୨୦୨୫ ସୁଦ୍ଧା ଭାରତ ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ୬ତମ ସ୍ଥାନକୁ ଖସିଯାଇଛି। ୨୦୨୫ ବେଳକୁ ପୁଣି ଥରେ ବ୍ରିଟେନକୁ ଟପି ଭାରତ ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ସେହିଭଳି ୨୦୩୦ ବେଳକୁ ତୃତୀୟ ସ୍ଥାନରେ ରହିବ ବୋଲି ସେଣ୍ଟର ଫର୍‌ ଇକୋନୋମିକ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ(ସିଇବିଆର୍‌) ନାମକ ଥିଙ୍କ ଟ୍ୟାଙ୍କ ଏହାର ରିପୋର୍ଟରେ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୯ରେ ଭାରତ ବ୍ରିଟେନକୁ ଟପି ବିଶ୍ୱର ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା ହୋଇଥିଲା। ମାତ୍ର ୨୦୧୬ରେ ଏହା ଷଷ୍ଠ ସ୍ଥାନକୁ ଖସିଯାଇଛି। ଭାରତ ଉପରେ କରୋନା ମହାମାରୀ ପ୍ରଭାବ ପରିଲକ୍ଷିତ ହୋଇଛି। ଏହାର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି।
ଶନିବାର ପ୍ରକାଶିତ ସିଇବିଆର୍‌ ରିପୋର୍ଟରେ କୁହାଯାଇଛି, ୨୦୨୦ରେ ଭାରତୀୟ ମୁଦ୍ରାର ଦୁର୍ବଳ ସ୍ଥିତି ଲାଗି ରହିଛି। ଏଭଳି ସ୍ଥିତିରେ ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୧ରେ ୯% ଏବଂ ୨୦୨୨ରେ ୭% ବୃଦ୍ଧି ଘଟିବ। ଭାରତ ଆର୍ଥତ୍କ ଭାବେ ଯେତେ ସମୃଦ୍ଧ ହେବ ଅଭିବୃଦ୍ଧି ହାର ଆଗାମୀ ଦିନରେ ହ୍ରାସ ପାଇବ। ୨୦୩୫ ବେଳକୁ ଭାରତର ଜିଡିପି ବିକାଶ ହାର ୫.୮% ରହିବା ନେଇ ଆକଳନ କରାଯାଇଛି। ଏଭଳି ଅଭିବୃଦ୍ଧିକୁ ଦେଖିଲେ ଭାରତ ୨୦୩୦ ବେଳକୁ ବିଶ୍ୱର ତୃତୀୟ ବଡ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ହେବ। ୨୦୨୫ରେ ଭାରତ ବ୍ରିଟେନକୁ ଟପିବାକୁ ଥିବା ବେଳେ ୨୦୨୭ରେ ଜର୍ମାନୀ ଏବଂ ୨୦୩୦ ବେଳକୁ ଜାପାନକୁ ଟପିଯିବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି।
୨୦୨୮ ବେଳକୁ ଚାଇନା ଆମେରିକାକୁ ଟପି ବିଶ୍ୱର ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା ହେବା ନେଇ ଅନୁମାନ କରାଯାଉଛି। ପୂର୍ବରୁ କରାଯାଇଥିବା ଆକଳନଠାରୁ ଚାଇନା ଏହି ଲକ୍ଷ୍ୟକୁ ୫ ବର୍ଷ ଆଗରୁ ହାସଲ କରିପାରେ। ଡଲାର ଦୃଷ୍ଟିକୋଣରୁ ଜାପାନ ପ୍ରାୟ ୨୦୩୦ ଯାଏ ବିଶ୍ୱର ତୃତୀୟ ବଡ଼ ଅର୍ଥ ବ୍ୟବସ୍ଥା ହୋଇ ରହିବ। କୋଭିଡ୍‌-୧୯ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଶକ୍ତ ଧକ୍କା ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୯ରେ ଭାରତର ଜିଡିପି ୧୦ ବର୍ଷର ସର୍ବନିମ୍ନ ସ୍ତର ୪.୨% ଖସିଥିଲା। ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ଅସୁବିଧା, ବିଶ୍ୱ ବାଣିଜ୍ୟ ସ୍ଥିତି ଏବଂ ସଂସ୍କାର ଧାରା ଗ୍ରହଣରେ ବିଭିନ୍ନ ସମସ୍ୟା ଯୋଗୁ ଏହାର ପ୍ରଭାବ ବଜାର ଉପରେ ପଡିଛି।
ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ୨୩.୯% ହ୍ରାସ ହୋଇଛି। ଦ୍ୱିତୀୟ ତ୍ରୈମାସ ଜିଡିପି ୭.୫% ଖସିଛି। ଲକ୍‌ଡାଉନ ସହ ବିଶ୍ୱ ଏବଂ ଘରୋଇ ବଜାରରେ ଚାହିଦା କମିବା ଯୋଗୁ ଏହା ଜିଡିପି ଉପରେ ଶକ୍ତା ଧକ୍କା ଲାଗିଛି। ବର୍ତ୍ତମାନ ବଜାରରେ କଟକଣା କୋହଳ କରାଯାଉଛି। ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର ବର୍ତ୍ତମାନ ଟ୍ରାକ୍‌କୁ ଫେରୁଥିବା ନଜରକୁ ଆସିଛି। ମାତ୍ର କୋଭିଡ୍‌ ପୂର୍ବରୁ ବଜାର ଯେଭଳି ରହିଥିଲା ସେହି ସ୍ତର ବର୍ତ୍ତମାନ ସୁଦ୍ଧା ଫେରିପାରିନାହିଁ। ଘରୋଇ ବଜାର ଲାଗି କୃଷି କ୍ଷେତ୍ର ବେଶ୍‌ ଯୋଗଦାନ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri