ନୂଆଦିଲ୍ଲୀ,୧୧।୮:ସାରା ବିଶ୍ୱ ବର୍ତ୍ତମାନ ପବନ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏପରିକି ପବନ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ସହ ଚତୁର୍ଥ ସ୍ଥାନରେ ରହିଛି ଏବଂ ଅକ୍ଷୟ ଶକ୍ତି ଦୃଶ୍ୟପଟରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିଶେଷକରି ୨୦୨୪ ଜୁନ୍ ସୁଦ୍ଧା ଭାରତର ସ୍ଥାପିତ ପବନ ଶକ୍ତି କ୍ଷମତା ୪୬,୬୫୬ ମେଗାୱାଟରୁ ଅଧିକ ହୋଇଛି, ଯାହା ଦେଶ ତଥା ସର୍ବଭାରତୀୟସ୍ତରରେ ପବନ ଶକ୍ତି ବିକାଶ ଲାଗି ସର୍ବବୃହତ୍ ଉତ୍ପାଦକ ଭାବେ ପରିଣତ ହୋଇଛି।
ସେହିଭଳି ପବନ ଶକ୍ତି କ୍ଷେତ୍ରରେ ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟ ଯଥେଷ୍ଟ ଅବଦାନ ରଖିଥାଏ। ଏପରିକି ନିର୍ମାଣ ଓ କାର୍ଯ୍ୟ ପରିସର ମଧ୍ୟରେ ପବନ ଶକ୍ତି ଫାର୍ମଗୁଡ଼ିକ ବିଶେଷକରି ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଅଧିକନ୍ତୁ ପବନ ଶକ୍ତି ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସେହିପରି ୭୦୦୦ କି.ମି.ରୁ ଅଧିକ ଉପକୂଳବର୍ତ୍ତୀ ଭାରତୀୟ ଅଞ୍ଚଳରେ ୫୦୦ ଜିଡବ୍ଲ୍ୟୁ ଅଫ୍ଶୋର ପବନ ଶକ୍ତି କ୍ଷମତା ଉତ୍ପାଦନ କରିବାର ସମ୍ଭାବନା ଥିବାବେଳେ ତାମିଲନାଡ଼ୁ ଓ ଗୁଜରାଟଠାରେ ନେଟ୍ ଜିରୋ ୨୦୭୦ ଲକ୍ଷ୍ୟରେ ସହଯୋଗ କରିବାକୁ ଉଚ୍ଚଭିଳାଷୀ ଯୋଜନା ରହିଛି। ତେଣୁ ଏହି କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ସକ୍ରିୟ ଭାବେ ନୀତି ନିୟାମକ ଗଠନ କରିଛନ୍ତି। ନିକଟରେ କେନ୍ଦ୍ର କ୍ୟାବିନେଟ୍ ଗୁଜରାଟ ଓ ତାମିଲନାଡ଼ୁଠାରେ ୧ଜିଡବ୍ଲ୍ୟୁ ଅଫ୍ଶୋର ପବନ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ୭୪୫୩ କୋଟି ନିବେଶ କରାଯାଇଛି। ଏପରିକି ୩,୭୨ ବିଲିୟନ ୟୁନିଟ୍ ଅକ୍ଷୟ ଶକ୍ତି ଉପତ୍ାଦନ ଓ ୨୫ ବର୍ଷ ପାଇଁ ବାର୍ଷିକ ୨.୯୮ ମିଲିୟନ ଟନ୍ ସିଓ୨ ନିର୍ଗମନ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏପରିକି ବୈଷୟିକ ଅଗ୍ରଗତି କ୍ଷମତା ପବନ ଶକ୍ତି ଉତ୍ପାଦନକୁ ସକ୍ଷମ କରିଥାଏ। ଯାହା ସମଗ୍ର ଦେଶରେ ପବନ ଶକ୍ତି ପ୍ରକଳ୍ପର ସାମଗ୍ରିକ ଦକ୍ଷତାରେ ଯଥେଷ୍ଟ ବିକାଶ ଘଟାଇଥାଏ। ଏଠାରେ ୱିଣ୍ଡର୍ଜି ଇଣ୍ଡିଆ ଶିଳ୍ପରେ ବୈଷୟିକ ବିପ୍ଳବ ଆଜି ଦେଶରେ ପବନ ଶକ୍ତି ଖେଳକୁ ବଦଳାଇ ଦେଇଛି ଓ ସଫଳତାର ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଅପରପକ୍ଷରେ ୱିଣ୍ଡର୍ଜି ଇଣ୍ଡିଆ-୨୦୨୪ ପବନ ଶକ୍ତି କ୍ଷେତ୍ର ପାଇଁ ସମର୍ପିତ ଶିଳ୍ପ ପ୍ଲାଟଫର୍ମ ଓ ଏହାର ଅପାର ସମ୍ଭାବନା ଏବଂ ଲାଭଜନକ ସୁଯୋଗ ରହିଛି। ୱିଣ୍ଡର୍ଜି ଇଣ୍ଡିଆ-୨୦୨୪ ନିକଟରେ ପ୍ରଦର୍ଶନୀ ଉତ୍କର୍ଷ ପୁରସ୍କାରରେ ଭାରତର ଦ୍ରୁତ ଅଭିବୃଦ୍ଧି ଶୋ ଭାବେ ସ୍ବୀକୃତିପ୍ରାପ୍ତ ହୋଇଛି। ଏହାର ଷଷ୍ଠ ସଂସ୍କରଣରେ ୱିଣ୍ଡର୍ଜି ଇଣ୍ଡିଆ-୨୦୨୪ ଶକ୍ତି ମନ୍ତ୍ରଣାଳୟ ଓ ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଥିଲାବେଳେ ମେକ୍ ଇନ୍ ଇଣ୍ଡିଆ ଉଦ୍ୟମରେ ୩ ଦିନିଆ ବାଣିଜ୍ୟ ମେଳା ଓ ପ୍ରଦର୍ଶନୀ କର୍ନାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର,ଗୁଜରାଟ ଓ ରାଜସ୍ଥାନ ଭଳି ପବନ ଶକ୍ତି ସମୃଦ୍ଧ ରାଜ୍ୟଗୁଡ଼ିକ ପ୍ରତିନିଧିତ୍ୱ କରିବ।
ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…
ଭାଜପା ନେତାଙ୍କୁ ଆକ୍ରମଣ
ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…
ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ
ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…
ଜଲାପୁଟ ଜଳଭଣ୍ଡାରର ୨ ଗେଟ୍ ଖୋଲିଲା
କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…
ଲଜ୍ରୁ ମିଳିଲା ଦମ୍ପତିଙ୍କ ମୃତଦେହ
କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…
ଶାହି ମସ୍ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ
ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…
ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍ ଘଟିଲା…
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…
ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

