୨୦୨୫ ସୁଦ୍ଧା ଭାରତ ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ୬ତମ ସ୍ଥାନକୁ ଖସିଯାଇଛି। ୨୦୨୫ ବେଳକୁ ପୁଣି ଥରେ ବ୍ରିଟେନକୁ ଟପି ଭାରତ ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ସେହିଭଳି ୨୦୩୦ ବେଳକୁ ତୃତୀୟ ସ୍ଥାନରେ ରହିବ ବୋଲି ସେଣ୍ଟର ଫର୍‌ ଇକୋନୋମିକ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ(ସିଇବିଆର୍‌) ନାମକ ଥିଙ୍କ ଟ୍ୟାଙ୍କ ଏହାର ରିପୋର୍ଟରେ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୯ରେ ଭାରତ ବ୍ରିଟେନକୁ ଟପି ବିଶ୍ୱର ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା ହୋଇଥିଲା। ମାତ୍ର ୨୦୧୬ରେ ଏହା ଷଷ୍ଠ ସ୍ଥାନକୁ ଖସିଯାଇଛି। ଭାରତ ଉପରେ କରୋନା ମହାମାରୀ ପ୍ରଭାବ ପରିଲକ୍ଷିତ ହୋଇଛି। ଏହାର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି।
ଶନିବାର ପ୍ରକାଶିତ ସିଇବିଆର୍‌ ରିପୋର୍ଟରେ କୁହାଯାଇଛି, ୨୦୨୦ରେ ଭାରତୀୟ ମୁଦ୍ରାର ଦୁର୍ବଳ ସ୍ଥିତି ଲାଗି ରହିଛି। ଏଭଳି ସ୍ଥିତିରେ ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୧ରେ ୯% ଏବଂ ୨୦୨୨ରେ ୭% ବୃଦ୍ଧି ଘଟିବ। ଭାରତ ଆର୍ଥତ୍କ ଭାବେ ଯେତେ ସମୃଦ୍ଧ ହେବ ଅଭିବୃଦ୍ଧି ହାର ଆଗାମୀ ଦିନରେ ହ୍ରାସ ପାଇବ। ୨୦୩୫ ବେଳକୁ ଭାରତର ଜିଡିପି ବିକାଶ ହାର ୫.୮% ରହିବା ନେଇ ଆକଳନ କରାଯାଇଛି। ଏଭଳି ଅଭିବୃଦ୍ଧିକୁ ଦେଖିଲେ ଭାରତ ୨୦୩୦ ବେଳକୁ ବିଶ୍ୱର ତୃତୀୟ ବଡ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ହେବ। ୨୦୨୫ରେ ଭାରତ ବ୍ରିଟେନକୁ ଟପିବାକୁ ଥିବା ବେଳେ ୨୦୨୭ରେ ଜର୍ମାନୀ ଏବଂ ୨୦୩୦ ବେଳକୁ ଜାପାନକୁ ଟପିଯିବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି।
୨୦୨୮ ବେଳକୁ ଚାଇନା ଆମେରିକାକୁ ଟପି ବିଶ୍ୱର ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା ହେବା ନେଇ ଅନୁମାନ କରାଯାଉଛି। ପୂର୍ବରୁ କରାଯାଇଥିବା ଆକଳନଠାରୁ ଚାଇନା ଏହି ଲକ୍ଷ୍ୟକୁ ୫ ବର୍ଷ ଆଗରୁ ହାସଲ କରିପାରେ। ଡଲାର ଦୃଷ୍ଟିକୋଣରୁ ଜାପାନ ପ୍ରାୟ ୨୦୩୦ ଯାଏ ବିଶ୍ୱର ତୃତୀୟ ବଡ଼ ଅର୍ଥ ବ୍ୟବସ୍ଥା ହୋଇ ରହିବ। କୋଭିଡ୍‌-୧୯ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଶକ୍ତ ଧକ୍କା ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୯ରେ ଭାରତର ଜିଡିପି ୧୦ ବର୍ଷର ସର୍ବନିମ୍ନ ସ୍ତର ୪.୨% ଖସିଥିଲା। ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ଅସୁବିଧା, ବିଶ୍ୱ ବାଣିଜ୍ୟ ସ୍ଥିତି ଏବଂ ସଂସ୍କାର ଧାରା ଗ୍ରହଣରେ ବିଭିନ୍ନ ସମସ୍ୟା ଯୋଗୁ ଏହାର ପ୍ରଭାବ ବଜାର ଉପରେ ପଡିଛି।
ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ୨୩.୯% ହ୍ରାସ ହୋଇଛି। ଦ୍ୱିତୀୟ ତ୍ରୈମାସ ଜିଡିପି ୭.୫% ଖସିଛି। ଲକ୍‌ଡାଉନ ସହ ବିଶ୍ୱ ଏବଂ ଘରୋଇ ବଜାରରେ ଚାହିଦା କମିବା ଯୋଗୁ ଏହା ଜିଡିପି ଉପରେ ଶକ୍ତା ଧକ୍କା ଲାଗିଛି। ବର୍ତ୍ତମାନ ବଜାରରେ କଟକଣା କୋହଳ କରାଯାଉଛି। ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର ବର୍ତ୍ତମାନ ଟ୍ରାକ୍‌କୁ ଫେରୁଥିବା ନଜରକୁ ଆସିଛି। ମାତ୍ର କୋଭିଡ୍‌ ପୂର୍ବରୁ ବଜାର ଯେଭଳି ରହିଥିଲା ସେହି ସ୍ତର ବର୍ତ୍ତମାନ ସୁଦ୍ଧା ଫେରିପାରିନାହିଁ। ଘରୋଇ ବଜାର ଲାଗି କୃଷି କ୍ଷେତ୍ର ବେଶ୍‌ ଯୋଗଦାନ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri