ଭାରତ ବିଶ୍ୱର ୨ୟ ବୃହତ୍ତମ ସ୍ମାର୍ଟଫୋନ୍‌ ବଜାର

ନୂଆଦିଲ୍ଲୀ,୯।୭: ବର୍ତ୍ତମାନ ସମୟରେ ସବୁବର୍ଗର ଲୋକଙ୍କ ହାତରେ ସ୍ମାର୍ଟଫୋନ୍‌ ରହିଛି। ଏପରିକି ଭାରତରେ ପ୍ରାୟ ୬୫୦ ମିଲିୟନ ଲୋକ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିଲାବେଳେ ଟାୟାର ୨ ଓ ୩ ସହରର ୬୦% ସ୍ମାର୍ଟଫୋନ୍‌ ଗ୍ରାହକ ରହିଛନ୍ତି। ଫଳରେ ଭାରତ ବିଶ୍ୱର ୨ୟ ବୃହତ୍ତମ ସ୍ମାର୍ଟଫୋନ୍‌ ବଜାରରେ ସାମିଲ ହୋଇଛି। ଅପରପକ୍ଷରେ ଭାରତ ଡିଜିଟାଲ ଓ ମେକ୍‌ ଇଣ୍ଡିଆ ପଦକ୍ଷେପ ଜରିଆରେ ଦେଶର ମେଡ୍‌ ଇନ୍‌ ଇଣ୍ଡିଆ ଫୋନ୍‌ ଶେୟାର ଗତ ୧୦ ବର୍ଷରେ ପ୍ରାୟ ୪ଗୁଣ ବୃଦ୍ଧି ପାଇ ୨୦୨୩-୨୪ ରେ ୯୯.୨%ରେ ପହଞ୍ଚତ୍ଛି। ୨୦୧୪-୧୫ରେ ଏହି ପରିମାଣ ପ୍ରାୟ ୨୬% ରହିଥିଲା। ସେହିଭଳି ସ୍ବଦେଶୀ ଜ୍ଞାନକୌଶଳ ଓ ଘରୋଇ ଟେଲିକମ କମ୍ପାନୀଗୁଡିକ ଉଭୟ ସ୍ମାର୍ଟଫୋନ୍‌ ଓ ଫିଚର ଫୋନ୍‌ ନିର୍ମାଣ କରୁଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ସହାୟତା ଓ ଘରୋଇ କମ୍ପାନୀଗୁଡିକର ଇଚ୍ଛାଶକ୍ତି ଯୋଗୁ ଭାରତୀୟ ଉପଭୋକ୍ତାମାନେ ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ ପାଇପାରୁଛନ୍ତି।

ଅପରପକ୍ଷରେ ଭାରତୀୟ କମ୍ପାନୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଫଳରେ ବଜାର ମଧ୍ୟ ଏକ ପ୍ରକାରର ପ୍ରତିଯୋଗିତାମୂଳକ ରହୁଛି। ସେହିପରି ନିକଟରେ ନେକ୍ସଟ କ୍ୱାଣ୍ଟମ ଓଏସ ପକ୍ଷରୁ ଘରୋଇ ୫ଜି ବ୍ରାଣ୍ଡ୍‌ ଏଆଇପ୍ଲସର ଶୁଭାରମ୍ଭ କରିଛି। ଏ ନେଇ ନେକ୍ସଟ କ୍ୱାଣ୍ଟମ ଓଏସର ସିଇଓ ମାଧବ ସେଠ କହିଛନ୍ତି, ବର୍ତ୍ତମାନ ସମୟରେ ଭାରତ ସ୍ମାର୍ଟଫୋନ ନିର୍ମାଣ ଓ ଉତ୍ପାଦନର ହବ୍‌ ପାଲଟିଛି। କାରଣ ଭାରତ ଖାଲି ନିର୍ମାଣ କରୁନାହିଁ, ଭାରତରେ ନିର୍ମାଣ ହେଉଥିବା ଉତ୍ପାଦ ବିଶ୍ୱ ବଜାରରେ ଲିଡର ପାଲଟିଛି। ଏପରିକି ବର୍ତ୍ତମାନ ଆମ ଦେଶ ବିଲ୍‌ଡ ଇନ୍‌ ଇଣ୍ଡିଆ ରେଡି ଫର ଦି ଓ୍ବାର୍ଲଡ ଭିଜନରେ ଉତ୍ପାଦ ନିର୍ମାଣ କରୁଛି।

ବଜାରରେ ଏଆଇପ୍ଲସ ରେଞ୍ଜ:

ଦେଶର ପ୍ରମୁଖ ଘରୋଇ ସ୍ମାର୍ଟଫୋନ ବ୍ରାଣ୍ଡ ତଥା ନେକ୍ସଟ କ୍ୱାଣ୍ଟମ ସିଫ୍ଟ ଟେକ୍ନୋଲୋଜିର ବହୁ ପ୍ରତୀକ୍ଷିତ ‘ଏଆଇପ୍ଲସ’ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏଆଇପ୍ଲସ ରେଞ୍ଜ (ସ୍ମାର୍ଟଫୋନ, ସ୍ମାର୍ଟ ଓ୍ବାଚ ଏବଂ ଇୟର ବଡ)ର ଅନାବରଣ ମଙ୍ଗଳବାର ହୋଇଯାଇଛି। ଏହି ଅବସରରେ ନେକ୍ସଟ କ୍ୱାଣ୍ଟମ ସିଫ୍ଟ ଟେକ୍ନୋଲୋଜିର ସିଇଓ ମାଧବ ସେଠ୍‌ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଏହି ପରିପ୍ରେକ୍ଷୀରେ ଗୁଗଲ କ୍ଲାଉଡ ଇଣ୍ଡିଆର ଏମ୍‌ଡି ଶଶୀ କୁମାର ଶ୍ରୀଧରନ ଏବଂ ଫ୍ଲିପକାର୍ଟର ଭିପି (ମୋବାଇଲ) ସ୍ମ୍ରିଥି ରବିଚନ୍ଦ୍ରନ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଏଆଇପ୍ଲସର ୨ଟି ସ୍ମାର୍ଟଫୋନ ଏଆଇପ୍ଲସର ପଲ୍‌ସ ଓ ନୋଭା ୫ଜି ସହ ସ୍ମାର୍ଟଓ୍ବାଚ ଓ ଇୟରବଡର ଶୁଭାରମ୍ଭ କରାଯାଇଥିଲା। ଏହି ଫୋନ୍‌ରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସହ ଅତ୍ୟାଧୁନିକ ଫିଚର ଓ ଆକର୍ଷଣୀୟ କଲର ଅନ୍ତର୍ଭୁକ୍ତ ରହିଛି। ସେହିପରି ସୁଲଭ ମୂଲ୍ୟରେ ଆକର୍ଷଣୀୟ ସ୍ମାର୍ଟଫୋନ୍‌ ବଜାରରେ ଉପଲବ୍ଧ ହେବା ସହିତ ବଜାରରେ ଏକ ଭିନ୍ନ ପ୍ରକାରର ପ୍ରତିଯୋଗିତା ଆରମ୍ଭ ହେବ ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?