ଇତିହାସ ରଚିଲା ଭାରତ, ୧୦୦ କୋଟି ଟପିଲା ଟିକାକରଣ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତିି।ଟିକାକରଣ ଅଭିଯାନରେ ଭାରତ ଇତିହାସ ରଚିବା ସହିତ ୧୦୦ କୋଟି ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ପୂରଣ କରିଛି। ଭାରତ ୨୮୦ ଦିନରେ ଏହି ଲକ୍ଷ୍ୟ ପୂରଣ କରିପାରିଛି।

ଗୁରୁବାର ପୂର୍ବାହ୍ନ ୯ଟା ୪୭ରେ ଭାରତ ଏହି ଲକ୍ଷ୍ୟ ପୂରଣ କରି ଇତିହାସ ସୃଷ୍ଟି କରିଛି। ଏହି ଐତିହାସିକ ମୂହୁର୍ତ୍ତ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚିଛନ୍ତି।

ଦେଶର ଶ୍ରେଷ୍ଠ ୫ ଟିକାକରଣ ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୧୨ କୋଟି ୨୧ ଲକ୍ଷ ୪୦ ହଜାର ୯୧୪ ଜଣଙ୍କୁ ଟିକା ଦିଆଯାଇଥିବାବେଳେ ମହାରାଷ୍ଟ୍ରରେ ୯ କୋଟି ୩୨ ଲକ୍ଷ ୭୦୮, ପଶ୍ଚିମବଙ୍ଗରେ ୬ କୋଟି ୮୫ ଲକ୍ଷ ୧୨ ହଜାର ୯୩୨, ଗୁଜରାଟରେ ୬ କୋଟି ୭୬ ଲକ୍ଷ ୬୭ ହଜାର ୯୦୦ ଏବଂ ମଧ୍ୟପ୍ରଦେଶରେ ୬ କୋଟି ୭୨ ଲକ୍ଷ ୨୪ ହଜାର ୨୮୬ ଜଣଙ୍କୁ ଟିକା ଦିଆଯାଇଛି।

ଦେଶରେ ଚଳିତ ବର୍ଷ ୧୬ ଜାନୁଆରୀରୁ ସାର୍ବଜନୀକ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ୧୭ ସେପ୍ଟେମ୍ବରରେ ଗୋଟିଏ ଦିନରେ ଦେଶରେ ଅଢ଼େଇ କୋଟି ଲୋକଙ୍କୁ ଡୋଜ୍‌ ଦିଆଯାଇ ମଧ୍ୟ ଇତିହାସ ରଚା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?