Posted inଜାତୀୟ

ଅଷ୍ଟ୍ରେଲିଆ, କାନାଡାରେ ହୋଇଥିବା ଖଲିସ୍ତାନୀ ହିଂସାକୁ ନେଇ ଭାରତର ଦୃଢ ନିନ୍ଦା

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆ ଏବଂ କାନାଡାରେ ହୋଇଥିବା ଖଲିସ୍ତାନୀ ହିଂସାକୁ ଭାରତ ଦୃଢ ନିନ୍ଦା କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଚରମପନ୍ଥୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣ ତଥା ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ। ଏହି ଘଟଣାଗୁଡ଼ିକର ଅନୁସନ୍ଧାନ କରାଯାଉ ଏବଂ ଦୋଷୀମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ଆମେ ସେଠାକାର ସରକାରଙ୍କୁ ଅନୁରୋଧ କରୁଛୁ। ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ବିଷୟରେ ଅଷ୍ଟ୍ରେଲିଆ ସହିତ ଆଲୋଚନା ହୋଇଛି। ଭାରତୀୟ ସମୁଦାୟର ଲୋକ ଏବଂ ସେମାନଙ୍କ ସମ୍ପତ୍ତି ସୁରକ୍ଷିତ ରହିବା ଉଚିତ୍‌ ବୋଲି ଆମେ ଅଷ୍ଟ୍ରେଲିଆ ସରକାରଙ୍କୁ ଜଣାଇଛୁ। ଭାରତୀୟ ସ୍ବାର୍ଥ ଏବଂ ସାର୍ବଭୌମତ୍ୱ ବିରୁଦ୍ଧରେ କାର୍ଯ୍ୟକଳାପରେ ଅଷ୍ଟ୍ରେଲୀୟ ମାଟି ବ୍ୟବହାର କରିବାକୁ ଦିଆଯିବ ନାହିଁ।
କାନାଡାରେ ଘଟିଥିବା ହିଂସାତ୍ମକ ଘଟଣା ସମ୍ପର୍କରେ ଅରିନ୍ଦମ ବାଗଚି କହିଛନ୍ତି, କାନାଡାରେ ଘଟିଥିବା ଭଙ୍ଗାରୁଜା ଘଟଣାର ମଧ୍ୟ ନିନ୍ଦା କରୁଛୁ ଏବଂ ସେଠାକାର ସରକାରଙ୍କ ସହ ଏନେଇ ଆଲୋଚନା ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମକୁ ଭାଜପା ଏମ୍‌ପିଙ୍କ ପରାମର୍ଶ : ମହଙ୍ଗା ନୁହେଁ, ଯେଉଁ ଜିନିଷ ଶସ୍ତା ହୋଇଛି ସେ ବିଷୟରେ ପଚାର

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶର ସୋନଭଦ୍ରରେ ରାଜ୍ୟ ସଭା ଏମ୍‌ପି ଦର୍ଶନା ସିଂ ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ମୂଲ୍ୟ ବୃଦ୍ଧି ନେଇ ଗଣମାଧ୍ୟମକୁ ପରାମର୍ଶ ଦେଉଥିବାର...

କରୋନା ଯୋଗୁ ତୁଟିଲା ବାପ-ପୁଅ ସମ୍ପର୍କ

ଲକ୍ଷ୍ନୌ,୩୧।୫: କରୋନା ସମୟରେ ଅନେକ ଲୋକ ବିଭିନ୍ନ ସ୍ଥିତି ଦେଇ ଗତି କରୁଛନ୍ତି। କେହି ନିଜ ଆତ୍ମୀୟଙ୍କୁ ହରାଇଥିବା ବେଳେ ଆଉ କେହି ନିଜର ଚାକିରି...

ମହାରାଷ୍ଟ୍ରରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ,୨୬ ।୮: ଦେଶରେ ମହାରାଷ୍ଟ୍ରରୁ ନେଇ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ଅନ୍ୟପଟେ ଆଫଗାନିସ୍ତାନର କାବୁଲରେ ବି ଭୂକମ୍ପ ଅନୁଭୂତ...

ଏପ୍ରିଲରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: କେନ୍ଦ୍ର ଓ ରାଜ୍ୟ ସରକାର, ପରିବହନ ନିଗମ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ରହିଥିବା ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୯ ଲକ୍ଷରୁ ଅଧିକ ଗାଡ଼ି...

୪ ବର୍ଷରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା-୩୧ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ, ୧୮।୧୨: ଦେଶରେ ଗତ ୪ ବର୍ଷ ମଧ୍ୟରେ ମାର୍ଚ୍ଚ ୨୦୧୭ଠାରୁ ଇତିମଧ୍ୟରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏସବୁ ଘଟଣାରେ ୩୧...

ଶ୍ରୀ ମହାକାଳ ଲୋକ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିଛନ୍ତି। ଏଣିକି ଶ୍ରଦ୍ଧାଳୁ ଶ୍ରୀ ମହାକାଳ ଲୋକରେ...

ଅକ୍ସିଜେନ ଅଭାବରୁ ଚାଲିଗଲା ୧୩ କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ : ଜିଲା ଅଧିକାରୀ ମାନିବାକୁ ନାରାଜ

ଚେନ୍ନାଇ,୫।୫ : ଅକ୍ସିଜେନ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରୁ ଚେନଗାଲପାଟୁ ସରକାରୀ ହସ୍ପିଟାଲରେ ଚାଲିଯାଇଛି ୧୩ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ। କିନ୍ତୁ ଜିଲା...

ସ୍ବାମୀଙ୍କୁ ସ୍ତ୍ରୀଙ୍କ ଧମକ: ‘ଦାଢ଼ି ନ କାଟିଲେ ଛାଡପତ୍ର ଦେବି’

ଲକ୍ଷ୍ନୌ,୨୫।୧୧: ଉତ୍ତର ପ୍ରଦେଶର ଆଲିଗଡରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଦାଢିକୁ ସ୍ତ୍ରୀ ଏତେ ଚିଡିଯାଇଛନ୍ତି ଯେ ସେ ତାଙ୍କୁ ଦାଢି...

Advertisement
Archives

Model This Week