Posted inଜାତୀୟ

ପାକିସ୍ତାନ ପଛରେ ଭାରତ

ନୂଆଦିଲ୍ଲୀ, ୧୭ା୧୦: ଭାରତରେ କ୍ଷୁଧାହାର ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ରହିଛି। ଏପରି କି ପଡ଼ୋଶୀ ପାକିସ୍ତାନ, ନେପାଳ, ବାଂଲାଦେଶ ଅପେକ୍ଷା ଭାରତର ସ୍ଥିତି ଖରାପ ରହିଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୧(ଜିଏଚ୍‌ଆଇ)ରୁ ଜଣାପଡ଼ିଛି। ୧୧୬ ଦେଶକୁ ନେଇ ପ୍ରସ୍ତୁତ ତାଲିକାରେ ଭାରତର ସ୍ଥାନ ୧୦୧କୁ ଖସିଛି। ୨୦୨୦ରେ ଏହା ୯୪ ତମ ସ୍ଥାନରେ ରହିଥିଲା। ରିପୋର୍ଟରେ ଭାରତର ସ୍ଥିତିକୁ ‘ଉଦ୍‌ବେଗଜନକ’ ବର୍ଗରେ ରଖାଯାଇଛି।
ଭାରତ ତଳକୁ ଥିବା ୧୫ ଦେଶ ପପୁଆ ନ୍ୟୁ ଗିନ୍‌, ଆଫଗାନିସ୍ତାନ, ନାଇଜେରିଆ, କଙ୍ଗୋ, ମୋଜାମ୍ବିକ୍‌, ସିଏରା ଲିଓନ, ଠିମର ଲେସ୍ତି, ହାଇତି, ଲିବେରିଆ, ମାଡାଗାସ୍କର, ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋ, ଚାଦ୍‌, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ, ୟେମେନ ଏବଂ ସୋମାଲିଆରେ ଅନାହାର ସ୍ଥିତି ଆହୁରି ଚିନ୍ତାଜନକ ରହିଛି। ଚାଇନା, କୁଏତ୍‌, ବ୍ରାଜିଲକୁ ମିଶାଇ ମୋଟ ୧୮ ଦେଶ ଏହି ସୂଚକାଙ୍କର ଶୀର୍ଷ ର଼୍ୟାଙ୍କରେ ରହିଛନ୍ତି। ୭୬ ତମ ସ୍ଥାନରେ ନେପାଳ ଓ ବାଂଲାଦେଶ ଥିବାବେଳେ ପାକିସ୍ତାନର ସ୍ଥାନ ୯୨ ରହିଛି। ସୂଚକାଙ୍କରେ ଭାରତର ଜିଏଚ୍‌ଆଇ ସ୍କୋର ହ୍ରାସ ପାଇଛି। ୨୦୦୦ ରେ ଏହି ସ୍କୋର ୩୮.୮ ଥିବାବେଳେ ୨୦୧୨ ଏବଂ ୨୦୨୧ ମଧ୍ୟରେ ୨୮.୮ରୁ ୨୭.୫ ରହିଛି। ପୁଷ୍ଟିହୀନତା, ଚାଇଲ୍ଡ ଓ୍ବେଷ୍ଟିଂ(୫ ବର୍ଷରୁ କମ୍‌ ବୟସର ପିଲା ଯେଉଁମାନଙ୍କ ଓଜନ ସେମାନଙ୍କ ଉଚ୍ଚତା ତୁଳନାରେ କମ୍‌), ଚାଇଲ୍ଡ ଷ୍ଟଣ୍ଟିଂ (ବୟସ ତୁଳନାରେ କମ୍‌ ଉଚ୍ଚତାର ୫ ବର୍ଷରୁ କମ୍‌ ବୟସର ଶିଶୁ) ଏବଂ ୫ ବର୍ଷରୁ କମ୍‌ ଶିଶୁଙ୍କ ମୃତ୍ୟୁହାର ଆଦି ମାନଦଣ୍ଡ ଉପରେ ଜିଏଚ୍‌ଆଇ ସ୍କୋର ଆଧାରିତ। ରିପୋର୍ଟ ଅନୁସାରେ, ଭାରତରେ ଚାଇଲ୍ଡ୍‌ ଓ୍ବେଷ୍ଟିଂ ୧୯୯୮-୨୦୦୨ରେ ୧୭.୧ ପ୍ରତିଶତ ଥିବାବେଳେ ୨୦୧୬-୨୦୨୦ରେ ତାହା ୧୭.୩%କୁ ବୃଦ୍ଧି ପାଇଛି। ତେବେ ୫ ବର୍ଷରୁ କମ୍‌ ଶିଶୁଙ୍କ ମୃତ୍ୟୁହାରରେ ଭାରତ ଉନ୍ନତି କରିଛି। ସମଗ୍ର ବିଶ୍ୱ ତଥା ନିର୍ଦ୍ଦିଷ୍ଟ ଭାବେ ୪୭ଟି ଦେଶ ୨୦୩୦ ସୁଦ୍ଧା ସର୍ବନିମ୍ନ କ୍ଷୁଧାସ୍ତର କିମ୍ବା ଏହା ଉପରକୁ ଉଠିବାରେ ବିଫଳ ହେବେ ବୋଲି ଜିଏଚ୍‌ଆଇ ସ୍କୋରରୁ ଆକଳନ କରାଯାଇଛି।
ଅନ୍ୟପକ୍ଷରେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ଖସିବା ଆଶ୍ଚର୍ଯ୍ୟଜନକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ର଼୍ୟାଙ୍କିଙ୍ଗ୍‌ ପାଇଁ ବ୍ୟବହାର କରାଯାଇଥିବା ପଦ୍ଧତି ଅବୈଜ୍ଞାନିକ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗ୍ରାଉଣ୍ଡ ରିପୋର୍ଟ ଏବଂ ବାସ୍ତବ ତଥ୍ୟକୁ ଅଣଦେଖା କରାଯାଇ ତ୍ରୁଟିପୂର୍ଣ୍ଣ ପଦ୍ଧତିରେ ଉକ୍ତ ସଂସ୍ଥା ସୂଚକାଙ୍କ ପ୍ରସ୍ତୁତ କରିଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଦର୍ଶାଯାଇଛି।

କେନ୍ଦ୍ରକୁ କପିଲ ସିବଲଙ୍କ ସମାଲୋଚନା

ଭାରତରେ ଅନାହାର ସ୍ଥିତି ଉଦ୍‌ବେଗଜନକ ଥିବା ନେଇ କଂଗ୍ରେସ ନେତା କପିଲ ସିବଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଦାରିଦ୍ର୍ୟ, କ୍ଷୁଧା ଦୂରୀକରଣ, ଡିଜିଟାଲ ଇକୋନୋମି ଏବଂ ଭାରତକୁ ବିଶ୍ୱ ଶକ୍ତିରେ ପରିଣତ କରିବା ନେଇ ସରକାରଙ୍କ ଦାବି ଉପରେ ସିବଲ ପ୍ରଶ୍ନ ଉଠାଇଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ବିଶ୍ୱ କ୍ଷୁଧା ସୂଚକାଙ୍କ: ୨୦୨୦ରେ ଭାରତ ୯୪, ୨୦୨୧ରେ ୧୦୧। ବାଂଲାଦେଶ, ନେପାଳ, ପାକିସ୍ତାନଠାରୁ ବି ପଛରେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ବୋଲି ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri