Posted inଜାତୀୟ

ପାକିସ୍ତାନ ପଛରେ ଭାରତ

ନୂଆଦିଲ୍ଲୀ, ୧୭ା୧୦: ଭାରତରେ କ୍ଷୁଧାହାର ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ରହିଛି। ଏପରି କି ପଡ଼ୋଶୀ ପାକିସ୍ତାନ, ନେପାଳ, ବାଂଲାଦେଶ ଅପେକ୍ଷା ଭାରତର ସ୍ଥିତି ଖରାପ ରହିଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୧(ଜିଏଚ୍‌ଆଇ)ରୁ ଜଣାପଡ଼ିଛି। ୧୧୬ ଦେଶକୁ ନେଇ ପ୍ରସ୍ତୁତ ତାଲିକାରେ ଭାରତର ସ୍ଥାନ ୧୦୧କୁ ଖସିଛି। ୨୦୨୦ରେ ଏହା ୯୪ ତମ ସ୍ଥାନରେ ରହିଥିଲା। ରିପୋର୍ଟରେ ଭାରତର ସ୍ଥିତିକୁ ‘ଉଦ୍‌ବେଗଜନକ’ ବର୍ଗରେ ରଖାଯାଇଛି।
ଭାରତ ତଳକୁ ଥିବା ୧୫ ଦେଶ ପପୁଆ ନ୍ୟୁ ଗିନ୍‌, ଆଫଗାନିସ୍ତାନ, ନାଇଜେରିଆ, କଙ୍ଗୋ, ମୋଜାମ୍ବିକ୍‌, ସିଏରା ଲିଓନ, ଠିମର ଲେସ୍ତି, ହାଇତି, ଲିବେରିଆ, ମାଡାଗାସ୍କର, ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋ, ଚାଦ୍‌, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ, ୟେମେନ ଏବଂ ସୋମାଲିଆରେ ଅନାହାର ସ୍ଥିତି ଆହୁରି ଚିନ୍ତାଜନକ ରହିଛି। ଚାଇନା, କୁଏତ୍‌, ବ୍ରାଜିଲକୁ ମିଶାଇ ମୋଟ ୧୮ ଦେଶ ଏହି ସୂଚକାଙ୍କର ଶୀର୍ଷ ର଼୍ୟାଙ୍କରେ ରହିଛନ୍ତି। ୭୬ ତମ ସ୍ଥାନରେ ନେପାଳ ଓ ବାଂଲାଦେଶ ଥିବାବେଳେ ପାକିସ୍ତାନର ସ୍ଥାନ ୯୨ ରହିଛି। ସୂଚକାଙ୍କରେ ଭାରତର ଜିଏଚ୍‌ଆଇ ସ୍କୋର ହ୍ରାସ ପାଇଛି। ୨୦୦୦ ରେ ଏହି ସ୍କୋର ୩୮.୮ ଥିବାବେଳେ ୨୦୧୨ ଏବଂ ୨୦୨୧ ମଧ୍ୟରେ ୨୮.୮ରୁ ୨୭.୫ ରହିଛି। ପୁଷ୍ଟିହୀନତା, ଚାଇଲ୍ଡ ଓ୍ବେଷ୍ଟିଂ(୫ ବର୍ଷରୁ କମ୍‌ ବୟସର ପିଲା ଯେଉଁମାନଙ୍କ ଓଜନ ସେମାନଙ୍କ ଉଚ୍ଚତା ତୁଳନାରେ କମ୍‌), ଚାଇଲ୍ଡ ଷ୍ଟଣ୍ଟିଂ (ବୟସ ତୁଳନାରେ କମ୍‌ ଉଚ୍ଚତାର ୫ ବର୍ଷରୁ କମ୍‌ ବୟସର ଶିଶୁ) ଏବଂ ୫ ବର୍ଷରୁ କମ୍‌ ଶିଶୁଙ୍କ ମୃତ୍ୟୁହାର ଆଦି ମାନଦଣ୍ଡ ଉପରେ ଜିଏଚ୍‌ଆଇ ସ୍କୋର ଆଧାରିତ। ରିପୋର୍ଟ ଅନୁସାରେ, ଭାରତରେ ଚାଇଲ୍ଡ୍‌ ଓ୍ବେଷ୍ଟିଂ ୧୯୯୮-୨୦୦୨ରେ ୧୭.୧ ପ୍ରତିଶତ ଥିବାବେଳେ ୨୦୧୬-୨୦୨୦ରେ ତାହା ୧୭.୩%କୁ ବୃଦ୍ଧି ପାଇଛି। ତେବେ ୫ ବର୍ଷରୁ କମ୍‌ ଶିଶୁଙ୍କ ମୃତ୍ୟୁହାରରେ ଭାରତ ଉନ୍ନତି କରିଛି। ସମଗ୍ର ବିଶ୍ୱ ତଥା ନିର୍ଦ୍ଦିଷ୍ଟ ଭାବେ ୪୭ଟି ଦେଶ ୨୦୩୦ ସୁଦ୍ଧା ସର୍ବନିମ୍ନ କ୍ଷୁଧାସ୍ତର କିମ୍ବା ଏହା ଉପରକୁ ଉଠିବାରେ ବିଫଳ ହେବେ ବୋଲି ଜିଏଚ୍‌ଆଇ ସ୍କୋରରୁ ଆକଳନ କରାଯାଇଛି।
ଅନ୍ୟପକ୍ଷରେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ଖସିବା ଆଶ୍ଚର୍ଯ୍ୟଜନକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ର଼୍ୟାଙ୍କିଙ୍ଗ୍‌ ପାଇଁ ବ୍ୟବହାର କରାଯାଇଥିବା ପଦ୍ଧତି ଅବୈଜ୍ଞାନିକ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗ୍ରାଉଣ୍ଡ ରିପୋର୍ଟ ଏବଂ ବାସ୍ତବ ତଥ୍ୟକୁ ଅଣଦେଖା କରାଯାଇ ତ୍ରୁଟିପୂର୍ଣ୍ଣ ପଦ୍ଧତିରେ ଉକ୍ତ ସଂସ୍ଥା ସୂଚକାଙ୍କ ପ୍ରସ୍ତୁତ କରିଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଦର୍ଶାଯାଇଛି।

କେନ୍ଦ୍ରକୁ କପିଲ ସିବଲଙ୍କ ସମାଲୋଚନା

ଭାରତରେ ଅନାହାର ସ୍ଥିତି ଉଦ୍‌ବେଗଜନକ ଥିବା ନେଇ କଂଗ୍ରେସ ନେତା କପିଲ ସିବଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଦାରିଦ୍ର୍ୟ, କ୍ଷୁଧା ଦୂରୀକରଣ, ଡିଜିଟାଲ ଇକୋନୋମି ଏବଂ ଭାରତକୁ ବିଶ୍ୱ ଶକ୍ତିରେ ପରିଣତ କରିବା ନେଇ ସରକାରଙ୍କ ଦାବି ଉପରେ ସିବଲ ପ୍ରଶ୍ନ ଉଠାଇଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ବିଶ୍ୱ କ୍ଷୁଧା ସୂଚକାଙ୍କ: ୨୦୨୦ରେ ଭାରତ ୯୪, ୨୦୨୧ରେ ୧୦୧। ବାଂଲାଦେଶ, ନେପାଳ, ପାକିସ୍ତାନଠାରୁ ବି ପଛରେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ବୋଲି ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?