Posted inଜାତୀୟ

ପୃଥିବୀକୁ ଅହିଂସା ରାସ୍ତା ଦେଖାଇଛି ଭାରତ…

ନୂଆଦିଲ୍ଲୀ,୧୨।୧୦: ଭାରତ ସମଗ୍ର ପୃଥିବୀକୁ ଅହିଂସାର ରାସ୍ତା ଦେଖାଇଛି। ସମ୍ପ୍ରତି ମହାତ୍ମା ଗାନ୍ଧୀଙ୍କ ଏହି ଆଦର୍ଶକୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମାନି ନେଇଛନ୍ତି। ପୃଥିବୀ ବିଶ୍ୱ ଯୁଦ୍ଧର ବିଭୀଷିକାରେ ଜଳୁଥିବା ବେଳେ ଭାରତ ଅହିଂସାର ମାର୍ଗକୁ ଗ୍ରହଣ କରିଥିଲା। ଏହା ମାଧ୍ୟମରେ ବିଶ୍ୱ ମାନବାଧିକାର ଏବଂ ମାନବୀୟ ମୂଲ୍ୟବୋଧକୁ ଜଡ଼ିତ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଜାତୀୟ ମାନବାଧିକାର କମିଶନର ୨୮ତମ ସ୍ଥାପନା ଦିବସ ଅବସରରେ ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

ଭାରତବାସୀ ‘ଆତ୍ମଓ୍ବତ ସର୍ବଭୁତେଷୁ’ ଭଳି ଆଦର୍ଶରେ ଅନୁପ୍ରାଣିତ। ଅର୍ଥାତ୍‌ ସେମାନେ ଅନ୍ୟ ମଣିଷଙ୍କୁ ନିଜ ଭଳି ମନେ କରିଥାନ୍ତି। ଭାରତ ଲଗାତାର ପୃଥିବୀକୁ ମାନବତା ଏବଂ ଅଧିକାର ସମ୍ପର୍କରେ ନୂଆ ବାର୍ତ୍ତା ଦେବା ଜାରି ରଖିଛି। ବହୁ ସମୟରେ ବିଭିନ୍ନ ଘଟଣା ପ୍ରବାହରେ ପୃଥିବୀ ଭ୍ରମିତ ହେଉଥିବାବେଳେ ଭାରତ ସବୁବେଳେ ମାନବିକ ଅଧିକାର ପ୍ରତିଶ୍ରୁତିବଦ୍ଧତାକୁ ପୂରଣ କରିଛି।

ଭାରତ ସରକାର ଦେଶରେ ହେଉଥିବା ମାନବିକ ଅଧିକାର କ୍ଷୁର୍ଣ୍ଣ ମାମଲାର ଦୂର ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟାୟ ଦୂର ପାଇଁ ପ୍ରୟାଶ ଜାରି ରହିଛି। ମୁସଲମାନ୍‌ ମହିଳାଙ୍କ କ୍ଷେତ୍ରରେ ତିନି ତଲାକ୍‌ ଆଇନକୁ ରଦ୍ଦ କରାଯାଇଛି। ସେହିପରି କର୍ମଜୀବୀ ମହିଳାଙ୍କ ସୁବିଧା ଲଊାଗି ୨୬ ସପ୍ତାହର ଦରମା ସହିତ ମାତୃତ୍ୱ ଛୁଟି ଘୋଷଣା କରାଯାଇଛି। ମହିଳାଙ୍କ ସୁରକ୍ଷା ପାଇଁ ଦେଶର ୭୦୦ରୁ ଅଧିକ ଜିଲାରେ ମେଡ଼ିକାଲ, ପୋଲିସ, ମାନସିକ ପରାମର୍ଶ ଏବଂ ଆଇନଗତ ସହାୟତା ପ୍ରଦାନ କରୁଥିବା ଓ୍ବାନ୍‌ ଷ୍ଟପ୍‌ ସେଣ୍ଟର ସ୍ଥାପନା କରାଯାଇଛି। ସେହିପରି ସେମାନଙ୍କ ଉପରେ ହେଉଥିବା ନିର୍ଯାତନାର ବିଚାର ଲାଗି ଦେଶରେ ୬୫୦ରୁ ଅଧିକ ଫାଷ୍ଟ ଟ୍ରାକ୍‌ କୋର୍ଟ ସ୍ଥାପନା କରାଯାଇଛି।

ଦେଶ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ ଆଧାରରେ ଆଗେଇ ଚାଲିଛି। ଏପରିସ୍ଥଳେ ମାନବିକ ଅଧିକାରର ମୌଳିକତାକୁ ଜାରି ରଖିବା ସମସ୍ତଙ୍କର ଦାୟିତ୍ୱ ତଥା କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମାନବିକ ଅଧିକାର ଦାୟିତ୍ୱ ତଥା କର୍ତ୍ତବ୍ୟକୁ ଏକା ସହିତ ବିଚାର ପରିସରଭୁକ୍ତ କରିବା ଆବଶ୍ୟକ। କିନ୍ତୁ ଭିନ୍ନ ଭିନ୍ନ ଭାବେ ନୁହେଁ। ଏନେଇ ସଚେତନତା ସୃଷ୍ଟିର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri