିକି ଏବେ ମଧ୍ୟ ସୋନପୁର ସହରରେ ଲଙ୍କେଶ୍ୱରୀଙ୍କୁ ପୂଜା କରାଯାଉଛି ଏବଂ ହନୁମାନ ଦ୍ୱାରା ଲଙ୍କା ପୋଡ଼ି ପାଳନ ହେଉଛି। ଷୋଡ଼ଶ ଶତାବ୍ଦୀରେ ଗୋଣ୍ଡ ରାଜାମାନେ ପୁଲସ୍ତ୍ୟ (ରାବଣ ବଂଶଜ) ନାମରେ ମୁଦ୍ରା ପ୍ରଚଳନ କରିଥିଲେ । ଚାଲୁକ୍ୟ ରାଜାମାନେ ଖ୍ରୀଷ୍ଟାବ୍ଦ ୭୦୦ ପାଖାପାଖିରେ ବଡାମି ଓ ପଟାଡାକଲରେ ଥିବା ମନ୍ଦିରଗୁଡ଼ିକର କାନ୍ଥରେ ରାମାୟଣ ଆଲୋଚକ ମଣ୍ଡଳୀର ଛବି ଖୋଦନ କରିଥିଲେ। କର୍ନାଟକ ଅଞ୍ଚଳକୁ ଯେତେବେଳେ କିସ୍କିନ୍ଧ୍ୟା ସହ ଯୋଡ଼ାଗଲା ସେତେବେଳେ ସମ୍ଭବତଃ ଏହା ଘଟିଥିଲା।
ପାଖାପାଖି ୯୦୦ ଖ୍ରୀଷ୍ଟାବ୍ଦରେ ଶ୍ରୀଲଙ୍କା ରାବଣଙ୍କ ଲଙ୍କା ଭାବେ ଗଣାହେଲା। ଏହା ପୂର୍ବରୁ ଶ୍ରୀଲଙ୍କା ସିଂହଳ ଭାବେ ଜଣାଥିଲା ଏବଂ ଏହାର ରାବଣଙ୍କ ଲଙ୍କା ସହ କୌଣସି ସମ୍ପର୍କ ନ ଥିଲା। ଯେକୌଣସି ଦ୍ୱୀପକୁ ଲଙ୍କା ବୋଲି କୁହାଯାଉଥିଲା। ଚୋଳବଂଶର ଶାସନ ସମୟରେ ତାମିଲମାନେ ସେମାନଙ୍କ ପରମଶତ୍ରୁ ସିଂହଳୀଙ୍କୁ ଇଲାଙ୍କାଇ କହିବା ଆରମ୍ଭ କରିଦେଲେ।
ସେମାନେ ରାମ ଓ ତାଙ୍କ ସେନାରେ ଥିଲେ ଏବଂ ସେମାନଙ୍କ ସାଙ୍ଗିଆ ସେତୁପଥି (ସେତୁ ଜଗୁଆଳି) ବୋଲି ସୂଚିତ କରିଥିଲେ। ପ୍ରାୟ ୫୦୦ ଖ୍ରୀଷ୍ଟାବ୍ଦରେ ପଶ୍ଚିମ ଓ ପୂର୍ବ ସମୁଦ୍ରକୁ ଯୋଡ଼ିବାରେ ସିଂହଳ ଥିଲା ପ୍ରମୁଖ କେନ୍ଦ୍ର। ଏହାର ପଶ୍ଚିମରେ ଥିଲା ରୋମ୍‌ , ଯେଉଁଠୁ ଖ୍ରୀଷ୍ଟପୂର୍ବ ୧୦୦ରୁ ରୋମ୍‌ର ବାଣିଜ୍ୟ ଶେଷ ହେବା ସମୟ ଖ୍ରୀଷ୍ଟାବ୍ଦ ୩୦୦ ମଧ୍ୟରେ ରୋମ୍‌ରୁ ସୁରା ଏବଂ ସୁନା ଆମଦାନୀ ହେଉଥିଲା।
ପୂର୍ବ ସମୁଦ୍ରର ଜାଭା ଦ୍ୱୀପରେ ମଧ୍ୟ ଆମେ ରାମାୟଣ ସମ୍ପର୍କରେ ଆଲୋଚନ କରୁଥିବା ମଣ୍ଡଳୀର ଛବି ୮୦୦ ଶତାବ୍ଦୀର ପ୍ରମ୍ବାନନ୍‌ ମନ୍ଦିରର କାନ୍ଥରେ ଦେଖିବାକୁ ପାଉ। ଗୋଆ ସହ ସିଂହଳର ମଧ୍ୟ ବାଣିଜ୍ୟ କାରବାର ଚାଲିଥିଲା। ଏଣୁ କୋଙ୍କଣ ଓ ଗୋଆର ଶିଳାହାର ବଂଶ ରାଜାମାନଙ୍କୁ ୧୦୦୦ ଖ୍ରୀଷ୍ଟାବ୍ଦରେ ଳଙ୍କାର ରାଜା ବୋଲି କୁହାଯାଉଥିଲା। ଅବଶ୍ୟ ଶିଳାହାର ରାଜାଙ୍କୁ ପରାସ୍ତ କରିଥିବା ଜଣେ କଡମ୍ବା ରାଜା ଲେଖିଥିଲେ , କୌଣସି ସେତୁ ନିର୍ମାଣ (ଯେଭଳି ବାନରମାନେ କରିଥିଲେ)ନ କରି ସେ ଲଙ୍କା ଜୟ କରିଥିଲେ। ତେବେ ସନାତନୀ କଣ୍ଟେଣ୍ଟ କ୍ରିଏଟରମାନେ ରାମାୟଣର ଇତିହାସ ଖ୍ରୀଷ୍ଟପୂର୍ବ ୧୨୦୦୦ କିମ୍ବା ୧୦୦୦୦ ବା ୭୦୦୦ର କହି ପ୍ରଚାର କରୁଥିବାବେଳେ ସେମାନଙ୍କ ପାଖରେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟଗତ ପ୍ରମାଣ ନାହିଁ। ତେବେ ଏ କ୍ଷେତ୍ରରେ ଆମେ ଭୂଗୋଳକୁ ଅଣଦେଖା କରିପାରିବା ନାହିଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri