ପାଟଣା ବ୍ଲକରେ ସମସ୍ତ ଔଷଧ ଦୋକାନ ବନ୍ଦ, ରୋଗୀ ହନ୍ତସନ୍ତ

ପାଟଣା,୨୦ା୫(ବୀର କିଶୋର ଦାଶ): ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । କେନ୍ଦୁଝର ଜିଲା ପାଟଣା ଓ ସାହାର ପଡ଼ା ବ୍ଲକ୍ ମୁଖ୍ୟାଳୟର ମେଡିସିନ ଦୋକାନ ଗୁଡ଼ିକ ବନ୍ଦ ରହିଛି । ମୁଖ୍ୟତଃ ଅନଲାଇନ୍ ମେଡିସିନ ସପ୍ଲାଇ ଓ କର୍ପୋରେଟ ସଂସ୍ଥା ଗୁଡ଼ିକ ମାତ୍ରାଧିକ ରିହାତି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହାସହ ପାଟଣା ବ୍ଲକର କେନ୍ଦେଇପଶି, ରାଜନଗର, ତୁରୁମୁଙ୍ଗା, ଖିରେଇଟାଙ୍ଗିରିରେ ଥିବା ସମସ୍ତ ଔଷଧ ଦୋକାନ ଗୁଡ଼ିକ ବିଭିନ୍ନ ଦାବି ନେଇ ବୁଧବାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

କେବଳ ମେଡିକାଲ କ୍ୟାମ୍ପସରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ମେଡିସିନ ଦୋକାନ ବ୍ୟତୀତ ୯୮ପ୍ରତିଶତ ଔଷଧ ଦୋକାନ ବନ୍ଦ ରହିଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ । ବିଭିନ୍ନ ଦାବିକୁ ନେଇ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି।
ବିଶେଷ କରି ଜରୁରୀ କାଳୀନ ଜୀବନ ରକ୍ଷା କାରୀ ଔଷଧ କିଣିବାକୁ ଆସିଥିବା ରୋଗୀ ଓ ସେମାନଙ୍କ ପରିବାର ଲୋକ ନିରାଶ ହୋଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପକ୍ଷରେ ମେଡିକାଲ କ୍ୟାମ୍ପସରେ ଥିବା ମେଡିସିନ ଦୋକନ୍ ଗୁଡ଼ିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। କେତେକ ସ୍ଥାନରେ ବନ୍ଦ ସମର୍ଥନରେ ବ୍ୟବସାୟୀମାନେ ପ୍ରତିବାଦ ଜଣାଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀର CNG ପମ୍ପରେ ବଡ଼ ଧରଣର ବିସ୍ଫୋରଣ, ୩ମୃତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍‌ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା…

କାଉନସିଲ୍‌ ନିର୍ବାଚନରେ ଜିତିଲେ ମମତା ବାର୍ନାଜୀ; ଭାଜପାକୁ କଲେ ଚିତ୍‌ପଟାଙ୍ଗ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୧୯।୮: ପ୍ରଥମେ ବିଧାନସଭା ନିର୍ବାଚନରେ ​​ପରାଜୟ, ପରେ ବିଧାୟକମାନଙ୍କ ବିଦ୍ରୋହ ଏବଂ ଶେଷରେ କିଛି ସାଂସଦ ମଧ୍ୟ ସାଥ୍ ଛାଡ଼ିବା ଏସବୁ ପରିସ୍ଥିତିର ସାମ୍ନା କରିଛି ମମତା…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

ଭାରତକୁ ପୁଣି ସାହାଯ୍ୟ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୧୯।୮: ଗତ କିଛି ମାସ ଧରି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରାରମ୍ଭରେ ତାରିକ ରହମାନ ସରକାରଙ୍କୁ ପଛକୁ ପକାଇ ଦେଇଥିଲା। ତଥାପି, ବାଂଲାଦେଶ…

ଗିରଫ ହେବେ ଟିଏମପି ଏମପି ମହୁଆ ମୋଇତ୍ରା? ହେଟ ସ୍ପିଚ ମାମଲାରେ…

ନୂଆଦିଲ୍ଲୀ,୧୯।୮: ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟରୁ ଏକ ପ୍ରମୁଖ ଖବର ସାମ୍ନାକୁ ଆସିଛି। ନାଦିଆ ଜିଲାର ଏକ କୋର୍ଟ ହେଟ୍‌ ସ୍ପିଚ ମାମଲା ସମ୍ପର୍କରେ ଜାରି କରିଥିବା ସମନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri