Odisha Elections 2024

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ଟିକେଟରୁ ବଞ୍ଜିତ ହୋଇଥିବା ବିଧାୟିକା ସୀମାରାଣୀ ନାୟକ ଭାଜପାରେ ଯୋଗଦେଇ ଦଳୀୟ ପ୍ରାର୍ଥୀ ହେବା ପରେ ହିନ୍ଦୋଳ ରାଜନୀତିରେ ଉଷ୍ମତା ଅଧିକ ବଢ଼ିଯାଇଛି। ଅନ୍ୟପଟରେ ବିଜେଡି ପକ୍ଷରୁ ଏମ୍‌ପି ମହେଶ ସାହୁଙ୍କୁ ହିନ୍ଦୋଳ ଆସନ ପାଇଁ ବିଧାୟକ ପ୍ରାର୍ଥୀ କରାଯାଇଥିବାରୁ ଏଠାରେ ଲଢ଼େଇ ବେଶ୍‌ ରୋଚକ ହେବ ବୋଲି ଆଲୋଚନା ହେଉଛି।
ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀ ୨୦୦୦ ମସିହାରୁ ବିଜେଡିର ଗଡ଼ ଭାବେ ରହିଆସିଛି। ୨୦୦୦ରୁ ୨୦୦୯ ଯାଏ ଏଠାରୁ ବିଜେଡିର ଅଞ୍ଜଳି ବେହେରା ବିଜୟୀ ହୋଇଥିଲେ। ସେ ରାଜ୍ୟ ସରକାରରେ ମନ୍ତ୍ରୀ ପଦରେ ରହିଥିଲେ। ସେହିପରି ସୀମାରାଣୀ ନାୟକ ୨୦୧୪ ଓ ୨୦୧୯ ନିର୍ବାଚନରେ ହିନ୍ଦୋଳରୁ ବିଜେଡି ବିଧାୟିକା ହୋଇଥିଲେ। ୨୦୨୪ରେ ମଧ୍ୟ ସୀମାରାଣୀ ବିଜେଡି ଟିକେଟ୍‌ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ପ୍ରାର୍ଥୀ ନ କରିବାରୁ ସେ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇଥିଲେ। ଭାଜପା ତାଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କୁ ବିଜେଡି ହିନ୍ଦୋଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଫଳରେ ବିଜେଡି ନିଜ ଗଡ଼ ରକ୍ଷା ପାଇଁ ଏଠାରେ ଉଦ୍ୟମ ଆରମ୍ଭ କରିଥିବା ବେଳେ ଭାଜପା ପରିବର୍ତ୍ତନ ଆହ୍ବାନକୁ ନେଇ ଲଢ଼େଇ କରୁଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାୟକଙ୍କ ଉପରେ ଚଳିତ ନିର୍ବାଚନରେ ସମସ୍ତଙ୍କ ନଜର ରହିଛି। ବିଜେଡି ପ୍ରାର୍ଥୀ ମହେଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଚାଲୁଥିବା ପ୍ରଗତିର ଧାରାକୁ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବଜାୟ ରଖିବା ମୁଖ୍ୟ ପ୍ରସଙ୍ଗ କରାଯିବ। ଅପହଞ୍ଚ ଅଞ୍ଚଳର ବିକାଶକୁ ଅଗ୍ରାଧିକାର ଦିଆଯିବ। କଳ କାରଖାନାର ସିଏସ୍‌ଆର୍‌ କାର୍ଯ୍ୟ ଓ ଥଇଥାନ ପ୍ରତି ଗୁରୁତ୍ୱ ଦିଆଯିିବ। ଭାଜପା ପ୍ରାର୍ଥୀ ସୀମାରାଣୀ କହିଛନ୍ତି, ଭାଜପାର ଭରସାକୁ ବଜାୟ ରଖିବା ପାଇଁ ଉଦ୍ୟମ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନହିତକର ଯୋଜନାଗୁଡିକୁ ଆଧାର କରି ନିର୍ବାଚନ ଲଢ଼ାଯିବ। କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ କହିଛନ୍ତି, ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୫ବର୍ଷ ହେଲା ଡାକ୍ତର ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଛି। ଏଠାରେ ୧୫ଟି ଶିଳ୍ପାନୁଷ୍ଠାନ ଥିଲେ ମଧ୍ୟ ସ୍ଥାନୀୟ ଯୁବତୀଯୁବକ ନିଯୁକ୍ତି ପାଉନାହାନ୍ତି। ଶୀତଳ ଭଣ୍ଡାର ଓ ରକ୍ତ ଭଣ୍ଡାରର ଆବଶ୍ୟକତା ରହିଛି। ବର୍ଷକରେ ୪୦ ଜଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଏସବୁର ସମାଧାନକୁ ନେଇ ଲଢ଼େଇ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରୋତ୍ସାହନ ଅଭାବରୁ ସଙ୍କଟରେ କୌଳିକ ବୃତ୍ତି

