Posted inଜାତୀୟ

ମୋଦିଙ୍କୁ ନୁହେଁ ଭାରତକୁ ମିଳୁଛି ସମ୍ମାନ, ଦେଶକୁ ଫେରି ପୁଣି କୁହନ୍ତି ହିନ୍ଦୁ-ମୁସଲମାନ: ମେହବୁବା…

ଶ୍ରୀନଗର,୨୪।୬ : ବିହାରର ପାଟନାରେ ବିରୋଧୀ ଦଳର ସାଧାରଣ ସଭା ପରେ ପିଡିପର ମୁଖ୍ୟ ମେହବୁବା ମୁଫତି ଏକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ନୀତୀଶ କୁମାରଙ୍କ ପ୍ରତି ମୁଁ ବହୁତ କୃତଜ୍ଞ। ଯଦି ବିରୋଧୀ ଆଜି ଏକଜୁଟ ନ ହେବେ, ତେବେ ପରେ ବିରୋଧୀ ଦଳ ଶେଷ ହୋଇଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ଦେଶ ବାହାରକୁ ଯାଆନ୍ତି, ସେତେବେଳେ ସେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଗରେ ନତମସ୍ତକ ହୁଅନ୍ତି, କିନ୍ତୁ ଯେତେବେଳେ ସେ ଦେଶକୁ ଫେରନ୍ତି, ସେତେବେଳେ ହିନ୍ଦୁ ଏବଂ ମୁସଲମାନ କହିବା ଆରମ୍ଭ କରନ୍ତି। ତାଙ୍କୁ ବାହାରେ ମିଳିଥିବା ସମ୍ମାନ, ଏହା ତାଙ୍କ ପାଇଁ ନୁହେଁ ଏହା ଭାରତ ପାଇଁ ଉଦ୍ଦିଷ୍ଟ।

ମୋଦି ବିଦେଶ ଗସ୍ତରେ ଯାଇ ନିଜ ପ୍ରଶଂସା ନିଜେ କରନ୍ତି। ତାଙ୍କ ବିଷୟରେ ଆଲୋଚନା କରୁଥିବା ଖବରଦାତାଙ୍କୁ ଜେଲରେ ରଖାଯାଇଛି। ଯଦି ଏହି ଦେଶକୁ ବଞ୍ଚାଇବାକୁ ପଡିବ ତେବେ ବିରୋଧୀଙ୍କୁ ଏକାଠି ହେବାକୁ ପଡିବ। ଆଜି ଆମର କୁସ୍ତି ଯୋଦ୍ଧା ଝିଅମାନେ ଯନ୍ତର ମନ୍ତରରେ ଧାରଣାରେ ବସିଛନ୍ତି। କିନ୍ତୁ ଯିଏ ଅଭିଯୁକ୍ତ ବାହାରେ ସେ ମୁକ୍ତ ଭାବେ ବୁଲୁଛନ୍ତି।

ଏହା ସହିତ ସେ କହିଛନ୍ତି ମୁଁ ଭାବୁଛି କଂଗ୍ରେସ ଏକ ବଡ଼ ଯାହାକୁ ନେଇ ସମସ୍ତେ ଏକାଠି ହୋଇଛନ୍ତି। ଆମର ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି, କିନ୍ତୁ ଗୋଟିଏ ଲକ୍ଷ୍ୟ ନେଇ ଆମେ ଏକଜୁଟ ହୋଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri