ମ୍ୟାନମାରରେ ବନ୍ଦର ନିର୍ମାଣ କରି ଚାଇନାକୁ ଚ୍ୟାଲେଞ୍ଜ ଦେଇଛି ଭାରତ…

ନାପିଦ୍ୱ,୧୬।୫ : ମ୍ୟାନମାରରେ ଚାଇନାର ବଢୁଥିବା ପ୍ରଭାବକୁ ଏବେ ଭାରତ ଏକ କଡ଼ା ଚ୍ୟାଲେଞ୍ଜ ଦେଇଛି। ଭାରତର ସହଯୋଗରେ ନିର୍ମିତ ଏକ ବନ୍ଦର ଏଠାରେ କାର୍ଯ୍ୟକ୍ଷମ ହୋଇଛି। ଏହି ବନ୍ଦର ମ୍ୟାନମାରର ଅନ୍ତର୍ଜାତୀୟ ବାଣିଜ୍ୟକୁ ବୃଦ୍ଧି କରିବ। ଏହି ବନ୍ଦର ମ୍ୟାନମାରର ରାଖାଇନ ପ୍ରଦେଶରେ ନିର୍ମିତ । ଗତ ମଙ୍ଗଳବାର ସିଟୱେ ବନ୍ଦର ନାମକ ବନ୍ଦରରେ ପ୍ରଥମ କାର୍ଗୋ ଜାହାଜ ପହଞ୍ଚିଥିଲା। ଏହି ଜାହାଜ କୋଲକାତା ଠାରୁ ଯାତ୍ରା ଆରମ୍ଭ କରିଥିଲା। ଜାହାଜକୁ ସ୍ବାଗତ କରିବା ପାଇଁ ଭାରତ ଏବଂ ମ୍ୟାନମାରର ସାମରିକ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ।

ସିଟୱେ ବନ୍ଦର ହେଉଛି ଭାରତର ମଲ୍ଟି ମୋଡାଲ ଟ୍ରାଞ୍ଜିଟ ପରିବହନ ପ୍ରକଳ୍ପର ଏକ ଅଂଶ । ଏହି ପ୍ରକଳ୍ପ ଅଧୀନରେ କୋଲକାତା ଠାରୁ ମ୍ୟାନମାରର ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ଏକ ସମୁଦ୍ର ମାର୍ଗ ପ୍ରସ୍ତୁତ କରାଯାଇଛି। ସେହି ସ୍ଥାନରୁ ମ୍ୟାନମାରର ବିଭିନ୍ନ ସ୍ଥାନକୁ ସାମଗ୍ରୀ ପରିବହନ ପାଇଁ ସ୍ଥଳ ମାର୍ଗ ପ୍ରସ୍ତୁତ କରାଯାଉଛି। ଏଥିମଧ୍ୟରୁ ଗୋଟିଏ ରାସ୍ତା କାଲାଦାନ ନଦୀ ଦେଇ ଯିବାବେଳେ ଅନ୍ୟ ଏକ ରାଜପଥ ମଧ୍ୟ ନିର୍ମାଣ କରାଯାଉଛି। ଭାରତର ପରିବହନ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଏହି ସମୁଦ୍ର ମାର୍ଗ ସମାପ୍ତ ହେବା ପରେ ଭାରତର ଉତ୍ତର-ପୂର୍ବ ଅଞ୍ଚଳ ଦକ୍ଷିଣ-ପୂର୍ବ ଏସିଆ ସହିତ ସିଧାସଳଖ ସଂଯୁକ୍ତ ହୋଇଛି।

 

କାଲାଦାନ ପ୍ରକଳ୍ପ ନିର୍ମାଣ ପାଇଁ ଭାରତ ଏବଂ ମ୍ୟାନମାର ୨୦୦୮ରେ ଏକ ଚୁକ୍ତିନାମା ସୱାକ୍ଷର କରିଥିଲେ। ବନ୍ଦର ଖୋଲିବା ସମୟରେ ଭାରତୀୟ ଅଧିକାରୀମାନେ ଆଶା ପ୍ରକଟ କରିଛନ୍ତି ଏହା ଦେଶର ଉତ୍ତର-ପୂର୍ବ ଅଞ୍ଚଳକୁ ଭାରତ ମହାସାଗର ସହିତ ଯୋଡିବ ଏବଂ ସମଗ୍ର ଅଞ୍ଚଳରେ ଅର୍ଥନୈତିକ ବିକାଶ ପାଇଁ ପଥ ପରିଷ୍କାର କରିବ।

ବିଶ୍ଳେଷକମାନେ ସୂଚାଇ ଦେଇଛନ୍ତି ମ୍ୟାନମାର ମାଧ୍ୟମରେ ଚାଇନେ ମଧ୍ୟ ଭାରତ ମହାସାଗରରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗ୍ୟାଙ୍ଗ ଚଳିତ ମାସର ପ୍ରଥମ ସପ୍ତାହରେ ମିଆଁମାର ଗସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଦ୍ୱିପାକ୍ଷିକ ବୈଠକବେଳେ ବଡ଼ ପ୍ରତିଶ୍ରୁତି ଦେଲେ ଡୋନାଲ୍ଡ ଟ୍ରମ୍ପ: ମୋଦି ପିଏମ୍‌ ଥିବା ଯାଏ…ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ବୁଧବାର ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri