ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଦେବ ଭାରତ

ନୂଆଦିଲ୍ଲୀ,୧୯।୧: ଭାରତରେ ସାର୍ବଜନୀକ କରୋନା ଟିକା ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଭାରତ ପକ୍ଷରୁ ବାଂଲାଦେଶକୁ ୨୦ଲକ୍ଷ କରୋନା ଟିକା ଉପହାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଜାନୁୟାରୀ ୨୦ରେ ଟିକା ବାଂଲାଦେଶରେ ପହଞ୍ଚିବ। ଏକ ସ୍ବତନ୍ତ୍ର ବିମାନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକା ବାଂଲାଦେଶକୁ ପଠାଯିବ। ବିମାନ ବାଂଲାଦେଶର ଶାହଜଲାଲ ବନ୍ଦରରେ ଅବତରଣ କରିବ। ଏସମ୍ପର୍କରେ ବାଂଲାଦେଶ ସ୍ବାସ୍ଥ୍ୟ ସଚିବ ଅବଦୁଲ୍‌ ମନାନ୍‌ ସୂଚନା ଦେଇଛନ୍ତି। ଦୁଇଦେଶରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏଭଳି କରାଯାଉଥିବା କୁହାଯାଉଛି। ତେବେ ଏହାକୁ ନେଇ ପାକିସ୍ତାନର ମନ ଫିକା ପଡ଼ିଯାଇଛି। ଭାରତଠାରୁ ଟିକା ପାଇବା ଲାଗି ପାକିସ୍ତାନ ଆଶା ନେଇ ରହିଛି। ଇତିମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଟିକାକୁ ଦେଶରେ ଜରୁରିକାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରି ସାରିଛନ୍ତି। ପାକିସ୍ତାନ ଡ୍ରଗ୍‌ ରେଗୁଲେଟାରୀ ଅଥରିଟି ପକ୍ଷରୁ ଟିକା ବ୍ୟବହାର ଲାଗି କରାଯାଇଥିବା ଆବେଦନକୁ ଅନୁମୋଦନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିର ଅଜବ ଯୁକ୍ତି: ପାକିସ୍ତାନରୁ ଆସୁଥିବା ବାୟୁ, ଦିଲ୍ଲୀକୁ ପ୍ରଦୂଷିତ କରୁଛି

ନୂଆଦିଲ୍ଲୀ,୩।୧୨: ଦିଲ୍ଲୀ-ଏନସିଆରରେ ବିପଜ୍ଜନକ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ...

ଜନ୍ମଦିନ ପାଳିବେ ନାହିଁ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନ ବିରୋଧରେ କୃଷକ ବିରୋଧ ପ୍ରଦର୍ଶନ ଚାଲିଛି। ତାଙ୍କର ଆନ୍ଦୋଳନର ୧୩ ତମ ଦନରେ କୃଷକମାନେ ଭରତ ବନ୍ଦ ଡାକରା ଦେଇଛନ୍ତି। କଂଗ୍ରେସ...

ପିତାଙ୍କ ଆଶୀର୍ବାଦ ଭିକ୍ଷା କରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଲେ ଜଗନ ମୋହନ

ଅମରାବତୀ,୮।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଶନିବାର ସକାଳେ ଅମରାବତୀଠାରେ ଥିବା ସଚିବାୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ପ୍ରଥମେ...

ଥମୁନି ତୈଳ ଦର ବୃଦ୍ଧି: ପେଟ୍ରୋଲ ୩୨, ଡିଜେଲ ୩୭ ପଇସା ପୁଣି ବଢ଼ିଲା

ନୂଆଦିଲ୍ଲୀ,୨୯ା୩: ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ସିଧା ଭାରତୀୟ ତୈଳ ବଜାରରେ ପଡୁଛି। ଫଳରେ କ୍ରମାଗତ ଭାବେ ୪ର୍ଥ ଦିନ ଲାଗି...

ମୋଦି ଦେଇଥିବା ସମ୍ମାନ କେବେ ଭୁଲି ପାରିବି ନାହିଁ: ଚିରାଗ

ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ସଭାପତି ଚିରାଗ ପାଶୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ପ୍ରଶଂସା କରୁଥିବା...

ପ୍ରାପ୍ତ ବୟସ୍କଙ୍କୁ ଜୀବନ ସାଥୀ ଚୟନରେ ବାଧା ଦେବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ…

ଶ୍ରୀନଗର,୧୧।୧୧: ପ୍ରାପ୍ତ ବୟସ୍କମାନେ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ। ଏଥିରେ ବାଧା ସୃଷ୍ଟି କରିବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଜମ୍ମୁ-କଶ୍ମୀର ଏବଂ...

ସୁର୍ଜେଓ୍ବାଲା-ଶ୍ରୀନିବାସ ଅଟକ…

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସୋମବାର ପୂର୍ବାହ୍ନରେ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି...

ଖୁସି ଖବର: ତାମିଲନାଡୁ ସମେତ ୧୦ ରାଜ୍ୟର ସମସ୍ତ ଓମିକ୍ରନ୍ ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୯ ।୧: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଦେଶର ୫୫୨ ଓମିକ୍ରନ୍ ସଂକ୍ରମିତ ମିଳିଥିବା...

Advertisement
Archives

Model This Week