ବାସୁଦେବପୁର,୧୭।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଏକ ଶିଳ୍ପବିହୀନ ଅଞ୍ଚଳ। ଏଠାକାର ଲୋକେ ମୁଖ୍ୟତଃ କୌଳିକ ବୃତ୍ତିକୁ ଆଧାର କରି ଜୀବନ ଜୀବିକା...

ଘୋଡ଼ା ଚଢ଼ି ନାମାଙ୍କନପତ୍ର ଦାଖଲ କରିବା ପ୍ରତାପ ଷଡଙ୍ଗୀଙ୍କୁ ପଡ଼ିଲା ମହଙ୍ଗା

ବାଲେଶ୍ୱର,୧୭।୫(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୧୪ତାରିଖ ଦିନ ଘୋଡା ଚଢି ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଜିଲାପାଳଙ୍କ...

ଏନ୍‌ବିଡବ୍ଲ୍ୟୁରୁ ଆଶ୍ୱସ୍ତି ପାଇଲେ ଅନୁଭବ

କଟକ,୧୬ା୫ (କାର୍ତ୍ତିକ ସାହୁ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)ରୁ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍‌ଏଫ୍‌ସି କୋର୍ଟ...

ବିପଦପୂର୍ଣ୍ଣ ଅବସ୍ଥାରେ ବ୍ଲକ ଜୀବିକା ମିଶନ ଅଫିସ୍‌

ଗୋପ,୧୬।୫(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ବ୍ଲକ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବନି। ଏପରି...

ବିପଦସଙ୍କୁଳ ଅବସ୍ଥାରେ ଶିଶୁ ଉଦ୍ୟାନ

ସାଲେପୁର,୧୭।୫(ଅରବିନ୍ଦ ଭୂୟାଁ): ସାଲେପୁରର ଏକମାତ୍ର ଶିଶୁ ଉଦ୍ୟାନ ଏବେ ବିପଦସଙ୍କୁଳ ହୋଇପଡ଼ିବା ସହ ଜରାଜୀର୍ଣ୍ଣ ହୋଇଯାଇଛି। ଏହି ଉଦ୍ୟାନ ଭିତରେ ନିୟମିତ ଛୋଟ ପିଲାମାନେ ଖେଳକୁଦ...

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୫ରୁ ଊଦ୍ଧର୍‌ବ ଗୁରୁତର

ନୀଳଗିରି(ପ୍ରଶାନ୍ତ କୁମାର ବିଶ୍ୱାଳ)/ ରେମୁଣା(ରବୀନ୍ଦ୍ର ମହାକୁଡ), ୧୭ା୫:ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗଡିଆମାଳସ୍ଥିତ ସ୍ନୋ ୱାଲର୍‌ଡ ନାମକ ଚିଙ୍ଗୁଡି ପ୍ଲାଣ୍ଟରେ ଗୁରୁବାର ରାତି ପ୍ରାୟ ୯ଟା...

ଧର୍ମଶାଳାରେ ନିର୍ଣ୍ଣାୟକ ହେବେ ସ୍ବାଧୀନ ପ୍ରାର୍ଥୀ

ଯାଜପୁର,୧୭ା୫(ହର୍ଷବର୍ଦ୍ଧନ  ବେହେରା) : ମତଦାନ ପାଇଁ ଆଉ ମାତ୍ର ୧୫ ଦିନ ବାକି ରହିଛି। ସେଥିପାଇଁ ନେତାମାନେ ଏବେ ପୂରା ଦମ୍‌ରେ ପ୍ରଚାରରେ ଲାଗି ପଡିଛନ୍ତି।...

ତଟକ୍ଷୟ ଛଡ଼ାଇନେଲା ସାତଭାୟାବାସୀଙ୍କ ବାସ,ଚାଷ

କେନ୍ଦ୍ରାପଡ଼ା,୧୭ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ବିଶ୍ୱତାପନ ଯୋଗୁ ସମୁଦ୍ର ତଟକ୍ଷୟ ସାତଭାୟାବାସୀଙ୍କ ବାସ ଓ ଚାଷକୁ ଛଡ଼ାଇ ନେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri