Posted inଖେଳ

୮୯ ବର୍ଷ ପରେ ପ୍ରଥମଥର ପାଇଁ ଇତିହାସ ରଚିବାକୁ ଯାଉଛି ଭାରତ

ନୂଆଦିଲ୍ଲୀ,୧୮।୫: ଆସନ୍ତା ମାସରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ୟୁଟିସି) ଫାଇନାଲ ଅନୁଷ୍ଠିତ ହେବ। ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବା ମାତ୍ରେ ୮୯ ବର୍ଷର ଟେଷ୍ଟ ଇତିହାସରେ ଏହା ପ୍ରଥମ ଥର ହେବ, ଯେତେବେଳେ ଦଳ ଏକ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ ଖେଳିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରୁ ଟେଷ୍ଟ ମାନ୍ୟତା ପାଇଥିବା ୧୨ଟି ଦେଶ ମଧ୍ୟରୁ କେବଳ ଦୁଇଟି ଦେଶ ଏପର୍ଯ୍ୟନ୍ତ ଏକ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ ଖେଳି ନାହାଁନ୍ତି। ଏଥିମଧ୍ୟରେ ଭାରତ ବ୍ୟତୀତ ବାଂଲାଦେଶ ଅନ୍ତର୍ଭୁକ୍ତ। ଭାରତ ଖୁବ ଶୀଘ୍ର ଏହି ତାଲିକାରେ ଯୋଗ ଦେବ। ଡବ୍ୟୁଟିସି ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଖେଳାଯିବ, ଯାହା ଉଭୟ ଦେଶ ପାଇଁ ଏକ ନିରପେକ୍ଷ ସ୍ଥାନ।
ପାକିସ୍ତାନରେ ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଏକ ଦଶନ୍ଧିରୁ ଅଧିକ ସମୟ ଧରି ବିଦେଶୀ ଦଳ ସେଠାକୁ ଯାଇ ନ ଥିଲେ। ଏହି ସମୟରେ ପାକିସ୍ତାନ ୟୁଏଇ ଏବଂ ଶ୍ରୀଲଙ୍କାରେ ଘରୋଇ ମ୍ୟାଚ ଆୟୋଜନ କରିଥିଲା। ଇତି ମଧ୍ୟରେ, ଅଧିକାଂଶ ଦେଶ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଲେ। ଏଥିମଧ୍ୟରେ ନ୍ୟୁଜିଲାଣ୍ଡ ଅନ୍ତର୍ଭୁକ୍ତ। ଏହି ଦଳ ୧୦୧୪ରୁ ୨୦୧୮ପର୍ଯ୍ୟନ୍ତ ନିରପେକ୍ଷ ସ୍ଥାନରେ ୬ଟି ମ୍ୟାଚ ଖେଳିଛି, ସେଥିମଧ୍ୟରୁ ତିନୋଟି ଜିତି ଦୁଇଟିରେ ହାରିଛି। ୨୦୦୭ ପରଠାରୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କୌଣସି ଟେଷ୍ଟ ମ୍ୟାଚ ଖେଳାଯାଇ ନାହିଁ।
୧୯୯୯ରେ ନିରପେକ୍ଷ ସ୍ଥାନରେ ଭାରତ ଏକ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲା, କିନ୍ତୁ ଢାକାରେ ଖେଳାଯାଇଥିବା ଏସୀୟ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବାରେ ଭାରତୀୟ ଦଳ ବିଫଳ ହୋଇଥିଲା। ପାକିସ୍ତାନ ଏବଂ ଶ୍ରୀଲଙ୍କା ସେହି ଚାମ୍ପିଅନସିପ୍‌ର ଫାଇନାଲରେ ପ୍ରବେଶ କରିଥିଲେ ଏବଂ ପ୍ରଥମ ଥର ପାଇଁ ସେମାନେ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ ଖେଳିଥିଲେ।
ଉଲ୍ଲେଖଥାଉ କି, ନିରପେକ୍ଷ ସ୍ଥାନରେ ପ୍ରଥମ ଟେଷ୍ଟ ୧୦୯ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଞ୍ଚେଷ୍ଟରରେ ୨୭-୨୮ମେ ୧୯୧୨ରେ ଖେଳାଯାଇଥିଲା। ଏହି ମ୍ୟାଚ ଏକ ଟ୍ରାଇ-ଟେଷ୍ଟ ସିରିଜର ଏକ ଅଂଶ ଥିଲା। ଯେଉଁଥିରେ ଆୟୋଜକ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ଅଂଶଗ୍ରହଣ କରିଥିଲେ। ଦୁଇ ଦିନ ମଧ୍ୟରେ ଅଷ୍ଟ୍ରେଲିଆ ଏକ ଇନିଂସ ଏବଂ ୮୮ ରନରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?