ବସୁଧା ପ୍ରକଳ୍ପ ବନ୍ଦ: ବାରଣ ନଳକୂପ ପାଣିକୁ ବ୍ୟବହାର କରୁଛନ୍ତି କିଡ୍‌ନୀ ପ୍ରଭାବିତ ଗ୍ରାମବାସୀ

ଲୋଇସିଂହା,୨୦।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ କଦଳୀପାଲି ଗ୍ରାମର ବସୁଧା ପ୍ରକଳ୍ପ ଗତ ଦୁଇମାସ ହେବ ଚାଲୁନାହିଁ। ବିଦ୍ୟୁତ ସମସ୍ୟା ଯୋଗୁ ପ୍ରକଳ୍ପ ବନ୍ଦ ରହିଥିବାରୁ ପିଇବା ପାଣି ପାଇଁ ଗ୍ରାମବାସୀ ହଟହଟା ହେଉଛନ୍ତି ା ଜନସ୍ବାସ୍ଥ୍ୟ ବିଭାଗ ଓ ବିଦ୍ୟୁତ ବିଭାଗକୁ ବାରମ୍ବାର ଜଣାଇଲା ପରେ କୌଣସି ପ୍ରତିକାର କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ୧ ୱାର୍ଡ ବିଶିଷ୍ଟ କଦଳୀପାଲି ଗ୍ରାମର ଜନସଂଖ୍ୟା ୮୦୦ ହେବ ା କଦଳୀପାଲି ଆଦିବାସୀ ବହୁଳ ଓ କିଡ୍‌ନୀ ପ୍ରଭାବିତ ଗାଁ ା ଗ୍ରାମବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହୋଇଛି। କିନ୍ତୁ ପ୍ରଶାସନିକ ଅବହେଳାରୁ ବସୁଧା ପ୍ରକଳ୍ପ ଅନେକ ସମୟରେ ଅଚଳ ଅବସ୍ଥାରେ ରହୁଛି ା ବର୍ତ୍ତମାନ ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ା ଏପଟେ ଘରେ ଘରେ ପିଇିବା ପାଣି ଚାହିଦା ବୃଦ୍ଧି ପାଇଛି। ଏଭଳି ସ୍ଥଳେ ଗ୍ରାମର ବସୁଧା ପ୍ରକଳ୍ପ ବନ୍ଦ ରହିବାରୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବା ନଳକୂପ ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଥିବା ଗ୍ରାମବାସୀ କହିଛନ୍ତି ା ପ୍ରକଳ୍ପ ବନ୍ଦ ନେଇ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ହେଁ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ କହିଛନ୍ତି , ପ୍ରକଳ୍ପର ଥ୍ରୀ ଫେଜ୍‌ ବିଦ୍ୟୁତ୍‌ ସଂଯୋଗରେ ସମସ୍ୟା ରହିଛି। ସାଲେଭଟା ବିଦ୍ୟୁତ ବିଭାଗ ସେକ୍ସନ ଯନ୍ତ୍ରୀ ଓ ଲୋଇସିଂହା ସହକାରୀ ଯନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି। ବିଦ୍ୟୁତ୍‌ ବିଭାଗ ପଦକ୍ଷେପ ନେଉ ନଥିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ବୋଲି ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ କହିଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ୨ ମାସ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପୂର୍ବତନ ସରପଞ୍ଚ ହୃଦୟାନନ୍ଦ ବେହେରା ଯଥାଶୀଘ୍ର ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଋଣ ବୋଝରେ ଚେପା ଆମେରିକା! ଇତିହାସରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୮: ବିଶ୍ୱର ପ୍ରମୁଖ ଶକ୍ତି ଭାବରେ ନିଜକୁ ସ୍ଥାନିତ କରୁଥିବା ଯୁକ୍ତରାଷ୍ଟ୍ର ଏକ ବର୍ଦ୍ଧିତ ଋଣ ଭାର ତଳେ ଦବି ଯାଉଛି। ଦେଶର ଋଣ ଭାର ନିରନ୍ତର…

କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ବଡ଼ ଖୁସିଖବର, ଗୋଟିଏ ଭିଡିଓ କଲେ ୧ ଲକ୍ଷ ଟଙ୍କା ଦେବେ ସରକାର! ଏତିକି ଦରକାର views

ପାଟନା,୨୦।୮: ବିହାର ସରକାର ସୋସିଆଲ ମିଡିଆ କ୍ରିଏଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ବିହାର ସୋସିଆଲ ମିଡିଆ ନୀତିରେ ନୂଆ ସଂଶୋଧନକୁ ମଞ୍ଜୁରୀ…

ଏସ୍‌ଏଚ୍‌ଜି ମହିଳାଙ୍କୁ ମିଳିନି କୋଟିଏରୁ ଅଧିକ ଟଙ୍କା, ଜିଲାପାଳଙ୍କ ଅଫିସ ଘେରାଉ କରି…

ନୂଆପଡ଼ା,୨୦ା୮(ମକାରୁ ବେମାଲ): ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ଧାନକିଣା ପ୍ରକ୍ରିୟାରେ ସାମିଲ ହେଲେ କିଛି ଟଙ୍କା ରୋଜଗାର ପାଇବେ। ସାବଲମ୍ବୀ ହେବା ପାଇଁ ଏସ୍‌ଏଚ୍‌ଜିଙ୍କ ପାଇଁ…

ଦେଶି କନ୍ୟାଙ୍କୁ ବିଦେଶୀ ବର: କେରଳ ଝିଅଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ସ୍କଟିସ ସାଂସଦ ମାର୍ଟିନ ଡେ

ଥିରୁଭାନନ୍ତପୁରମ,୨୦।୮: ପୂର୍ବତନ ସ୍କଟିସ ସାଂସଦ ମାର୍ଟିନ ଡେ, କେରଳର ତ୍ରିସୁରରେ ପାରମ୍ପରିକ ହିନ୍ଦୁ ପ୍ରଥା ଅନୁସରଣ କରି ପିରାଭୋମର ଜଣେ ମାଲାୟାଲୀ ମହିଳା ନିଧିନ ଚାନ୍ଦଙ୍କୁ ବିବାହ…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri