Posted inଖେଳ

ଭାରତ-ମାଲେସିଆ ଫାଇନାଲ

ଚେନ୍ନାଇ, ୧୨।୮: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ଫାଇନାଲ ଭାରତ ଓ ମାଲେସିଆ ମଧ୍ୟରେ ଅନୁଷ୍ଠିତ ହେବ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପୂର୍ବତନ ଚାମ୍ପିୟନ ଦକ୍ଷିଣ କୋରିଆକୁ ୬-୨ ଗୋଲରେ ହରାଇ ମାଲେସିଆ ପ୍ରଥମଥରପାଇଁ ଫାଇନାଲରେ ପ୍ରବେଶ କରିଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଭାରତ ୫-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ଭାରତ-ମାଲେସିଆ ଟାଇଟଲ ମୁକାବିଲା ଶନିବାର ଅନୁଷ୍ଠିତ ହେବ। ଜାପାନ ଓ କୋରିଆ ବ୍ରୋଞ୍ଜ ପଦକପାଇଁ ଖେଳିବେ।
ଜାପାନ ବିପକ୍ଷରେ ଭାରତ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମ କ୍ୱାର୍ଟରରେ ଯଦିଓ ଗୋଲ ହୋଇ ନ ଥିଲା ତେବେ ଦ୍ୱିତୀୟ କ୍ୱାର୍ଟରରେ ୩ଟି ଗୋଲ ଦେଇ ଭାରତ ପ୍ରଥମାର୍ଦ୍ଧ ଶେଷ ବେଳକୁ ୩-୦ରେ ଅଗ୍ରଣୀ ଲାଭ କରି ସାରିଥିଲା। ଦଳ ପକ୍ଷରୁ ୧୯ତମ ମିନିଟରେ ଆକାଶଦୀପ ସିଂ, ୨୩ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂ ଏବଂ ୩୦ତମ ମିନିଟରେ ମନଦୀପ ସିଂ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ତୃତୀୟ କ୍ୱାର୍ଟରରେ ଅର୍ଥାତ୍‌ ୩୯ତମ ମିନିଟରେ ସୁମିତ ଓ ୫୧ତମ ମିନିଟରେ ସେଲଭାମ୍‌ କାର୍ଥୀ ଆଉ ୨ଟି ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚରେ ଭାରତୀୟ ଗୋଲକିପର ପି.ଆର. ଶ୍ରୀଜେଶ କ୍ୟାରିୟରର ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ସମ୍ପାଦକ ଭୋଳାନାଥ ସିଂ ଙ୍କ ଉପସ୍ଥିତିରେ ଏଫ୍‌ଆଇଏଚ୍‌ ସଭାପତି ଟାୟବ ଇକ୍ରାମ ତାଙ୍କୁ ଏକ ସ୍ମାରକୀ ଦେଇ ସମ୍ମାନିତ କରିଥିଲେ।
ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା କୋରିଆ ପକ୍ଷରୁ ଜି ଉ ଚେନ୍‌ ୨ୟ ମିନିଟରେ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ। ମାତ୍ର ପ୍ରତିଆକ୍ରମଣ କରି ମାଲେସିଆ ସଫଳ ହୋଇଥିଲା। ୩ୟ ମିନିଟରେ ଅଜରାଇ ଅବୁ କମଲ ଗୋଲଟି ପରିଶୋଧ କରି ଦେଇଥିବାବେଳେ ୯ମ ମିନିଟରେ ଜଜଲାନ ନଜମି ଆଉ ଏକ ଗୋଲ ଦେଇ ମାଲେସିଆକୁ ଆଗୁଆ କରିଥିଲେ। ତେବେ ୧୪ତମ ମିନିଟରେ କୋରିଆ ଅଧିନାୟକ ଜଙ୍ଗ୍‌ ଜୋଙ୍ଗହ୍ୟୁନ୍‌ ପେନାଲ୍ଟି କର୍ନରରୁ ଗୋଲଟି ପରିଶୋଧ କରିଦେବାରୁ ପ୍ରଥମ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୨-୨ରେ ପହଞ୍ଚି ଯାଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ୧୯ ଓ ୨୧ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଯଥାକ୍ରମେ ସାରି ଫୈଜଲ ଓ ଜଜଲାନ ନଜମି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ୪-୨ରେ ଅଗ୍ରଣୀ କରିଥିଲେ। ତୃତୀୟ କ୍ୱାର୍ଟରରେ ଜୋରଦାର ଲଢ଼େଇ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ମାଲେସିଆର ସିଲଭରିଅସ ଶେଲୋ ଯଥାକ୍ରମେ ୪୭ ଓ ୪୮ତମ ମିନିଟରେ ୨ଟି ଫିଲ୍ଡ ଗୋଲ ଦେଇ ଦଳକୁ ବଡ଼ ବ୍ୟବଧାନରେ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମାଲେସିଆ ପୂର୍ବରୁ ୫ ଥର ୨୦୧୧, ୨୦୧୨, ୨୦୧୩, ୨୦୧୬ ଓ ୨୦୧୮ରେ ସର୍ବାଧିକ ତୃତୀୟ ସ୍ଥାନ ଅଧିକାର କରିଥିଲା। ଅର୍ଥାତ୍‌ ଦଳ ୫ ଥର ସେମିଫାଇନାଲ ଖେଳିଥିଲେ ହେଁ ପରାଜିତ ହୋଇଥିଲା। ଏଥର ଦଳ ପ୍ରଥମଥରପାଇଁ ସେମି ଫାଇନାଲରେ ବିଜୟ ସ୍ବାଦ ଚାଖିଛି।

ଚାଇନାକୁ ହରାଇ ପାକିସ୍ତାନ ପଞ୍ଚମ
୩ ଥର ଚାମ୍ପିୟନ ପାକିସ୍ତାନ ଏଥର ୫ମ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଏକ ପ୍ଲେସିଂ ମ୍ୟାଚରେ ପାକିସ୍ତାନ ୬-୧ ଗୋଲରେ ଚାଇନାକୁ ହରାଇ ଦେଇଛି। ପୂରା ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଖେଳିଥିବା ପାକିସ୍ତାନ ପକ୍ଷରୁ ଅମଦ ମହମ୍ମଦ ୧୦ ଓ ୫୨ତମ ମିନିଟରେ ୨ଟି, ମହମ୍ମଦ ଖାଁ ୧୧ ଓ ୧୨ ମିନିଟରେ ୨ଟି ଏବଂ ଅବଦୁଲ ସହିଦ ୧୫ ଓ ଅବଦୁଲ ରାଣା ୫୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଚାଇନା ପକ୍ଷରୁ ବେହାଇ ଚେନ୍‌ ୩୫ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହା ପୂର୍ବରୁ ପାକିସ୍ତାନ କେବେହେଲେ ୫ମ ସ୍ଥାନ ଅଧିକାର କରି ନ ଥିଲା। ୨୦୧୨, ୨୦୧୩, ୨୦୧୮ରେ ଚାମ୍ପିୟନ ହୋଇଥିବାବେଳେ ୨୦୧୧ ଓ ୨୦୧୮ରେ ରୌପ୍ୟ ପଦକ ଜିତିଥିଲା। ୨୦୨୧ରେ ଦଳ ୪ର୍ଥ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri