Posted inଜାତୀୟ

ପୃଥିବୀକୁ ଅହିଂସା ରାସ୍ତା ଦେଖାଇଛି ଭାରତ…

ନୂଆଦିଲ୍ଲୀ,୧୨।୧୦: ଭାରତ ସମଗ୍ର ପୃଥିବୀକୁ ଅହିଂସାର ରାସ୍ତା ଦେଖାଇଛି। ସମ୍ପ୍ରତି ମହାତ୍ମା ଗାନ୍ଧୀଙ୍କ ଏହି ଆଦର୍ଶକୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମାନି ନେଇଛନ୍ତି। ପୃଥିବୀ ବିଶ୍ୱ ଯୁଦ୍ଧର ବିଭୀଷିକାରେ ଜଳୁଥିବା ବେଳେ ଭାରତ ଅହିଂସାର ମାର୍ଗକୁ ଗ୍ରହଣ କରିଥିଲା। ଏହା ମାଧ୍ୟମରେ ବିଶ୍ୱ ମାନବାଧିକାର ଏବଂ ମାନବୀୟ ମୂଲ୍ୟବୋଧକୁ ଜଡ଼ିତ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଜାତୀୟ ମାନବାଧିକାର କମିଶନର ୨୮ତମ ସ୍ଥାପନା ଦିବସ ଅବସରରେ ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

ଭାରତବାସୀ ‘ଆତ୍ମଓ୍ବତ ସର୍ବଭୁତେଷୁ’ ଭଳି ଆଦର୍ଶରେ ଅନୁପ୍ରାଣିତ। ଅର୍ଥାତ୍‌ ସେମାନେ ଅନ୍ୟ ମଣିଷଙ୍କୁ ନିଜ ଭଳି ମନେ କରିଥାନ୍ତି। ଭାରତ ଲଗାତାର ପୃଥିବୀକୁ ମାନବତା ଏବଂ ଅଧିକାର ସମ୍ପର୍କରେ ନୂଆ ବାର୍ତ୍ତା ଦେବା ଜାରି ରଖିଛି। ବହୁ ସମୟରେ ବିଭିନ୍ନ ଘଟଣା ପ୍ରବାହରେ ପୃଥିବୀ ଭ୍ରମିତ ହେଉଥିବାବେଳେ ଭାରତ ସବୁବେଳେ ମାନବିକ ଅଧିକାର ପ୍ରତିଶ୍ରୁତିବଦ୍ଧତାକୁ ପୂରଣ କରିଛି।

ଭାରତ ସରକାର ଦେଶରେ ହେଉଥିବା ମାନବିକ ଅଧିକାର କ୍ଷୁର୍ଣ୍ଣ ମାମଲାର ଦୂର ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟାୟ ଦୂର ପାଇଁ ପ୍ରୟାଶ ଜାରି ରହିଛି। ମୁସଲମାନ୍‌ ମହିଳାଙ୍କ କ୍ଷେତ୍ରରେ ତିନି ତଲାକ୍‌ ଆଇନକୁ ରଦ୍ଦ କରାଯାଇଛି। ସେହିପରି କର୍ମଜୀବୀ ମହିଳାଙ୍କ ସୁବିଧା ଲଊାଗି ୨୬ ସପ୍ତାହର ଦରମା ସହିତ ମାତୃତ୍ୱ ଛୁଟି ଘୋଷଣା କରାଯାଇଛି। ମହିଳାଙ୍କ ସୁରକ୍ଷା ପାଇଁ ଦେଶର ୭୦୦ରୁ ଅଧିକ ଜିଲାରେ ମେଡ଼ିକାଲ, ପୋଲିସ, ମାନସିକ ପରାମର୍ଶ ଏବଂ ଆଇନଗତ ସହାୟତା ପ୍ରଦାନ କରୁଥିବା ଓ୍ବାନ୍‌ ଷ୍ଟପ୍‌ ସେଣ୍ଟର ସ୍ଥାପନା କରାଯାଇଛି। ସେହିପରି ସେମାନଙ୍କ ଉପରେ ହେଉଥିବା ନିର୍ଯାତନାର ବିଚାର ଲାଗି ଦେଶରେ ୬୫୦ରୁ ଅଧିକ ଫାଷ୍ଟ ଟ୍ରାକ୍‌ କୋର୍ଟ ସ୍ଥାପନା କରାଯାଇଛି।

ଦେଶ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ ଆଧାରରେ ଆଗେଇ ଚାଲିଛି। ଏପରିସ୍ଥଳେ ମାନବିକ ଅଧିକାରର ମୌଳିକତାକୁ ଜାରି ରଖିବା ସମସ୍ତଙ୍କର ଦାୟିତ୍ୱ ତଥା କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମାନବିକ ଅଧିକାର ଦାୟିତ୍ୱ ତଥା କର୍ତ୍ତବ୍ୟକୁ ଏକା ସହିତ ବିଚାର ପରିସରଭୁକ୍ତ କରିବା ଆବଶ୍ୟକ। କିନ୍ତୁ ଭିନ୍ନ ଭିନ୍ନ ଭାବେ ନୁହେଁ। ଏନେଇ ସଚେତନତା ସୃଷ୍ଟିର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?