Posted inଖେଳ

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୩୦୮ ରନ୍‌ରେ ଆଗୁଆ ରହିଛି। ରବିଚନ୍ଦ୍ରନ ଅଶ୍ୱିନଙ୍କ ଶତକ ଓ ରବୀନ୍ଦ୍ର ଜାଡେଜାଙ୍କ ୮୬ ରନ୍‌ ବଳରେ ଭାରତ ପ୍ରଥମ ଇନିଂସରେ ୩୭୬ ରନ୍‌ କରିଥିଲା। ଜବାବରେ ଭାରତୀୟ ପେସରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ମାତ୍ର ୧୪୯ ରନ୍‌ରେ ଅଲଆଉଟ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ କରି ୩ ଉଇକେଟ ହରାଇ ୮୧ ରନ୍‌ କରିଛି। ଭାରତ ହାତରେ ୭ ଉଇକେଟ ରହିଥିବା ବେଳେ ଏହା ୩୦୮ ରନ୍‌ରେ ଆଗୁଆ ରହିଛି।
ଜାଡେଜା-ଅଶ୍ୱିନଙ୍କ ୧୯୯
ପ୍ରଥମ ଦିନର ଅସମାପ୍ତ ସ୍କୋର ୩୩୯/୬ରୁ ଖେଳ ଆରମ୍ଭ କରି ଭାରତ ଆଉ ୩୭ ରନ୍‌ ଯୋଡିଥିଲା। ରବୀନ୍ଦ୍ର ଜାଡେଜା ପୂର୍ବ ଦିନର ସ୍କୋରରେ କୌଣସି ରନ୍‌ ଯୋଡିବା ଆଗରୁ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଶ୍ୱିନ ୧୧୩ ଓ ଆକାଶ ଦୀପ୍‌ ୧୭ ରନ୍‌ ସ୍କୋର କରିଥିଲେ। ଲୋକାଲ ବୟ ଅଶ୍ୱିନ ୧୩୩ ବଲ୍‌ ଖେଳି ୧୧ ଚୌକା ଓ ୨ ଛକା ସହ ୧୧୩ ରନ କରିଥିଲେ। ଅନ୍ୟପକ୍ଷରେ ଜାଡେଜା ୧୨୪ ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହ ୮୬ ରନରେ ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟମ ଉଇକେଟରେ ୧୯୯ ରନ୍‌ ଯୋଡିଥିଲେ। ବାଂଲାଦେଶ ପକ୍ଷରୁ ହସନ୍‌ ମେହମୁଦ୍‌ ୫ ଉଇକେଟ ନେଇଥିବା ବେଳେ ଟାସ୍କିନ୍‌ ଅହମଦ୍‌ ୩, ମେହିଦୀ ହସନ ମିରାଜ ଓ ନାହିଦ ରାଣା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। କ୍ୟାରିୟରର ଚତୁର୍ଥ ଟେଷ୍ଟ ଖେଳୁଥିବା ହସନ୍‌ ଦ୍ୱିତୀୟ ଥର ପାଇଁ ୫ ଉଇକେଟ ନେଇଛନ୍ତି।
ବୁମ୍‌ରାଙ୍କ ଘାତକ ବୋଲିଂ
ବାଂଲାଦେଶ ଇନିଂସ ଆରମ୍ଭରୁ ପ୍ରଥମ ଓଭରରେ ଶଦମାନ ଇସଲାମଙ୍କୁ ଆଉଟ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଆକାଶ ଦୀପ୍‌ ଅଷ୍ଟମ ଓଭରର ଲଗାତର ବଲ୍‌ରେ ଦୁଇଟି ଉଇକେଟ ନେଇ ବାଂଲାଦେଶକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ବାଂଲାଦେଶ ପକ୍ଷରୁ ଶାକିବ୍‌ ଅଲ ହସନ ସର୍ବାଧିକ ୩୨ ରନ୍‌ କରିଥିବା ବେଳେ ମେହିଦୀ ହସନ ମିରାଜ ୨୭, ଲିଟନ୍‌ ଦାସ ୨୨ ରନ୍‌ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ଆକାଶ ଦୀପ୍‌, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ବାଂଲାଦେଶକୁ ଫଲୋଅନ ଡାକରା ନ ଦେଇ ଭାରତ ବ୍ୟାଟିଂ କରିଥିବା ବେଳେ ଷ୍ଟମ୍ପସ ବେଳକୁ ୩ ଉଇକେଟରେ ୮୧ ରନ୍‌ କରିଛି। ଶୁବମାନ ଗିଲ୍‌ ୩୩ ଓ ରିଷଭ ପନ୍ତ ୧୨ ରନ୍‌ରେ ବ୍ୟାଟିଂ କରୁଛନ୍ତି। ବାଂଲାଦେଶ ପକ୍ଷରୁ ଟାସ୍କିନ୍‌ ଅହମଦ୍‌, ନାହିଦ ରାଣା ଓ ମେହିଦୀ ହସନ ମିରାଜ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ ୯୧.୨ ଓଭରରେ ୩୭୬/୧୦(ରବିଚନ୍ଦ୍ରନ ଅଶ୍ୱିନ-୧୧୩, ରବୀନ୍ଦ୍ର ଜାଡେଜା-୮୬, ଯଶସ୍ବୀ ଜୟସ୍ବାଲ-୫୬, ହସନ ମେହମୁଦ-୫/୮୩, ଟାସ୍କିନ ଅହମଦ-୩/୫୫, ମେହିଦୀ ହସନ ମିରାଜ-୧/୭୭, ନାହିଦ୍‌ ରାଣା-୧/୮୨)। ବାଂଲାଦେଶ ପ୍ରଥମ ଇନିଂସ ୪୭.୧ ଓଭରରେ ୧୪୯/୧୦(ଶାକିବ୍‌ ଅଲ ହସନ-୩୨, ମେହିଦୀ ହସନ ମିରାଜ-୨୭, ଲିଟନ୍‌ ଦାସ-୨୨, ଯଶପ୍ରୀତ୍‌ ବୁମ୍‌ରା-୪/୫୦, ଆକାଶ ଦୀପ୍‌-୨/୧୯, ରବୀନ୍ଦ୍ର ଜାଡେଜା-୨/୧୯)।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?