Posted inଜାତୀୟ

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବୟାନକୁ ତୀବ୍ର ବିରୋଧ କଲା ଭାରତ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବିଦେଶ ମନ୍ତ୍ରଣାଳୟ ବୟାନ ଦେଇଥିଲା। ଏହାକୁ କଡ଼ା ଭାଷାରେ ବିରୋଧ କରିଛି ଭାରତ। ଜର୍ମାନୀର ବୟାନ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଏକ ଖୋଲା ହସ୍ତକ୍ଷେପ ବୋଲି ଭାରତ କହିଛି। ଏହି ପରିପ୍ରେକ୍ଷୀରେ ଜର୍ମାନ ଦୂତାବାସର ଡେପୁଟି ହେଡ୍‌ ଅଫ୍‌ ମିଶନ୍‌ ଜର୍ଜ ଏନ୍‌ଜଓ୍ବିଲର୍‌ଙ୍କୁ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ଡାକରା ଦେଇଛନ୍ତି।

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ବିବୃତ୍ତି ଜାରି କରି କହିଥିଲା ଯେ, ଆମେ ଧ୍ୟାନ ଦେଇଛୁ, ଭାରତ ଏକ ଗଣତାନ୍ତ୍ରିକ ଦେଶ। ଆମେ ଆଶା କରୁଛୁ ଯେ ନ୍ୟାୟପାଳିକାର ସ୍ବାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ନୀତି ସହ ଜଡ଼ିତ ମାନ ମଧ୍ୟ ଏହି ମାମଲାରେ ପ୍ରୟୋଗ ହେବ। ଅଭିଯୋଗର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ଭଳି କେଜ୍‌ରିଓ୍ବାଲ ମଧ୍ୟ ନିରପେକ୍ଷ ଏବଂ ପକ୍ଷପାତିତାବିହୀନ ବିଚାର ପାଇଁ ହକ୍‌ଦାର, ସେ ସମସ୍ତ ଉପଲବ୍ଧ ଆଇନଗତ ଉପାୟକୁ କୌଣସି ପ୍ରତିବନ୍ଧକ ବିନା ସେ ବ୍ୟବହାର କରିପାରନ୍ତୁ। ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଆଇନଗତ ନିୟମ ତାଙ୍କ ପାଇଁ ପ୍ରଯୁଜ୍ୟ ହେବ।

ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସଓ୍ବାଲ କହିଛନ୍ତି, ନୂଆଦିଲ୍ଲୀରେ ଜର୍ମାନୀର ଦୂତାବାସର ଡେପୁଟି ହେଡ୍‌ ଅଫ୍‌ ମିଶନ୍‌ଙ୍କୁ ଶନିବାର ତଲବ କରାଯାଇଛି। ଆମର ଆଭ୍ୟନ୍ତରୀଣ ମାମଲାରେ ତାଙ୍କ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ଟିପ୍ପଣୀ ଉପରେ ଭାରତର ବିରୋଧ ବିଷୟରେ ଅବଗତ କରାଯାଇଛି। ଏଭଳି ବୟାନକୁ ଆମର ନ୍ୟାୟବ୍ୟବସ୍ଥା ସହ ହସ୍ତକ୍ଷେପ ଏବଂ କୋର୍ଟର ସ୍ବତନ୍ତ୍ରତାକୁ ହାନୀ ପହଞ୍ଚାଉଥିବା ରୂପରେ ଦେଖୁଛୁ। ଭାରତ ଏବ ଜୀବନ୍ତ ଏବଂ ଆଇନଗତ ଶାସନବ୍ୟବସ୍ଥା ଥିବା ସୁଦୃଢ଼ ଗଣତନ୍ତ୍ର। ଏହି ମାମଲାରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ଏହାକୁ ନେଇ ପୂର୍ବାନୁମାନ ଏବଂ ଧାରଣା ବିଲ୍‌କୁଲ ଭୁଲ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri