Posted inଖେଳ

ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ବାହାରିନର ରିଫାଠାରେ ଆୟୋଜିତ ୨୧ତମ ଏସିଆନ ପୁରୁଷ ୨୦ ବର୍ଷରୁ କମ୍‌ ଭଲିବଲ ଚାମ୍ପିୟନଶିପ୍‌ରେ ଶକ୍ତିଶାଳୀ ଜାପାନକୁ ହରାଇ ଭାରତ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଅନୁଷ୍ଠିତ ନିଜର ପ୍ରଥମ ମ୍ୟାଚରେ ଭାରତ ୩-୧ (୧୯-୨୫, ୨୫-୧୯, ୨୫-୨୧ ଓ ୨୫-୨୩) ସେଟ୍‌ରେ ଜାପାନକୁ ପରାସ୍ତ କରିଛି। ବାହାରିନ ଯିବା ପୂର୍ବରୁ ଭାରତୀୟ ଦଳର ଟ୍ରେନିଂ କ୍ୟାମ୍ପ ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ସମ୍ଭାବ୍ୟ ୨୦ ଜଣିଆ ଦଳରୁ ଶେଷରେ ୧୨ ଖେଳାଳି ଏସୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଏହି ସମ୍ମାନଜନକ ପ୍ରତିଯୋଗିତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରକାଶ ଯୋଗ୍ୟ ଯେ, ଇରାନର ତେହେରାନଠାରେ ସୋମବାର ଶେଷ ହୋଇଥିବା ୧୪ତମ ଏସିଆନ ୧୮ ବର୍ଷରୁ କମ୍‌ ପୁରୁଷ ଭଲିବଲ ଟୁର୍ନାମେଣ୍ଟରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଶକ୍ତିଶାଳୀ ଜାପାନକୁ ହରାଇଥିବାରୁ ଭାରତୀୟ ଦଳକୁ ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶାର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୨।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ବୁଧବାର ପୁଣେର ଶ୍ରୀ ଶିବ୍‌...

ଆଶେସ୍‌ ତୃତୀୟ ଟେଷ୍ଟ: ଇଂଲଣ୍ଡର ଟାର୍ଗେଟ ୩୫୯

ଲିଡ୍ସ, ୨୫।୮(ଏଏଫ୍‌ପି)- ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ୍‌ ହାରି...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଏ। ନିକଟରେ ପାଣ୍ଡ୍ୟା ନିଜ ପିଲାଦିନର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ...

ପୁଣି ଚମକିଲେ କୋହଲିଙ୍କ ଏହି ପ୍ରିୟ ସ୍ପିନର; ଭାରତୀୟ ଟି୨୦ ଟିମ୍‌ରେ ସାମିଲ ନ କରି ଭୁଲ କରିଦେଲେ କି…

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜେତା ହୋଇଛି। ଏଥିଯୋଗୁ ଦଳ ପ୍ଲେ ଅଫ୍‌ରେ ସ୍ଥାନ ସୁନିଶ୍ଚିତ କରିବାର...

ଦୁଃଖିତ, ହେଲେ କାନ୍ଦିବାକୁ ସମୟ ନାହଁ

ଟୋକିଓ,୩।୮: ଅଲିମ୍ପିକ୍ସ ହକି ସେମିଫାଇନାଲରେ ବେଲଜିୟମଠାରୁ ୫-୨ ଗୋଲରେ ହାରିବା ପରେ ଟିମ୍‌ ଇଣ୍ଡିଆର ସ୍ବର୍ଣ୍ଣ ପଦକ ହାତେଇବା ସ୍ବପ୍ନ ଭାଙ୍ଗିଯାଇଛି। କିନ୍ତୁ ୮ ଥରର...

ଏହି ପଦବୀ ହାତେଇବାକୁ ଚାହୁଁଛନ୍ତି ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୩।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ମଜାକିଆ ପୋଷ୍ଟ କରି ସେ...

ପଙ୍ଗପାଳ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଅଭିନେତା ଧର୍ମେନ୍ଦ୍ର

ସମଗ୍ର ଦେଶ କରୋନା ଭାଇରସ ସହ ସଂଘର୍ଷ କରୁଥିବାବେଳେ, ଏହି ସମୟରେ ପୁଣି ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି। ସମସ୍ୟାଟି ହେଉଛି ପଙ୍ଗପାଳ। ରାଜସ୍ଥାନ,...

ପଡ଼ିଆରେ ନାଚିଲେ କୋହଲି, ରୋହିତ

ଆଇପିଏଲ ୨୦୨୧ର ଗୀତ ପ୍ରକାଶ ପାଇଛି। ‘ଇଣ୍ଡିଆ କା ଆପ୍‌ନା ମନ୍ତ୍ର’ ନାମକ ଏହି ଗୀତ ଏକ ମିନିଟ ତିରିଶ ସେକେଣ୍ଡର ହୋଇଛି। ଆନ୍ଥେମର ଭିଡିଓ...

Advertisement
Archives

Model This Week