ପୃଥିବୀକୁ କରୋନା ଟିକା ଯୋଗାଣରେ ଭାରତ ଆଗୁଆ, ସ୍ବୀକାର କଲା ଆମେରିକା…

ଓ୍ବାଶିଂଟନ,୨୬।୧୦ : କୋଭିଡ ମହାମାରୀ ସହ ଲଢ଼େଇ ସମୟରେ ଭାରତ ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ପୃଥିବୀକୁ କରୋନା ଟିକା ଯୋଗାଣରେ ଅଗୁଆ ରହିଥିଲା। ଏହାକୁ ଆମେରିକା ସ୍ବୀକାର କରିଛି। ହ୍ବାଇଟ ହାଉସ ପକ୍ଷରୁ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରାଯାଇଛି।

ଖବରଦାତାମାନଙ୍କୁ ସମ୍ବୋଧିତ କରି ହ୍ବାଇଟ ହାଉସର କରୋନା ଭାଇରସ ରେସପନ୍ସ ସଂଯୋଜକ ଡାକ୍ତର ଆଶିଷ ଝା କହିଛନ୍ତି ଯେ ଅବିଶ୍ୱସନୀୟ ଉତ୍ପାଦନ କ୍ଷମତା ଯୋଗୁ ଭାରତ ଟିକା ରପ୍ତାନିକାରୀ ହୋଇପାରିଛି। ଏକ ପ୍ରଶ୍ନର ଉତ୍ତରରେ ଆଶିଷ କହିଛନ୍ତି ଯେ କ୍ୱାଡ ଭାଗିଦାରୀରେ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ମଧ୍ୟରେ ଥିବା ରଣନୀତିକ ସୁରକ୍ଷା ସଂଳାପରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପାଇଁ କରୋନ ଭାଇରସ ଏକ ପ୍ରମୁଖ ପ୍ରସଙ୍ଗ ଥିଲା। ]

ସେ କହିଛନ୍ତି ଯେ ମୁଁ ଭାବୁଛି ଭାରତ ପୃଥିବୀ ପାଇଁ ଟିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦକ। ପ୍ରାୟ ୧୦୦ ଦେଶ କୋଭାକ୍ସ ମାଧ୍ୟମରେ ମାଗଣା ଟିକା ଗ୍ରହଣ କରିବାକୁ ଯୋଗ୍ୟ ଅଟନ୍ତି। ଆମେରିକାରେ ଚିହ୍ନଟ ହୋଇଥିବା କରୋନାର ସମସ୍ତ ଭାରିଆଣ୍ଟ ଦେଶ ବାହାରୁ ଆସିଥିଲା। ଏହା ଏକ ଭୁଲ ଚିନ୍ତାଧାରା ଯେ ଆମେ ଅନ୍ୟ ଦେଶମାନଙ୍କ ପାଇଁ କବାଟ ବନ୍ଦ କରିବା ଉଚିତ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମସ୍ତ ଦେଶରେ ଟିକାକରଣ କରାଯିବା ଜରୁରୀ। ଆମେରିକା ପୃଥିବୀ ସହିତ ଗଭୀର ଭାବରେ ଜଡିତ। ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ତୁଳନାରେ ବାଇଡେନ ବିଶ୍ୱ ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ପୃଥିବୀର ସୁରକ୍ଷା ପାଇଁ ୪.୦୨ ବିଲିୟନ ୟୁରୋର ସହାୟତା ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୨।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା...

ହସିନାଙ୍କ ବ୍ରିଜ୍‌ କୂଟନୀତି, ମମତାଙ୍କୁ ସ୍ବତନ୍ତ୍ର ଆମନ୍ତ୍ରଣ…

ଢାକା,୨୦।୭ : ଭାରତ ସହ ବିଶେଷ ସମ୍ପର୍କ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ସ୍ବତନ୍ତ୍ର ଆମନ୍ତ୍ରଣ ପଠାଇଛନ୍ତି।...

ଆମେରିକାରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କଲେ ଖଲିସ୍ତାନୀ ସମର୍ଥକ

ସାନ ଫ୍ରାନ୍ସିସ୍କୋ,୨୧।୩: ଲଣ୍ଡନ ପରେ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଭଙ୍ଗାରୁଜା କରିଛନ୍ତି। ଏ ସମ୍ପର୍କରେ ଭାରତ ପକ୍ଷରୁ ତୀବ୍ର...

ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ଯୋଜନା କରୁଛି ଆଇଏସ୍‌ଆଇ

ଇସ୍‌ଲାମାବାଦ୍‌,୩୦।୧୨: ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ସୋସିଆଲ ମିଡିଆ ଜରିଆରେ ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ଏହି ପୂରା ଯୋଜନାକୁ...

୧୦ ହଜାର ତଳକୁ ଖସିଲା କରୋନା ଗ୍ରାଫ୍‌: ରାଜ୍ୟରେ ଆଜି ୯,୭୯୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ମଙ୍ଗଳବାର ରାଜ୍ୟରେ ୯,୭୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪ ଜଣ...

କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ମୃତ

ବିଜୟଓ୍ବାଡ଼ା, ୯।୮: ଏବେ କୋଭିଡ୍‌ କେୟାର ସେଣ୍ଟର ମଧ୍ୟ ଆକ୍ରାନ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ। ୩ ଦିନତଳେ ଗୁଜରାଟର ଅହମଦାବାଦ୍‌ଠାରେ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।...

କୋଭିଡ୍‌-୧୯: ଘରକୁ ଫେରିଲେ ପୂର୍ବତନ ହକି ଖେଳାଳି ଦିଓ୍ବାନ

ନୂଆଦିଲ୍ଲୀ,୧୫।୫(ପି.ଟି.): କୋଭିଡ-୧୯ ସଂକ୍ରମଣ କାରଣରୁ ଆମେରିକାରେ ଫସି ରହିଥିବା ପୂର୍ବତନ ହକି ଖେଳାଳି ତଥା ବିଶ୍ୱକପ୍‌ ବିଜେତା ଅଶୋକ ଦିଓ୍ବାନ ଶେଷରେ ଘରକୁ ଫେରିଛନ୍ତି। ଲକ୍‌ଡାଉନ୍‌...

ବ୍ରିଟେନ୍‌ରେ ବେଆଇନ ଭାବେ ପ୍ରବାସୀଙ୍କୁ ରହିବାକୁ ଦିଆଯିବନି ଅନୁମତି:ସୁନକ

ଲଣ୍ଡନ, ୫। ୩:ପ୍ରବାସୀଙ୍କୁ ବ୍ରିଟେନ୍‌ରେ ବେଆଇନ ଢଙ୍ଗରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ...

Advertisement
Archives

Model This Week